ବ୍ରାହ୍ମଣୀ ନଦୀରେ ବନ୍ୟା, ଯାଜପୁର ଜିଲ୍ଲାରେ ୩ଟି ସ୍ଥାନରେ ଘାଇ

ଯାଜପୁର(ଓଡ଼ିଶା ରିପୋର୍ଟର): ଲଘୁଚାପଜନିତ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ବ୍ରାହ୍ମଣୀ ନଦୀରେ ବନ୍ୟା ଅସିବା ଯୋଗୁ ଯାଜପୁର ଜିଲ୍ଲାରେ ୩ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ଫଳରେ ବନ୍ୟା ଦ୍ୱାରା ହଜାର ହଜାର ଲୋକେ ପ୍ରଭାବିତ ହୋଇଛନ୍ତି। ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଫଳରେ ଗତକାଲି ରାତିରେ ଜିଲ୍ଲାର ରସୁଲପୁର ବ୍ଲକ ବନ୍ଧଢିହ ପଂଚାୟତ କଣ୍ଡିଆ ବଣିଆସାହିଠାରେ ବ୍ରାହ୍ମଣୀ ନଦୀର ଘେରି ବନ୍ଧରେ ପାଖାପାଖି ୩୦ଫୁଟର ଘାଇ ସୃଷ୍ଟି ହୋଇଥିଲା । ଫଳରେ ଶତାଧିକ ପରିବାର […]

6io

6io

Tapas Behera
  • Published: Wednesday, 15 September 2021
  • Updated: 15 September 2021, 05:55 PM IST

Sports

Latest News

ଯାଜପୁର(ଓଡ଼ିଶା ରିପୋର୍ଟର): ଲଘୁଚାପଜନିତ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ବ୍ରାହ୍ମଣୀ ନଦୀରେ ବନ୍ୟା ଅସିବା ଯୋଗୁ ଯାଜପୁର ଜିଲ୍ଲାରେ ୩ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ଫଳରେ ବନ୍ୟା ଦ୍ୱାରା ହଜାର ହଜାର ଲୋକେ ପ୍ରଭାବିତ ହୋଇଛନ୍ତି। ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଫଳରେ ଗତକାଲି ରାତିରେ ଜିଲ୍ଲାର ରସୁଲପୁର ବ୍ଲକ ବନ୍ଧଢିହ ପଂଚାୟତ କଣ୍ଡିଆ ବଣିଆସାହିଠାରେ ବ୍ରାହ୍ମଣୀ ନଦୀର ଘେରି ବନ୍ଧରେ ପାଖାପାଖି ୩୦ଫୁଟର ଘାଇ ସୃଷ୍ଟି ହୋଇଥିଲା । ଫଳରେ ଶତାଧିକ ପରିବାର ପ୍ରଭାବିତ ହୋଇଛନ୍ତି ।

ସେହିପରି ବରୀ ବ୍ଲକର ସାହୁପଡା ପଂଚାୟତ ମାଟିଆପଡା ଠାରେ ଆଜି ଭୋର ସମୟରେ ବ୍ରାହ୍ମଣୀର ମୁଖ୍ୟ ନଦୀବନ୍ଧରେ ଏକକାଳୀନ ୨ଟି ଘାଇ ସୃଷ୍ଟି ହୋଇଥିଲା । ଘାଇ ସୃଷ୍ଟି ହେବା ଫଳରେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଘର ଭିତରେ ବନ୍ୟା ଜଳ ପ୍ରବେଶ କରିବା ପରେ ଲୋକେ ଜୀବନକୁ ବଂଚାଇ କିଏ ନଦୀ ବନ୍ଧ ଉପରେ ଆଶ୍ରୟ ନେଇଛି ତ ଆଉ କିଏ ସ୍କୁଲ ଘରେ ଆଶ୍ରୟ ନେଇଛି ।

ବିପନ୍ନଙ୍କ ସହ ଗୃହପାଳିତ ପଶୁ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଏପଟେ ଗତବର୍ଷ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଦ୍ୱାରା ବନ୍ଧଢିହ ଠାରେ ଘେରିବନ୍ଧ ଭାଙ୍ଗି ମୁଖ୍ୟ ବନ୍ଧ ମଧ୍ୟ ଭାଙ୍ଗିଥିଲା । ସେହିପରି ମାଟିଆପଡା ଠାରେ ମଧ୍ୟ ଘାଇ ସୃଷ୍ଟି ହୋଇଥିଲା । ତେବେ ଘାଇଗୁଡିକର ମରାମତି କରାଯାଇଥିବା ବେଳେ ବନ୍ୟା ଦ୍ୱାରା ପୁଣି ଘାଇ ଭାଙ୍ଗିବାକୁ ନେଇ ଅଂଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଘାଇର ମରାମତି କାର୍ଯ୍ୟ ନିମ୍ନମାନର ହୋଇଥିବା ବେଳେ ଦାୟିତ୍ୱରେ ଥିବା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କୁ ଏ ନେଇ ଦାୟୀ କରିଛନ୍ତି । ଏପଟେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଘାଇସ୍ଥଳ ପରିଦର୍ଶନ କରିବା ସହ ବିପନ୍ନମାନଙ୍କ ସହ ଆଲୋଚନା କରିଛନ୍ତି ।  ତେବେ ନଦୀରେ ବନ୍ୟାଜଳ ହ୍ରାସ ପାଇଥିବାରୁ ସେଭଳି ବିପଦ ନାହିଁ । ବନ୍ୟା ଜଳ କମିବା ପରେ ତୁରନ୍ତ ଘାଇ ଗୁଡିକର ମରାମତି କରାଯିବ ବୋଲି  ଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos