alcohol
ଯାଜପୁର (ଗୁଲାସ ଗସ୍): ପୂର୍ବତନ ସମିତି ସଭ୍ୟଙ୍କ ଘରୁ ମିଳିଲା ବିପୁଳ ପରିମାଣର ବିଦେଶୀ ମଦ। ଏହି ବିଦେଶୀ ମଦ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିତଳ ଗ୍ରାମରେ ପୂର୍ବତନ ସମିତି ସଭ୍ୟଙ୍କ ଘରୁ ମିଳିଛି। ବଡ଼ଚଣା ଥାନା ସମିତି ସଭ୍ୟଙ୍କ ଘରେ ଚଢ଼ାଉ ୮ ପେଟି ବିଦେଶୀ ମଦ ଜବତ କରିଛି।
ପୂର୍ବତନ ସମିତି ସଭ୍ୟଙ୍କ ଘରେ ମଦ ମହଜୁଦ ରହିଥିବା ନେଇ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଯାହା ପରେ ଆଜି ଅପରାହ୍ନରେ ପୁଲିସ୍ ଏହି ଚଡାଉ କରିଥିଲା। ଜଣେ ପୂର୍ବତନ ସମିତି ସଭ୍ୟଙ୍କ ଘରୁ ଏତେ ପରିମାଣର ବିଦେଶୀ ମଦ ଜବତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ନିର୍ବାଚନ ପାଇଁ ଏବେଠାରୁ ନେତାମାନେ ଘରେ ମଦ ମହଜୁଦ ରଖୁଥିବା ଏଥିରୁ ଷ୍ପଷ୍ଟ ହୋଇଛି। ବଡ଼ଚଣା ପୁଲିସ ଏକ ମାମଲା ରୁଜୁ ତଦନ୍ତ ଚଳାଇଥିବା ବେଳେ ଏହି ମାମଲାରେ କାହାରିକୁ ଗିରଫ କରାଯାଇନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/02/alcohol.jpg)