Advertisment

ସାମ୍ବାଦିକଙ୍କୁ ଆଇଆଇସିଙ୍କ ଧମକ, ‘ମାଡ଼ ମାରି ଶୁଆଇ ଦେବି’

ଓଟିଭିରେ ଲାଇଭ୍ ଚାଲିଥିବା ବେଳେ ହଠାତ୍ ପଶି ଆସିଥିଲେ ଥାନାଧିକାରୀ। ଲାଇଭକୁ ଅଟକାଇବାକୁ ଚେଷ୍ଟା କରିଥିଲେ

ଅଦ୍ୟତନ ହୋଇଛି
OTV journalist Sanjeev Nayak

OTV journalist Sanjeev Nayak

Advertisment

‘ଚିହ୍ନିଚୁ ନା ମୋତେ କିଏ, ବେଶୀ କଥା କହୁଛୁ। ମାଡ଼ ମାରି ଆଣି ଶୁଆଇଦେବି ତୋତେ। ଦେଖଉଛୁ ଟିଭି।’ କାର୍ଯ୍ୟରତ ଜଣେ ସାମ୍ବାଦିକଙ୍କୁ ଖୁଲମଖୁଲା ଏପରି ଧମକ ଦେଇଛନ୍ତି ଯାଜପୁର ଥାନା ଆଇଆଇସି। ସର୍ବ ସମ୍ମୁଖରେ ଓଟିଭିର ଯାଜପୁର ପ୍ରତିନିଧି ସଞ୍ଜୀବ ନାୟକଙ୍କୁ ଏଭଳି ଭାବେ ଧମକାଇଛନ୍ତି ଆଇଆଇସି ଅଜୟ ଜେନା।

Advertisment

ଯାଜପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ସାମ୍ବାଦିକ ସଞ୍ଜୀବ ନାୟକ ଆଜି ଚାଷୀଙ୍କ ଧାରଣା ସମ୍ପର୍କରେ ଖବର ସଂଗ୍ରହ କରୁଥିଲେ। ଓଟିଭିରେ ଲାଇଭ୍ ଚାଲିଥିବା ବେଳେ ହଠାତ୍ ପଶି ଆସିଥିଲେ ଥାନାଧିକାରୀ। ଲାଇଭକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ସଞ୍ଜୀବଙ୍କ କାମରେ ବାଧା ସୃଷ୍ଟି କରିଥିଲେ। ଏପରିକି କ୍ୟାମେରାମ୍ୟାନଙ୍କୁ ଟଣାଓଟରା ବି କରିଥିଲେ।

ଲାଇଭ୍ ସରିବା ପରେ ଏନେଇ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ସଞ୍ଜୀବ। ହେଲେ ପ୍ରତିକ୍ରିୟା ଦେବେ କଣ, ଓଲଟା ଦୁର୍ବ୍ୟବହାର କରିଥିଲେ ଆଇଆଇସି । ଏନେଇ ଯାଜପୁର ଏସ୍‌ପି ବୀନିତ ଅଗ୍ରୱାଲଙ୍କୁ ଅବଗତ କରିଥିଲେ ସଞ୍ଜୀବ। ଆଉ ଏହି କଥାରେ ରାଗି ଯାଇ ସଞ୍ଜୀବଙ୍କ ଉପରେ ଆକ୍ରମଣ ଧମକ ଦେଇଥିଲେ ଥାନା ଆଇଆଇସି।

Advertisment

ସମସ୍ତଙ୍କ ସମ୍ମୁଖରେ ଓଟିଭି ସାମ୍ବାଦିକଙ୍କୁ ଗାଳିଗୁଳଜ କରିବା ସହ ମାଡ଼ ମାରି ଶୁଆଇଦେବାକୁ ଧମକ ଦେଇଥିଲେ। ହେଲେ ଏଠି ପ୍ରଶ୍ନ ଉଠୁଛି ସାମ୍ବାଦିକଙ୍କ ଉପରେ ପୋଲିସ୍ ବାବୁଙ୍କ ଏତେ ରାଗ କାହିଁକି? ଖବର ସଂଗ୍ରହ ପାଇଁ ଯାଇଥିବା ଓଟିଭି ପ୍ରତିନିଧିଙ୍କ ଉପରେ ଏପରି ବ୍ୟବହାର ଏବେ ପୁଲିସର ଆଚରଣ ଉପରେ ଅନେକ ପ୍ରଶ୍ନ ଛିଡ଼ା କରିଛି। ଅନ୍ୟପକ୍ଷରେ ଏହି ଘଟଣାରେ ଅନୁଧ୍ୟାନ କରାଯାଉଥିବା କହିଛନ୍ତି ଯାଜପୁର ଏସ୍‌ପି।

Journalist Attacked
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe