Advertisment

ଅରିନ୍ଦମ ଓ ସୀତାରାମଙ୍କ ପରିବାରକୁ ଆର୍ଥିକ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ

ଯାଜପୁର (ଅଭୟ ପତି): ମୁଣ୍ଡୁଳି ଠାରେ ନ୍ୟୁଜ୍ ସଂଗ୍ରହ ସମୟରେ ଓଡ୍ରାଫ୍ଟ ବୋଟ୍ ବୁଡି ପ୍ରାଣ ହରାଇଥିବା ଓଟିଭିର ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଓଡ୍ରାଫ୍ଟ କର୍ମଚାରୀ ସୀତାରାମ ମୁର୍ମୁଙ୍କ ପରିବାରକୁ ଅଧିକ ଆର୍ଥିକ ସହାୟତା ଯୋଗାଇଦେବାକୁ ଅଣ୍ଟା ଭିଡ଼ିଲେ ଆଇନଜୀବୀ। ହାଇକୋର୍ଟ ଆଇନଜୀବୀ ସୂର୍ଯ୍ୟମଣି ପାଢ଼ୀ ଏହି ଅନୁରୋଧ କରିଛନ୍ତି। ସୂର୍ଯ୍ୟମଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ […]

ଅଦ୍ୟତନ ହୋଇଛି
ଅରିନ୍ଦମ ଓ ସୀତାରାମଙ୍କ ପରିବାରକୁ ଆର୍ଥିକ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ

advocate

Advertisment

ଯାଜପୁର (ଅଭୟ ପତି): ମୁଣ୍ଡୁଳି ଠାରେ ନ୍ୟୁଜ୍ ସଂଗ୍ରହ ସମୟରେ ଓଡ୍ରାଫ୍ଟ ବୋଟ୍ ବୁଡି ପ୍ରାଣ ହରାଇଥିବା ଓଟିଭିର ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଓଡ୍ରାଫ୍ଟ କର୍ମଚାରୀ ସୀତାରାମ ମୁର୍ମୁଙ୍କ ପରିବାରକୁ ଅଧିକ ଆର୍ଥିକ ସହାୟତା ଯୋଗାଇଦେବାକୁ ଅଣ୍ଟା ଭିଡ଼ିଲେ ଆଇନଜୀବୀ। ହାଇକୋର୍ଟ ଆଇନଜୀବୀ ସୂର୍ଯ୍ୟମଣି ପାଢ଼ୀ ଏହି ଅନୁରୋଧ କରିଛନ୍ତି।

Advertisment

ସୂର୍ଯ୍ୟମଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଇ-ମେଲ ଏବଂ ହାର୍ଡ କପି ଯୋଗେ ଅରିନ୍ଦମ ଏବଂ ସିତାରାମଙ୍କ ପରିବାରକୁ ଅଧିକ ଆର୍ଥିକ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି।

ସେ କହିଛନ୍ତି, ବନ୍ୟପ୍ରାଣୀ ହେଉଛନ୍ତି ଜାତୀୟ ସମ୍ପଦ। ଏମାନଙ୍କ ସୁରକ୍ଷା ଓ ପରିବେଶ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେହିପରି ମହାନଦୀରେ ହାତୀକୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍ଟ ଟିମ ସହ ଯାଉଥିବା ସାମ୍ବାଦିକ ଅରିନ୍ଦମ ଓ ଓଡ୍ରାଫ୍ଟ ଯବାନ ସୀତାରାମଙ୍କ ଆକସ୍ମିକ ଦେହାନ୍ତ ହୋଇଛି। ତେଣୁ ଦୁହିଁଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଦେବାକୁ ମୁଁ ଅନୁରୋଧ କରିଛି।

Advertisment

ତା’ ଛଡ଼ା ରା କୋଭିଡ୍ ସମୟରେ ସାମ୍ବାଦିକ ମୃତ୍ୟୁବରଣ କଲେ ରାଜ୍ୟ ସରକାରଙ୍କ ତରଫରୁ ୧୫ଲକ୍ଷ ଟଙ୍କା ସହାୟତା ଦିଆଯାଇଥାଏ। ତେଣୁ ଅରିନ୍ଦମଙ୍କ କ୍ଷେତ୍ରରେ ଏହି ଯୋଜନା ଲାଗୁ କରିବାକୁ ଆଇନଜୀବୀ ସୂର୍ଯ୍ୟମଣି ଦାବି କରିଛନ୍ତି।

ନିଜର ନ୍ୟୁଜ ମାଧ୍ୟମରେ ଅରିନ୍ଦମ ରାଜ୍ୟ ସରକାର ଏବଂ ଜନସାଧାରଣଙ୍କୁ ସିଧାସଳଖ ସମସ୍ତ ସୂଚନା ଦେଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବାରୁ ସେ କେନ୍ଦ୍ର, ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ ସଂଗଠନ ଓ ବଦାନ୍ୟ ବ୍ୟକ୍ତିଙ୍କୁ ସେମାନଙ୍କ ପରିବାରକୁ ସହାୟତା ଯୋଗାଇଦେବାକୁ ମଧ୍ୟ ନିବେଦନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe