Advertisment

ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ଗୁଳିମାଡ଼

ସ୍ରାବନାଙ୍କ ଉପରେ ଗୁଳି ଚଳାଇଥିବା ହୃଦାନନ୍ଦ ମିଶ୍ରଙ୍କୁ ପୁଲିସ ଅଟକ ରଖିଛି।

author-image
Tapaswini Nayak
undefined

Gun

କମ୍ ଇନଫ୍ରା ପ୍ରାଇଭେଟ ଲିମିଟେଡର ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ଗୁଳିମାଡ଼ ହୋଇଛି। ଯାଜପୁର ଜିଲ୍ଲା ସୁକିନ୍ଦା ରେଳ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି। ତାଙ୍କ ନାଁ ସ୍ରାବନା। ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସ୍ରାବନାଙ୍କ ଉପରେ ଗୁଳି ଚଳାଇଥିବା ହୃଦାନନ୍ଦ ମିଶ୍ରଙ୍କୁ ପୁଲିସ ଅଟକ ରଖିଛି।

Advertisment

ହୃଦାନନ୍ଦ ନିଜ ଜମି ସମତୁଲ କରିବା ପାଇଁ ସ୍ରାବନାଙ୍କ ନିକଟରୁ ଜେସିବି ମେସିନ ନେଇଥିଲେ। ଗତକାଲି ସେ ଜେସିବି ମେସିରେ ନିଜ ଜମି ସମୁତୁଲ କରୁଥିଲେ। ଏହି ସମୟରେ ସ୍ରାବନା ଆସି ଜେସିବି ମେସିନ ମାଗିଥିଲେ। ହେଲେ ହୃଦାନନ୍ଦ କାମ ନ ସରିବା ଯାଏ ଜେସିବି ମେସିନ ଦେବେ ନାହିଁ ବୋଲି କହିଥିଲେ। ଏନେଇ ହୃଦାନନ୍ଦ ଓ ସ୍ରାବନାଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ହୃଦାନନ୍ଦ ଉତ୍ତ୍ୟକ୍ତ ହୋଇ ନିଜ ପକେଟରୁ ବନ୍ଧୁକ ଗାଡ଼ି ସ୍ରାବନା ଉପରେ ଗୁଳି ଚଳାଇଥିଲେ। ପରେ ହୃନ୍ଦାନନ୍ଦ ଘଟଣାସ୍ଥଳରୁ ପଳାଇଥିଲେ।

ସ୍ଥାନୀୟ ଲୋକେ ସ୍ରାବନାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁଲିସ ପହଞ୍ଚି ହୃଦାନନ୍ଦଙ୍କୁ ଅଟକ ରଖିବା ସହ ପଚରାଉଚରା କରୁଛି। ଏହାସହ ହୃଦାନନ୍ଦଙ୍କ ପାଖରୁ ଏକ ବନ୍ଧୁକ ଓ ୨ଟି ଗୁଳି ଜବତ କରିଛି।

Advertisment
Jajpur