Advertisment

ଡ୍ରାଇଭରଙ୍କୁ ତହସିଲଦାରଙ୍କ ମାଡ଼ ଅଭିଯୋଗ

ଯାଜପୁର (ଗୁଲାମ ଗସ): ଡ୍ରାଇଭରଙ୍କୁ ତହସିଲଦାରଙ୍କ ମାଡ଼ ଅଭିଯୋଗ। ଯେଉଁକାରଣରୁ ଉତ୍ତେଜନା ଦେଖାଯିବା ସହ ଡ୍ରାଇଭର ସଂଘର ହୋହାଲ୍ଲା ସହ ରାସ୍ତାରୋକ କରିଛନ୍ତି। ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଚଢ଼େଇଧରାରେ ଏଭଳି ଘଟଣା ଘଟିଛି। ଆଜି ଧର୍ମଶାଳା ତହସିଲଦାର ସଦଳବଳ ବେଆଇନ କଳାପଥର ପରିବହନ ଉପରେ ଚଢ଼ାଉ କରୁଥିବା ସମୟରେ ଚଢ଼େଇଧରା ଛକ ନିକଟରେ କଳାପଥର ବୋଝେଇ ହୋଇ ଯାଉଥିବା କିଛି ଗାଡ଼ିକୁ ଅଟକାଇ ଆର ଫର୍ମ ମାଗିଥିଲେ। ଏହି ସମୟରେ ଡ୍ରାଇଭର ମାନେ […]

author-image
Ranjit Kumar Jena
ଡ୍ରାଇଭରଙ୍କୁ ତହସିଲଦାରଙ୍କ ମାଡ଼ ଅଭିଯୋଗ

jajpur

ଯାଜପୁର (ଗୁଲାମ ଗସ): ଡ୍ରାଇଭରଙ୍କୁ ତହସିଲଦାରଙ୍କ ମାଡ଼ ଅଭିଯୋଗ। ଯେଉଁକାରଣରୁ ଉତ୍ତେଜନା ଦେଖାଯିବା ସହ ଡ୍ରାଇଭର ସଂଘର ହୋହାଲ୍ଲା ସହ ରାସ୍ତାରୋକ କରିଛନ୍ତି। ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଚଢ଼େଇଧରାରେ ଏଭଳି ଘଟଣା ଘଟିଛି।

Advertisment

ଆଜି ଧର୍ମଶାଳା ତହସିଲଦାର ସଦଳବଳ ବେଆଇନ କଳାପଥର ପରିବହନ ଉପରେ ଚଢ଼ାଉ କରୁଥିବା ସମୟରେ ଚଢ଼େଇଧରା ଛକ ନିକଟରେ କଳାପଥର ବୋଝେଇ ହୋଇ ଯାଉଥିବା କିଛି ଗାଡ଼ିକୁ ଅଟକାଇ ଆର ଫର୍ମ ମାଗିଥିଲେ। ଏହି ସମୟରେ ଡ୍ରାଇଭର ମାନେ ଆର ଫର୍ମ ଦେଖାଇଥିଲେ ବି ସେମାନଙ୍କୁ ଧର୍ମଶାଳା ତହସିଲଦାର ମାଡ଼ ମାରିଥିବା ନେଇ ଅଭିଯୋଗ କରିଛନ୍ତି। ଫଳରେ ଶତାଧିକ ଡ୍ରାଇଭର ଏକାଠି ହୋଇ କିଛି ସମୟ ପାଇଁ ଜାତୀୟ ରାଜପଥକୁ ଅବରୋଧ କରିଥିଲେ।

ଖବର ପାଇ ଜେନାପୁର ପୁଲିସ ସେମାନଙ୍କୁ ବୁଝାସୁଝା କରି ଚଢ଼େଇଧରା ଫାଣ୍ଡିରେ ଆପୋଷ ବୁଝାମଣା କରିବାକୁ କହିଥିଲେ। ଆନ୍ଦୋଳନରତ ଡ୍ରାଇଭର ମାନେ ଦାବି କରିଛନ୍ତି ଯେ ତହସିଲଦାର ଭୁଲ ନମାଗିବା ଯାଏ ଆନ୍ଦୋଳନରୁ ହଟିବେ ନାହିଁ।

Advertisment

ଏପଟେ ଡ୍ରାଇଭରଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ତହସିଲଦାର। ଜାଲ ଆର୍ ଫର୍ମ ଦେଖାଇଥିବାରୁ ଫାଣ୍ଡିକୁ ଗାଡ଼ି ନେଇ ଚାଲ ବୋଲି କହିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ସେ କହିଛନ୍ତି। ଖବର ପାଇ ଘଟଣାସ୍ଥଳରେ ଯାଜପୁର ଉପଜିଲ୍ଲାପାଳ, ଯାଜପୁରରୋଡ଼ ଏସଡିପିଓ, ଜେନାପୁର ଥାନା ଅଧିକାରୀଙ୍କ ସହ ଏକ ସେକ୍ସନ ଫୋର୍ସ ମୁତୟନ ରହି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ତେବେ ପରେ ମାମଲାର ସମାଧାନ ହୋଇଥିଲା। ଯାହା ପରେ ଡ୍ରାଇଭର ମାନେ ଆନ୍ଦୋଳନରୁ ଓହରିଯାଇଥିଲେ।