Advertisment

ଟ୍ରେନ୍‌ ୱାଗନ ତଳେ ୬ ଶ୍ରମିକଙ୍କ ମୃତ୍ୟୁ ଘଟଣା: ରେଳ ବିଭାଗର ତଦନ୍ତ ଆରମ୍ଭ

ପୂର୍ବତଟ ରେଳପଥ ପକ୍ଷରୁ ଡିଭିଜିନାଲସ୍ତରୀୟ ତଦନ୍ତ ଆରମ୍ଭ ହୋଇଯାଇଥିବା ସିପିଆରଓ ବିଶ୍ୱଜିତ୍ ସାହୁ କହିଛନ୍ତି।

ଅଦ୍ୟତନ ହୋଇଛି
Train Accident

Train Accident

Advertisment

ଯାଜପୁର ରୋଡ଼୍‌ ଷ୍ଟେସନ ରେଳ ଟ୍ରାକ୍‌ରେ ଅଟକିଥିବା ଟ୍ରେନ୍‌ ୱାଗନ ତଳେ ୬ ଶ୍ରମିକଙ୍କ ଜୀବନ ଯିବା ଓ ୨ ଜଣ ଗୁରୁତର ହେବା ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ପୂର୍ବତଟ ରେଳପଥ ପକ୍ଷରୁ ଡିଭିଜିନାଲସ୍ତରୀୟ ତଦନ୍ତ ଆରମ୍ଭ ହୋଇଯାଇଥିବା ସିପିଆରଓ ବିଶ୍ୱଜିତ୍ ସାହୁ କହିଛନ୍ତି।

Advertisment

ସେ କହିଛନ୍ତି, ଏଠାରେ ପ୍ରାୟ ୧୦ଟି ୱାଗନ ଅଟକି ରହିଥିଲା। ମୌସୁମୀ ଋତୁ ଲାଗି ଏହି ୱାଗନରେ ଚିପ୍ସ ଓ ବୋଲଡର ଷ୍ଟକ୍ କରି ରଖାଯାଇଥିଲା। ମୌସୁମୀରେ କୌଣସି ଠାରେ ଟ୍ରାକ୍ କ୍ଷତିଗ୍ରସ୍ତ ହେଲେ ଏହି ୱାଗନକୁ ଇଞ୍ଜିନ୍‌ ଦ୍ୱାରା ସେଠାକୁ ନିଆଯାଏ। ଟ୍ରେନଟି ସେଫ୍ଟି ଲାଇନରେ ଚେନ୍ ଓ ଜାମ୍ ଦେଇ ରଖା ଯାଇଥିଲା। ପବନରେ ଟ୍ରେନ୍ ଗଡ଼ିବା ବେଳେ ଶ୍ରମିକ ବାହାରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଶ୍ରମିକମାନେ ମୃତାହତ ହୋଇଛନ୍ତି।

ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ଖୋର୍ଦ୍ଧା ରୋଡ୍ ଡିଆରଏମ୍, ସେପ୍ଟି ଅଫିସର, ଆପିଏଫ୍‌ର ଅଧିକାରୀ ଓ ରେଳ ବିଭାଗର ଅନ୍ୟ ଅଧିକାରୀମାନେ ପହଞ୍ଚିଛନ୍ତି। ଏଠାରେ ରେଳ ବିଭାଗର ହିଁ କାମ ଚାଲିଥିଲା। ଟ୍ରାକ୍ ମରାମତି ନିମନ୍ତେ ଠିକାସଂସ୍ଥା ଶ୍ରମିକଙ୍କୁ ନିୟୋଜିତ କରିଥିଲା। ବର୍ଷାପବନ ଆସିବାରୁ ସେମାନେ ରକ୍ଷା ପାଇବାକୁ ଏହି ୱାଗନ ତଳେ ପଶି ଯାଇଥିଲା। ପବନରେ ୱାଗନଗୁଡ଼ିକ ଗଡ଼ି ଯିବାରୁ ସେମାନଙ୍କ ଉପରେ ମାଡ଼ି ଯାଇଛି। ସୁରକ୍ଷା ଦୃଷ୍ଟି କୋଣରୁ ଏହି ୱାଗନ ତଳ ଦେଇ କେହି ଯିବା କଥା ନୁହେଁ କିମ୍ବା ଆଶ୍ରୟ ନେବା ଉଚିତ୍ ନୁହେଁ। କାରଣ ଏହା ଦ୍ୱାରା ମଧ୍ୟ ଜାମ୍ ଖସି ଯିବାର ଆଶଙ୍କା ଥାଏ ବୋଲି ଶ୍ରୀ ସାହୁ କହିଛନ୍ତି।

Advertisment

ତେବେ ଏହା ରେଳ ବିଭାଗର ଦାୟିତ୍ୱହୀନତାରୁ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ୱାଗନଗୁଡ଼ିକ କାହିଁକି ରେଲୱେ କର୍ତ୍ତୃପକ୍ଷ ଲକ୍‌ କଲେ ନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିଯୋଗୁ ଅନ୍ୟ ଲୋକ ଓ ପଶୁଙ୍କ ଜୀବନ ଯିବା ଆଶଙ୍କା ରହିଥାଏ। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦାୟିତ୍ୱରେ ଖିଲାପ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଶ୍ରମିକଙ୍କ ଉଚିତ୍ କ୍ଷତିପୂରଣ ଦିଆଯାଉ ବୋଲି ଲୋକେ ମତ ଦେଇଛନ୍ତି।

Jajpur Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe