Advertisment

ଜନ୍ମ ହେଉ ହେଉ ଛୁଆ ହେଲା ପର, ମୁହଁ ଫେରାଇ ନେଲେ ପରିବାର ଲୋକ

ଯାଜପୁର(ସଞ୍ଜୀବ ନାୟକ): ବହୁ ପ୍ରତିକ୍ଷା ପରେ କୋଳକୁ ପୁଅଟିଏ ଆସିଲା। ଶିଶୁଟିର ମା’ ସମେତ ପରିବାର ଲୋକ ବି ବହୁତ ଖୁସି  ହେଲେ । ଖୁସି ମାନିଲାନି ବନ୍ଧବାଡ଼ । ହେଲେ ଏହି ଖୁସି ଖୁବ କମ୍‌ ସମୟରେ ପାଣି ଫୋଟକା ପରି ମିଳାଇଗଲା। ମୁହଁ ଫେରାଇ ନେଲେ ପରିବାର ଲୋକ । ପରିବାର ଲୋକ ସମେତ ବାପା ବି ଛୁଆଟିକୁ ଗ୍ରହଣ କରିବାକୁ ମନା କରିଦେଲା। ଜନ୍ମ ହେଉ ହେଉ ନିରୀହ ଛୁଆଟି ଏବେ ଆପଣାର […]

ଅଦ୍ୟତନ ହୋଇଛି
ଜନ୍ମ ହେଉ ହେଉ ଛୁଆ ହେଲା ପର, ମୁହଁ ଫେରାଇ ନେଲେ ପରିବାର ଲୋକ

infant

Advertisment

ଯାଜପୁର(ସଞ୍ଜୀବ ନାୟକ): ବହୁ ପ୍ରତିକ୍ଷା ପରେ କୋଳକୁ ପୁଅଟିଏ ଆସିଲା। ଶିଶୁଟିର ମା’ ସମେତ ପରିବାର ଲୋକ ବି ବହୁତ ଖୁସି  ହେଲେ । ଖୁସି ମାନିଲାନି ବନ୍ଧବାଡ଼ । ହେଲେ ଏହି ଖୁସି ଖୁବ କମ୍‌ ସମୟରେ ପାଣି ଫୋଟକା ପରି ମିଳାଇଗଲା। ମୁହଁ ଫେରାଇ ନେଲେ ପରିବାର ଲୋକ । ପରିବାର ଲୋକ ସମେତ ବାପା ବି ଛୁଆଟିକୁ ଗ୍ରହଣ କରିବାକୁ ମନା କରିଦେଲା।

Advertisment

ଜନ୍ମ ହେଉ ହେଉ ନିରୀହ ଛୁଆଟି ଏବେ ଆପଣାର ଲୋକଙ୍କ ପାଇଁ ପାଲଟିଲା ପର। କାରଣ ଛୁଆଠୁ ଅଧିକ ସେମାନଙ୍କୁ ଘାରିଛି ଲୋକଲଜ୍ଜା ଭୟ । ଛୁଆଟି ତୃତୀୟ ଲିଙ୍ଗ ବୋଲି ଘରୋଇ ନର୍ସିଂହୋମ ପକ୍ଷରୁ କୁହାଯିବା ପରେ ପରିବାର ଲୋକଙ୍କ ମୁଣ୍ଡ ଉପରେ ଆକାଶ ଛିଣ୍ଡି ଯାଇଛି। ମା’ ଓ ନବଜାତ ଛୁଆକୁ ଛାଡ଼ି ସେମାନେ  ପଳାଇଥିବା ବେଳେ ଏବେ ଛୁଆର ଭବିଷ୍ୟତ ଚିନ୍ତା ଘାରିଛି ମା’କୁ।

ଯାଜପୁର ଟାଉନର ଏକ ଘରୋଇ ନର୍ସିଂ ହୋମରେ ଏକ ଶିଶୁ ଜନ୍ମ ହୋଇଥିଲା । ତେବେ ନବଜାତଟି  ତୃତୀୟ ଲିଙ୍ଗ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯିବା ପରେ ତାକୁ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଛନ୍ତି ପରିବାର ଲୋକ । ସ୍ୱାମୀ ଓ ଶ୍ୱଶୁର ଘର ଲୋକ ସନ୍ତାନଟିକୁ ପାଳନ  କରିବାକୁ ଅନିଛା ପ୍ରକାଶ କରିବାରୁ ଏକାକୀ ଛୁଆକୁ ଧରି ମେଡିକାଲ ବେଡରେ ପଡ଼ି ରହିଛି ମା’ ।  ନିଜ ପାଖରେ ପିଲାଟିକୁ ରଖିବାକୁ ଚାହୁଁ ଥିଲେବି ପରିବାର ଲୋକ ରାଜି ହେଉ ନଥିବା କ୍ଷୋଭର ସହ କହିଛନ୍ତି  ଶିଶୁର ମା’ ।

Advertisment

ଯାଜପୁର କିନ୍ନର ସଂଘ ଏହି ଖବର ପାଇବା ପରେ ନବଜାତ ଶିଶୁର ମା’କୁ ଭେଟିବା ସହ ସାନ୍ତ୍ୱନା ଦେଇଛନ୍ତି। ଏପରିକି ସାହାଯ୍ୟ କରିବାର ପ୍ରତିଶୃତି ଦେଇ ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ପିଲାଟିର ମା’କୁ ସହାୟତା କରିବା ସହ ରକ୍ଷଣାବେକ୍ଷଣ କରିବା ଲାଗି ଦାବି କରିଛନ୍ତି ।  କିନ୍ନର ସଂଘର ଦାବି ପରେ ଏହି ଘଟଣାର ତଦନ୍ତ ଲାଗି ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ଦାୟିତ୍ୱ ଦିଆଯାଇଛି।  ନବଜାତ ଶିଶୁର ସୁରକ୍ଷା ସହ ଆବଶ୍ୟକ ରକ୍ଷଣାବେକ୍ଷଣ ଯୋଗାଇବା ଲାଗି  ପଦକ୍ଷେପ ନେବାକୁ ଦାୟିତ୍ୱ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ଯାଜପୁର ଜିଲ୍ଲା କିନ୍ନର ସଂଘ ସଭାପତି କାଜଲ ନାୟକ କହିଛନ୍ତି, ଶିଶୁଟି ତୃତୀୟ ଲିଙ୍ଗ ବୋଲି ଜାଣିବା ପରେ ତା’ ପରିବାର ଲୋକ ତାକୁ ଛାଡ଼ି ପଳାଇଛନ୍ତି। ତା’ ପରିବାର ଲୋକ ତାକୁ ଗ୍ରହଣ ନ କଲେ ଆମେ ଆଇନର ଆଶ୍ରୟ ନେବୁ ।  ସରକାରଙ୍କ ଗାଇଡଲାନ୍‌ ହିସାବରେ ପିଲାଟିକୁ ସବୁ ସୁବିଧା ଯୋଗାଇଦେବାକୁ ପ୍ରଚେଷ୍ଟା ଜାରି ରଖିବୁ।

ତେବେ କେମିତି ବିନା ପରୀକ୍ଷା ନିରୀକ୍ଷାରେ ନବଜାତକୁ ତୃତୀୟ ଲିଙ୍ଗ ବୋଲି କହିଲେ ସଂପୃକ୍ତ ଡାକ୍ତର ? କେଉଁ ଆଧାରରେ ଏବଂ କେଉଁ ପରିସ୍ଥିତିରେ ନବଜାତର ଅଭିଭାବକଙ୍କୁ ଏଭଳି ସୂଚନା ଦେଲେ ଡାକ୍ତର ? ତାକୁ ନେଇ ନାନା ପ୍ରଶ୍ନ ଉଠିଥିବାବେଳେ ଯାଜପୁର ସିଡିଏମ୍ଓ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe