ଘରୋଇ ଋଣ ସଂସ୍ଥାର ଦବଙ୍ଗଗିରି; ମହିଳାଙ୍କ ଘର ଆଗରେ ଚଳାଇଲେ ଗୁଣ୍ଡାରାଜ

ଦୀର୍ଘ ୫ରୁ ୬ ଘଣ୍ଟା ମହିଳାଙ୍କ ଘରେ ଆଗରେ ଜଗି ରହି ସେମାନେ ଏକ ପ୍ରକାର ଗୁଣ୍ଡାରାଜ ଚଳାଇଲେ। ମହିଳାଜଣକ ଋଣ ବିଷୟରେ କିଛି ଜାଣି ନ ଥିବା କହିବା ସତ୍ତ୍ୱେ ଟଙ୍କା ନ ଦେଲେ ଘର ଆଗରୁ ହଟିବେନି ବୋଲି ଧମକ ଦେଲେ ।

Tension

ଫାଇନାନ୍ସ ସଂସ୍ଥାର କର୍ମଚାରୀ ପ୍ରିୟତମାଙ୍କ ଘର ସମ୍ମୁଖରେ ଗୁଣ୍ଡାରାଜ ଚଳାଇଛନ୍ତି।

Niharika Rout
  • Published: Saturday, 13 May 2023
  • Updated: 13 May 2023, 12:00 PM IST

Sports

Latest News

ଘରୋଇ ଋଣ ସଂସ୍ଥାର ଦବଙ୍ଗଗିରି ସୀମା ଟପିଲା। ଟଙ୍କା ଶୁଝିବାକୁ କହି ଜଣେ ମହିଳାଙ୍କ ଘର ଆଗରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କଲେ ୯ ଯୁବକ । ଦୀର୍ଘ ୫ରୁ ୬ ଘଣ୍ଟା ମହିଳାଙ୍କ ଘରେ ଆଗରେ ଜଗି ରହି ସେମାନେ ଏକ ପ୍ରକାର ଗୁଣ୍ଡାରାଜ ଚଳାଇଲେ। ମହିଳାଜଣକ ଋଣ ବିଷୟରେ କିଛି ଜାଣି ନ ଥିବା କହିବା ସତ୍ତ୍ୱେ ଟଙ୍କା ନ ଦେଲେ ଘର ଆଗରୁ ହଟିବେନି ବୋଲି ଧମକ ଦେଲେ । ଏନେଇ ମହିଳାଜଣକ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ପୁଲିସ୍‌ ସମସ୍ତ ୯ ଯୁବକଙ୍କୁ ଅଟକ ରଖିଛି।

ଏପରି ଏକ ଘଟଣା ଗତ ରାତିରେ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ସନ୍ତରା ଗ୍ରାମରେ ଘଟିଛି। ସନ୍ତରା ଗ୍ରାମର ପ୍ରିୟତମା ବିଶ୍ୱାଳ ନାମ୍ନୀ ମହିଳା ଏନେଇ ଥାନାରେ ଅଭିଯୋଗ କରିଛନ୍ତି ।

ପ୍ରିୟତମାଙ୍କ ଅନୁଯୋଗ ଅନୁଯାୟୀ, ସନ୍ତରା ଗ୍ରାମର କାଞ୍ଚନ ମଲ୍ଲିକ ନାମ୍ନୀ ମହିଳା ପ୍ରାୟ ବର୍ଷେ ପୂର୍ବେ ଗ୍ରାମର ଏକାଧିକ ମହିଳାଙ୍କୁ ଏକାଠି କରି କମ ସୁଧରେ ଋଣ କରାଇ ଦେବାକୁ କହିଥିଲେ । ସମସ୍ତଙ୍କୁ ଋଣ ଦେବାକୁ କହି ଉପଯୁକ୍ତ ପ୍ରମାଣପତ୍ର ମାଗିଥିଲେ। ପରେ ଚତୁରତାର ସହ ସମସ୍ତଙ୍କ ନାମରେ ଋଣ ଟଙ୍କା ଉଠାଇ ନେଇଥିଲେ l କିଛି ମାସ ଋଣ ସୁଝିବା ପରେ ଏବେ କାଞ୍ଚନ କେଉଁଆଡେ ଫେରାର ହୋଇଯାଇଛନ୍ତି ।

Also Read

ମୋ’ ନାଁରେ ଋଣ ହୋଇଥିବା ନେଇ ଜାଣି ନ ଥିବା ବେଳେ ଋଣ ଟଙ୍କା ବି ମୁଁ ପାଇ ନ ଥିବା କହିଛନ୍ତି ପ୍ରିୟତମା। ଏପରି ସ୍ଥିତିରେ ଫାଇନାନ୍ସ କର୍ମଚାରୀ ଘର ସମ୍ମୁଖରେ ପହଞ୍ଚି ଋଣ ଟଙ୍କା ଦେବାକୁ ଧମକାଇଥିଲେ। ମାତ୍ର ମୁଁ ଏ ବିଷୟରେ କିଛି ଜାଣି ନ ଥିବା କହିବା ସତ୍ତ୍ୱେ ସେମାନେ ଘର ଆଗରୁ ହଟି ନ ଥିଲେ।

ମୋ’ ସ୍ୱାମୀ, ପୁଅ ଘରେ ନ ଥିବା ବେଳେ ସେମାନେ ଆସିବା ପରେ ଫାଇନାନ୍ସ କର୍ମଚାରୀ ଉଭୟଙ୍କ ସହ ବଚସା କରିଥିଲେ। ଏପରିକି ସେମାନେ ମୋ’ ସ୍ୱାମୀଙ୍କୁ ଧକ୍କା ମାରିଥିବା କହିଛନ୍ତି ପ୍ରିୟତମା ।

ଗତ ରାତିରେ ଖବର ପାଇ ପୁଲିସ୍‌ ୯ ଫାଇନାନ୍ସ କର୍ମଚାରୀଙ୍କୁ ଉଠାଇ ଆଣିଥିବା ବେଳେ ଆଜି ଏ ନେଇ ପ୍ରିୟତମା ପାଣିକୋଇଲି ଥାନାରେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story