Advertisment

ଇମେଲ ଭାଇରାଲ: ମାସିକିଆ ଚାନ୍ଦା ନଦେଲେ ହଇରାଣ ହେବ

ଯାଜପୁର(ଅଭୟ ପତି ): କଥାରେ ଅଛି ପଇସା କ୍ୟା ନକରେ କାମ୍….। ଏହି ଉକ୍ତିର ପ୍ରକୃତ ରୂପ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କାଳିଆପାଣିସ୍ଥିତ ଓସ୍ତାପାଳ ବେଦାନ୍ତ କମ୍ପାନୀରେ। ଗତ ନଭେମ୍ବର ମାସରେ କମ୍ପାନୀର ହେଡ଼ଅଫିସକୁ ଯାଇଥିବା ଏକ ଇମେଲ ଭାଇରାଲ ହେବାପରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭାଇରାଲ ଇମେଲ ଅନୁସାରେ 2020 ମସିହା ଅକ୍ଟୋବର ମାସରେ କାଳିଆପାଣି ସ୍ଥିତ ଓସ୍ତପାଳ ଏବଂ କଲରଙ୍ଗିଅତା ଚଳାଉଥିବା ଫେକର (FACOR) କମ୍ପାନୀ ଠାରୁ ବେଦାନ୍ତ […]

ଇମେଲ ଭାଇରାଲ: ମାସିକିଆ ଚାନ୍ଦା ନଦେଲେ ହଇରାଣ ହେବ

8n8

Advertisment

ଯାଜପୁର(ଅଭୟ ପତି ): କଥାରେ ଅଛି ପଇସା କ୍ୟା ନକରେ କାମ୍....। ଏହି ଉକ୍ତିର ପ୍ରକୃତ ରୂପ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କାଳିଆପାଣିସ୍ଥିତ ଓସ୍ତାପାଳ ବେଦାନ୍ତ କମ୍ପାନୀରେ। ଗତ ନଭେମ୍ବର ମାସରେ କମ୍ପାନୀର ହେଡ଼ଅଫିସକୁ ଯାଇଥିବା ଏକ ଇମେଲ ଭାଇରାଲ ହେବାପରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଭାଇରାଲ ଇମେଲ ଅନୁସାରେ 2020 ମସିହା ଅକ୍ଟୋବର ମାସରେ କାଳିଆପାଣି ସ୍ଥିତ ଓସ୍ତପାଳ ଏବଂ କଲରଙ୍ଗିଅତା ଚଳାଉଥିବା ଫେକର (FACOR) କମ୍ପାନୀ ଠାରୁ ବେଦାନ୍ତ କମ୍ପାନୀ ଏହାର କ୍ରୋମାଇଟ ଉତ୍ତୋଳନ ପାଇଁ ଅଫିସିଆଲି ଦାୟିତ୍ୱ ନେଇଥିଲା। ତେବେ ବେଦାନ୍ତ ଦାୟିତ୍ୱ ନେବାପରେ ଏଠାରେ କାର୍ଯ୍ୟ କରୁଥିବା ଅଫିସର ମାନଙ୍କର ହାତଖର୍ଚ୍ଚ ବନ୍ଦ ହୋଇଯାଇଥିଲା। ଫଳରେ ବିଭିନ୍ନ ଅଫିସର, ୟୁନିଅନ, ପୁଲିସ ମାନଙ୍କୁ ଦିଆଯାଉଥିବା ମାସିକିଆ ବଟି ବନ୍ଦ ହୋଇଯାଇଥିଲା।

ତେବେ ନଭେମ୍ବର 09 ତାରିଖରେ ଯାଇଥିବା ଏହି ଭାଇରଲ ଇମେଲରେ ଲେଖାଯାଇଛି ଯେ, ଯଦି ମାସିକିଆ ଚାନ୍ଦା ଦିଆନଯାଏ ତେବେ ସ୍ଥାନୀୟ ପ୍ରଶାସନ, ସ୍ଥାନୀୟ ପୁଲିସ, ଲୋକାଲ ୟୁନିଅନ, ଆଞ୍ଚଳିକ ପ୍ରଦୂଷଣ ବିଭାଗ ଅଫିସରଙ୍କର ଆଦୌ ସହଯୋଗ ମିଳିବ ନାହିଁ। ତେଣୁ ଯଥାଶୀଘ୍ର ସେମାନଙ୍କର ମାସିକ ଚାନ୍ଦା ରିଲିଜ କରାଯାଉ।ଏପରିକି  ଜିଲ୍ଲାର ଜଣେ ଥାନାଅଧିକାରୀ ମଧ୍ୟ ଫୋନକରି କାଳୀପୂଜା ଭେଟି ପାଇଁ ତାଗିଦ କରିଲେଣି ବୋଲି ଏଥିରେ ଉଲ୍ଲେଖ ରହିଛି।

Advertisment

ଏହି ଇମେଲଟି ଓସ୍ତପାଳ ମାଇନ୍ସର ମ୍ୟାନେଜର ଅଜୟ ପାତ୍ର ତାଙ୍କର ଉପରିସ୍ଥ ଅଧିକାରୀ ଅରକେ ସିଂଙ୍କୁ  09.11.2020ରେ ପଠାଇଥିବା ଦର୍ଶାଯାଇଛି। ଏହାର ରିମାଇଣ୍ଡର 13.11.20 ରେ ପୁନର୍ବାର ପଠାଇଛନ୍ତି।

ତେବେ ଏହି ଇ-ମେଲକୁ ପାଥେୟ କରି ସିନିୟର ଜିଏମ ଅର କେସିଂ ପୁଲିସ DG, ଭିଜିଲାନ୍ସ, ଯାଜପୁର ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ଇମେଲ ଯୋଗେ ଅଭିଯୋଗ କରିଛନ୍ତି। ଏହି ଘଟଣାର ଏବେ ଖୁଲାଶା ହୋଇଛି। ତେବେ ପ୍ରକୃତରେ ଭାଇରାଲ ହୋଇଥିବା ଇମେଲରେ ଯାହାଙ୍କର ନାମ ଅଛି, ସେମାନଙ୍କୁ ମାସିକିଆ ଚାନ୍ଦା ଦିଆଯାଏ ନା ତାଙ୍କ ନାମରେ ଆଉକିଏ ଚଳୁ କରେ ତାର ଖୁଲାଶା ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି। ଏହି ଘଟଣାକୁ ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଟ୍ୱିଟ୍‌  କରିବାପରେ ଚର୍ଚ୍ଚା ଜୋର ଧରିଛି।

ତେବେ ଗଣମାଧ୍ୟମକୁ ସମ୍ପୃକ୍ତ ମାଇନ୍ସ ମ୍ୟାନେଜର ଅଜୟ ପାତ୍ର ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ମତେ ଓ କମ୍ପାନୀକୁ ବଦନାମ କରିବାପାଇଁ ଏହା ଏକ ଚକ୍ରାନ୍ତ। ଏଥିରେ ଉଲ୍ଲେଖ ଥିବା ଅନ୍ୟମାନଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe