Advertisment

ମଦ୍ୟପ ଯୁବକର ଉନ୍ମତ୍ତକାଣ୍ଡ, ବାପପୁଅଙ୍କୁ ଛୁରୀ ଭୁସିଦେଲେ

ପାଟିତୁଣ୍ଡ ଶୁଣି ଗ୍ରାମବାସୀ ଦୌଡ଼ି ଆସି ଉଭୟ ବାପାପୁଅଙ୍କୁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଅଦ୍ୟତନ ହୋଇଛି
knife

knife

Advertisment

ମଦ୍ୟପ ଯୁବକର ଉନ୍ମକ୍ତ କାଣ୍ଡ। ଖରାପ ଭାଷାରେ ଗାଳିଗୁଲଜ କରୁଥିବାବେଳେ ଅଟକାଇବାରୁ ବାପାପୁଅଙ୍କୁ ଛୁରୀ ଭୁସି ଦେଲା ମଦ୍ୟପ ଯୁବକ। ଘଟଣାସ୍ଥଳରେ ପୁଅର ମୃତ୍ୟୁ ଘଟିଥିବା ବେଳେ ବାପାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯାଜପୁର ରୋଡ଼ ଥାନା ବାଳୁଙ୍ଗା ବନ୍ଦୀ ଗାଁରେ ଏହି ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ମଦନ ମଳିକ। ବାପା ସୁକାନ୍ତ ମଳିକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ ଗଣେଷ ମଳିକଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ସୂଚନାଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ସମୟରେ ସୁକାନ୍ତ ମଳିକ ଦାଣ୍ଡରେ ବସିଥିଲେ। ଏହି ସମୟରେ ଗଣେଷ ମଦ୍ୟପାନ କରି ଆସି ଗାଁଦାଣ୍ଡରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏନେଇ ସୁକାନ୍ତ ଗଣେଶଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ଗଣେଶ ସୁକାନ୍ତଙ୍କ କଥାରେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ବାପାଙ୍କୁ ଗଣେଷ ମାଡ଼ ମାରୁଥିବା ଦେଖି ପୁଅ ମଦନ ଦୌଡ଼ି ଆସି ଅଟକାଇଥିଲେ। ଗଣେଷ ଏକ ଛୁରୀ ବାହାର କରି ବାପାପୁଅଙ୍କୁ ଆକ୍ରମଣ କରିଥିଲେ।

ପାଟିତୁଣ୍ଡ ଶୁଣି ଗ୍ରାମବାସୀ ଦୌଡ଼ି ଆସି ଉଭୟ ବାପାପୁଅଙ୍କୁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ପରେ ସୁକାନ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Odisha Police Murder Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe