Advertisment

ବାପା ସାଜିଲା ବଇରୀ; ୧୦ ହଜାର ଟଙ୍କାରେ ୧୦ ବର୍ଷର ପୁଅକୁ ବିକି ଦେଲା

ଟଙ୍କା ପାଇଁ ପୁଅ ହେଲା ପର। ସାମାନ୍ୟ ଟଙ୍କା ପାଇଁ ନିଜ ବାପା ହିଁ ପୁଅକୁ ଅନ୍ୟ ହାତକୁ ଟେକିଦେଲା।

undefined

Minor Boy

Advertisment

ଟଙ୍କା ପାଇଁ ପୁଅ ହେଲା ପର। ଯେଉଁ ବାପା ପୁଅର ସୁରକ୍ଷା କବଚ ପାଲଟିବା କଥା, ସିଏ ହିଁ ବଇରୀ ସାଜିଲା। ସାମାନ୍ୟ ଟଙ୍କା ପାଇଁ ନିଜ ବାପା ହିଁ ପୁଅକୁ ଅନ୍ୟ ହାତକୁ ଟେକିଦେଲା। ମାତ୍ର ୧୦ ହଜାର ଟଙ୍କା ପାଇଁ ନିଜ ୧୦ ବର୍ଷର ପୁଅକୁ ବିକ୍ରି କରିଦେଲା ବାପା। ପ୍ରାୟ ୪ ଦିନ ଖୋଳତାଡ଼ କରିବା ପରେ ପୁଲିସ୍‌ ପିଲାଟିକୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଛି। ମାତ୍ର ମାନସିକ ସ୍ତରରେ ଶକ୍ତ ଆଘାତ ପାଇଥିବା ପିଲାଟି ଘରକୁ ଫେରି ନିଜ କୋହକୁ ସମ୍ଭାଳି ପାରୁନି। ଏପରି ଏକ ହୃଦୟ ବିଦାୟକ ଘଟଣା ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଶାସନପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଛି।

Advertisment

ଅଭିଯୋଗ ମୁତାବକ ପ୍ରାୟ ୪ ଦିନ ତଳେ ଗ୍ରାମର ଘନ ସିଙ୍କୁ ନିଜ ପୁଅକୁ ସାଙ୍ଗରେ ନେଇ ଧର୍ମଶାଳା ବ୍ଲକ ଆରୁହା ହାଟକୁ ଯାଇଥିଲେ। ସେଠାରୁ ଫେରି ସେ ପୁଅକୁ ବିକ୍ରି କରିଦେଇଥିବା କହିଥିଲେ।

ଏସମ୍ପର୍କରେ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଘଟଣାର ତଦନ୍ତ ପାଇଁ ବଡ଼ଚଣା ଥାନାକୁ ଜଣାଇଥିଲେ। ବଡ଼ଚଣା ପୁଲିସ ଘନକୁ ଥାନାକୁ ଆଣି ପଚରାଉଚରା ପରେ ଜେନାପୁର ଥାନା କାଇଁଚମାଳିଆ ଗ୍ରାମର ମାଧବ ମହାନ୍ତିଙ୍କ ଘରୁ ପିଲାଟିକୁ ଉଦ୍ଧାର କରିଛି। ପିଲାଟିକୁ ବିକ୍ରି କରାଯାଇନଥିବା ପରିବାର ପକ୍ଷରୁ ଥାନାରେ ଲିଖିତ ଭାବେ ଜଣାଇବା ପରେ ପରିବାରକୁ ପିଲାଟିକୁ ହସ୍ତାନ୍ତର କରାଯାଇଛି।

Advertisment

ହେଲେ ପିଲାଟି ଏବେ ଆଉ କାହାକୁ ଭରସା କରିପାରୁନି। ଘରକୁ ଫେରି ଗୁମସୁମ ରହୁଥିବା ପିଲାଟି ଆଖିରୁ ସବୁବେଳେ ଲୁହ ଝରୁଛି। ପୁଣି ଥରେ ତାକୁ ବିକ୍ରି କରି ଦିଆଯିବ ବୋଲି ସନ୍ଦେହ ତା’ ମନରେ ବସା ବାନ୍ଧି ସାରିଛି। ଫଳରେ ଯେକୌଣସି ନୂଆ ଲୋକକୁ ଦେଖିଲେ ସେ ଅନବରତ କାନ୍ଦିବାରେ ଲାଗୁଛି।

ମାଧବଙ୍କ ଘରେ ଗାଇ ଥିବାରୁ ପୁଅ ସେଠାକୁ ଗାଇ ଜଗିବାକୁ ଯାଇଥିଲା ବୋଲି ତାଙ୍କ ମା’ କହିଛନ୍ତି। ତେବେ ଏହା ବଦଳରେ କେତେ ଟଙ୍କା ଆଣିଛ ବୋଲି ପଚାରିବାରୁ ସେ ନେଇ ସେ କିଛି ସ୍ପଷ୍ଟ ଭାବେ କହି ପାରି ନ ଥିଲେ।

ତେବେ ସୁରକ୍ଷା ଦୃଷ୍ଟି କୋଣରୁ ପିଲଏଟିକୁ ସିଡବ୍ଲ୍ୟୁସିରେ ହାଜର କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।

Jajpur Child Trafficking
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe