Advertisment

ବ୍ରାହ୍ମଣୀ ନଦୀ କୁଦରେ ସୃଷ୍ଟି କରାଯିବ ଜଙ୍ଗଲ

ଯାଜପୁର(ଗୁଲାମ ଗସ୍‌): ଜୁଲାଇ ମାସରୁ ଆରମ୍ଭ ହୋଇଛି ବନମହୋତ୍ସବ। କରୋନା କଟକଣା ଭିତରେ ସରକାର ବ୍ୟାପକ ବୃକ୍ଷରୋପଣକୁ ଗୁରୁତ୍ୱ ଦେଇଛନ୍ତି। ମନରେଗା ଯୋଜନାରେ ବୃକ୍ଷରୋପଣ କରାଯିବା ସହ କାର୍ଯ୍ୟଦିବସ ସୃଷ୍ଟି କରାଯିବ। କରୋନା ପ୍ରଭାବିତ ଶ୍ରମିକଙ୍କୁ ଏହା କର୍ମସଂସ୍ଥାନ ଯୋଗାଇବ। ଏହିକ୍ରମରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକରେ ଏହାର ଶୁଭାରମ୍ଭ ହୋଇଛି। ବ୍ରାହ୍ମଣୀ ନଦୀର ବାରବାଟୀ ପଂଚାୟତ ଦୁର୍ଗାପୁର ମୌଜାରେ ରହିଥିବା କୁଦକୁ ଜଙ୍ଗଲରେ ପରିଣତ କରାଯିବ। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବାରବାଟୀ ପଂଚାୟତ ଦୁର୍ଗାପୁର […]

ବ୍ରାହ୍ମଣୀ ନଦୀ କୁଦରେ ସୃଷ୍ଟି କରାଯିବ ଜଙ୍ଗଲ

5bm

Advertisment

ଯାଜପୁର(ଗୁଲାମ ଗସ୍‌): ଜୁଲାଇ ମାସରୁ ଆରମ୍ଭ ହୋଇଛି ବନମହୋତ୍ସବ। କରୋନା କଟକଣା ଭିତରେ ସରକାର ବ୍ୟାପକ ବୃକ୍ଷରୋପଣକୁ ଗୁରୁତ୍ୱ ଦେଇଛନ୍ତି। ମନରେଗା ଯୋଜନାରେ ବୃକ୍ଷରୋପଣ କରାଯିବା ସହ କାର୍ଯ୍ୟଦିବସ ସୃଷ୍ଟି କରାଯିବ। କରୋନା ପ୍ରଭାବିତ ଶ୍ରମିକଙ୍କୁ ଏହା କର୍ମସଂସ୍ଥାନ ଯୋଗାଇବ। ଏହିକ୍ରମରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକରେ ଏହାର ଶୁଭାରମ୍ଭ ହୋଇଛି। ବ୍ରାହ୍ମଣୀ ନଦୀର ବାରବାଟୀ ପଂଚାୟତ ଦୁର୍ଗାପୁର ମୌଜାରେ ରହିଥିବା କୁଦକୁ ଜଙ୍ଗଲରେ ପରିଣତ କରାଯିବ।

Advertisment

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବାରବାଟୀ ପଂଚାୟତ ଦୁର୍ଗାପୁର ମୌଜାରେ ରହିଥିବା କୁଦରେ ଜଙ୍ଗଲ ସୃଷ୍ଟି କରାଯିବ। ପ୍ରଶାସନ ପକ୍ଷରୁ ପଂଚାୟତ ସନ୍ନିକଟ ବ୍ରାହ୍ମଣୀ ନଦୀର କୁଦରେ ରହିଥିବା ୫୦ ଏକରରୁ ଅଧିକ ଜମି ଚିହ୍ନଟ କରାଯାଇଛି। ଦୀର୍ଘ ବର୍ଷ ଧରି ଅବ୍ୟବହୃତ ଅବସ୍ଥାରେ ପଡିରହିଥିବା ସରକାରୀ ଜମିକୁ ଜଙ୍ଗଲରେ ପରିଣତ କରିବାର ପରିକଳ୍ପନା କରାଯାଇଛି। ବନମହୋତ୍ସବ ଅବସରରେ ଏହାର ଶୁଭାରମ୍ଭ କରାଯାଇଛି। ଲକ୍ଷାଧିକ ଚାରା ରୋପଣ କରାଯିବାର ଲକ୍ଷ ରଖାଯାଇଥିବା ବେଳେ ପାଖାପାଖି ୧୫ହଜାର ଚାରା ରୋପଣ କରାଗଲାଣି। ଏପଟେ ମହାମାରୀ କରୋନାରେ ପ୍ରଭାବିତ ପଂଚାୟତର ଶତାଧିକ ଶ୍ରମିକ ମାନଙ୍କୁ ଏହି ଯୋଜନା ମାଧ୍ୟମରେ କାମ ଯୋଗାଇଦିଆଯାଇଛି।

୨୦୨୧-୨୨ ଆର୍ଥିକ ବର୍ଷରେ ବ୍ଲକ ପକ୍ଷରୁ ଚିହ୍ନଟ ହୋଇଥିବା ୫୦ଏକର ଜମିରେ ଜଙ୍ଗଲ ଜାତୀୟ  ଓ ଫଳଗଛ ପ୍ଲାଂଟେସନ କରାଯିବ। ମହାତ୍ମାଗାନ୍ଧି ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବ୍ୟାପକ ବୃକ୍ଷରୋପଣ କରାଯାଇ କାର୍ଯ୍ୟଦିବସ ସୃଷ୍ଟି କରାଯିବ। ନଦୀର କୁଦରେ ବୃକ୍ଷରୋପଣ କରାଯାଇ ବନ୍ୟା ନିୟନ୍ତ୍ରଣ ହେବା ସହ ମୃତିକା ସଂରକ୍ଷଣ ହେବା ଭଳି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଏଥିସହ ଫଳ ଗଛ ପଂଚାୟତର ଆୟ ବୃଦ୍ଧି ଘଟାଇବାରେ ସହାୟକ ହେବ। ବୃକ୍ଷର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରସୁଲପୁର ବିଡିଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦିବସରେ ସ୍ୱେଚ୍ଛାସେବୀ ଓ ସରକାରୀ କର୍ମଚାରୀମାନେ ସାମିଲ ହୋଇ ଗଛ ଲଗାଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe