Advertisment

ବାଣ ବିସ୍ଫୋରଣରେ ଚାଲିଗଲା ବାପା ଜୀବନ, ଝିଅ ଗୁରୁତର

ବେଙ୍ଗୁଲିଙ୍କ ଶରୀର ୬୦ ପ୍ରତିଶତ ପୋଡ଼ି ଯାଇଛି।

ଅଦ୍ୟତନ ହୋଇଛି
Blast

Blast

Advertisment

ବାଣ ବିସ୍ଫୋରଣରେ ବାପାର ମୃତ୍ୟୁ ଘଟିଥିବାବେଳେ ଅଳ୍ପକେ ଝିଅର ଜୀବନ ବଞ୍ଚିଯାଇଛି। ଏପରି  ଦୁଃଖଦ ଘଟଣା ଘଟିଛି ଯାଜୁପର ଜିଲ୍ଳା ବିଞ୍ଝାରପୁର ବ୍ଲକ ବାସୁଦେବପୁର ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ କାଳନ୍ଦି ମଲ୍ଲିକ।

Advertisment

ଆହତ ବେଙ୍ଗୁଲି ମଲ୍ଲିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀର ୬୦ ପ୍ରତିଶତ  ପୋଡ଼ି ଯାଇଛି। ବେଙ୍ଗୁଲି ସମ୍ପର୍କରେ କାଳନ୍ଦୀଙ୍କ ଝିଅ ବୋଲି ଜଣାଯାଇଛି।

କାଳନ୍ଦି ନିଜ ଘରେ ବାଣ ପ୍ରସ୍ତୁତ କରି ରଖିଥିଲେ। ଗତକାଲି ରାତିରେ ସେହି ବାଣ ଗୁଡ଼ିକୁ ଘରକୁ ଆଣୁଥିଲେ। ଏହି ସମୟରେ ବେଙ୍ଗୁଲି ତାଙ୍କ ପାଖରେ ଠିଆ ହୋଇଥିଲେ। ହଠାତ୍ ବାଣ ବିସ୍ଫୋରଣ ଘଟିବାରୁ କାଳନ୍ଦିଙ୍କର ମୃତ୍ୟୁ ଘଟିଥିବା ବେଳେ ବେଙ୍ଗୁଲି ଗୁରୁତର ଆହତ ହୋଇଥିଲେ। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। କାଳନ୍ଦି ବାଣ ତିଆରି କରିବା ପାଇଁ ଲାଇସେନ୍ସ କରିଥିଲେ ନାହିଁ ସେନେଇ ସେନେଇ ପୁଲିସ ତଦନ୍ତ କରୁଛି।

Advertisment
Odisha Police Bomb Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe