Advertisment

ପୂର୍ବତନ ବିଧାୟକଙ୍କ ଉପରେ ମାଡ଼ି ଗଲା ବାଲି ବୋଝେଇ ହାଇୱା

ଆଜି ସକାଳେ ଅର୍ଜୁନ ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିଜ ସହଯୋଗୀଙ୍କ ସହ ବାଇକ୍‌ରେ ଯାଉଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Arjun Charan Das

Arjun Charan Das

ବିଞ୍ଝାରପୁରର ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସଙ୍କର ଆଜି ସକାଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଯାଜପୁର ସଦର ଥାନା ବରୁହାଁ ନିକଟରେ ଖରସ୍ରୋତା ନଦୀବନ୍ଧ ଉପରେ ତାଙ୍କ ବାଇକ୍‌କୁ ଏକ ବାଲି ବୋଝେଇ ହାଇୱା ଧକ୍କା ଦେଇଥିଲା। ଏଥିରେ ଅର୍ଜୁନ ଚରଣ ଦାସଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ସହଯୋଗୀ ଗୁରୁତର ହୋଇଛନ୍ତି। 

Advertisment

ଆଜି ସକାଳେ ଅର୍ଜୁନ ଚରଣ ଦାସ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିଜ ସହଯୋଗୀଙ୍କ ସହ ବାଇକ୍‌ରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବାଲି ବୋଝେଇ ହାଇୱାଟି ତାଙ୍କ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଅର୍ଜୁନ ଚରଣ ଦାସ ଓ ତାଙ୍କ ସହଯୋଗୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅର୍ଜୁନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କ ସହଯୋଗୀଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି।

ଯାଜପୁର ସଦର ପୁଲିସ ବାଲି ବୋଝେଇ ହାଇୱାକୁ ଜବତ କରିଥିବା ବେଳେ ଅଭିଯୁକ୍ତ ଚାଳକ ଫେରାର ହୋଇଯାଇଛି।

Advertisment

ସୂଚନାଯୋଗ୍ୟ, ସ୍ୱର୍ଗତ ଅର୍ଜୁନ ଚରଣ ଦାସ ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀରୁ ୧୯୯୫ ମସିହାରେ କଂଗ୍ରେସ ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ପୂର୍ବତନ ସାଂସଦ ଅନାଦି ଦାସଙ୍କ ପୁଅ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ଦଳର ନେତା ଓ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Congress Roadaccident