Attack
ଦାମ୍ପତ୍ୟ କଳହ ନେଲା ଉଗ୍ର ରୂପ । ବର୍ବର କାଣ୍ଡ ଘଟାଇଲା ପିଶାଚ ସ୍ୱାମୀ। ବିବାହର ପ୍ରାୟ ୨୫ ବର୍ଷ ପରେ ପତ୍ନୀକୁ ପନିକିରେ ହାଣିଦେଲା ସ୍ୱାମୀ। ଛଟପଟ ହୋଇ ଜୀବନ ଯିବା ପରେ ମୃତଦେହକୁ ଅଖାରେ ଭର୍ତ୍ତି କରି ନଦୀ କୂଳରେ ଫିଙ୍ଗି ଦେଲା। ଏପରି ଲୋମହର୍ଷଣକାରୀ ଘଟଣା ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ହେମତପୁର ଗ୍ରାମରେ ଗତକାଲି ରାତିରେ ଘଟିଛି।
ମୃତା ମହିଳା ହେଲେ ହେମତପୁର ଗ୍ରାମର ୫୦ ବର୍ଷୀୟା ରେଣୁକା ଜେନା। ରେଣୁକାଙ୍କ ହତ୍ୟା ଅଭିଯୋଗରେ ପୁଲିସ୍ ତାଙ୍କ ସ୍ୱାମୀ ରନ୍ଥା ଜେନାଙ୍କୁ ଅଟକ ରଖି ପଚରାଉଚରା କରୁଛି।
ରନ୍ଥା ଜେନା ଇଟା ଭାଟିରେ କାମ କରି ପରିବାର ଚଳାନ୍ତି। ସେ ଅଧିକାଂଶ ସମୟ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ରେଣୁକାଙ୍କୁ ମାରପିଟ କରୁଥିବା ପୂର୍ବରୁ ଅଭିଯୋଗ ହୋଇଛି।
ଗତକାଲି ରନ୍ଥା ଘରକୁ ଫେରିଥିବା ବେଳେ ଉଭୟ ପତିପତ୍ନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହାପରେ ପାଖରେ ପଡ଼ିଥିବା ପନିକିରେ ରେଣୁକାଙ୍କୁ ହାଣି ଦେଲେ ରନ୍ଥା। ଛଟପଟ ହୋଇ ରେଣୁକାଙ୍କ ଜୀବନ ଚାଲିଯିବା ପରେ ମୃତଦେହକୁ ଏକ ଅଖାରେ ଭର୍ତ୍ତି କରି ନଦୀ କୂଳରେ ଫୋପାଡ଼ି ଦେଇଥିଲେ।
ଗ୍ରାମବାସୀଙ୍କଠାରୁ ଖବର ପାଇ ପୁଲିସ୍ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ରନ୍ଥାଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।
ଏନେଇ ରନ୍ଥାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ସେ ଯେପରି ଆମ ଝିଅକୁ ସବୁବେଳେ ମାରପିଟ କରୁଥିଲା। ଶେଷରେ କଲବଲ କରି ମାରି ଦେଲ। ତେଣୁ ତାକୁ ବି ସେପରି କଲବଲ କରି ମାରି ଦିଆଯାଉ ବୋଲି ରନ୍ଥାଙ୍କ ମା’ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
