Advertisment

ଝିଅ ଆଖି ଆଗରେ ମା’ ଉପରେ ଚଢ଼ିଗଲା ଡମ୍ପର

ଝିଅ ସ୍କୁଟି ଚଳାଉଥିବା ବେଳେ ପଛରେ ବସିଥିଲେ ମା’ । ଆଉ ମାତ୍ର ୨ କିମି ଗଲେ ଘରେ ପହଞ୍ଚିଥାନ୍ତେ । ହେଲେ ତା’ ପୂର୍ବରୁ ସବୁ କିଛି ଓଲଟପାଲଟ ହୋଇଗଲା।

author-image
Niharika Rout
Accident Spot

Accident Spot

ଆଉ କିଛି ସମୟରେ ଘରେ ପହଞ୍ଚିଥାନ୍ତେ। ମାତ୍ର ତା’ ପୂର୍ବରୁ ଘଟିଲା ଅଘଟଣ । ଏକ ଡମ୍ପର ଧକ୍କାରେ ଉଜୁଡ଼ିଗଲା ହସଖୁସିର ସଂସାର। ଝିଅ ଆଗରେ ମା’ ଉପରେ ଚଢ଼ିଗଲା ଡମ୍ପର। ଘଟଣାସ୍ଥଳରେ ହିଁ ଚାଲିଗଲା ମା’ର ଜୀବନ । ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଜି ଯାଜପୁର ଜିଲ୍ଲା ବିଞ୍ଛାରପୁର ଥାନା ଅନ୍ତର୍ଗତ ମଇନ୍ଦା ପେଟ୍ରୋଲ ପମ୍ପ ଛକ ନିକଟରେ ଘଟିଛି। ମୃତା ମହିଳାଜଣକ ହେଲେ ଜଣକ ବିଞ୍ଝାରପୁର ବ୍ଲକ୍ ବାଣପୁର ଗ୍ରାମର ସ୍ୱର୍ଣ୍ଣଲତା ରାଉତ ।

Advertisment

ସ୍ୱର୍ଣ୍ଣଲତା ଓ ତାଙ୍କ ଝିଅ ଆଜି କୌଣସି କାମରେ ନିକଟସ୍ଥ ବଜାରକୁ ଆସିଥିଲେ। କାମ ସାରି ଦିନ ପ୍ରାୟ ୧୨ଟା ବେଳେ ମା’ ଝିଅ ସ୍କୁଟି ଯୋଗେ ଘରକୁ ଫେରୁଥିଲେ। ଝିଅ ସ୍କୁଟି ଚଳାଉଥିବା ବେଳେ ପଛରେ ବସିଥିଲେ ମା’ । ଆଉ ମାତ୍ର ୨ କିମି ଗଲେ ଘରେ ପହଞ୍ଚିଥାନ୍ତେ । ହେଲେ ତା’ ପୂର୍ବରୁ ସବୁ କିଛି ଓଲଟପାଲଟ ହୋଇଗଲା।

ଦ୍ରୁତ ଗତିରେ ଆସୁଥିବା ଏକ ଡମ୍ପର ପେଟ୍ରୋଲ ପମ୍ପ ଛକ ନିକଟରେ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା। ଫଳରେ ସ୍ୱର୍ଣ୍ଣଲତା ପଡ଼ିଯିବାରୁ ତାଙ୍କ ଉପରେ ଚଢ଼ି ଯାଇଥିଲା ଡମ୍ପର । ଘଟଣାସ୍ଥଳରେ ସ୍ୱର୍ଣ୍ଣଲତାଙ୍କ ଜୀବନ ଚାଲି ଯାଇଥିବା ବେଳେ ଦୂରକୁ ଛିଟିକି ପଡ଼ିଥିବା ତାଙ୍କ ଝିଅ ସାମାନ୍ୟ ଆହତ ହୋଇଛନ୍ତି।

Advertisment

ଦୁର୍ଘଟଣା ଘଟାଇ ଡମ୍ପର ଚାଳକ ଗାଡ଼ି ସହ ଫେରାର ହୋଇ ଯାଇଛନ୍ତି। ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍‌ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ଜଣାଯାଇଛି।

Roadaccident Jajpur Deadbody Mother