Advertisment

ସହିଦ ଶଶାଙ୍କ ଘରେ ରାନୀ ପଣ୍ଡା , ଲୁହ ଢ଼ାଳି ନିବେଦନ କଲେ

ଯାଜପୁର(ଓଡ଼ିଶା ରିପୋର୍ଟର): ନିକଟରେ ଲଦାଖ ସୀମାରେ ସହିଦ ହୋଇଥିଲେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗ୍ରାମର ଯବାନ ଶଶାଙ୍କ ଶେଖର ସାମଲଙ୍କ ଘରେ ଆଜି ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ପହଞ୍ଚି ଥିଲେ। ପରିବାରବର୍ଗଙ୍କୁ ଭେଟି ସମବଦେନା ଜଣାଇଛନ୍ତି ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା । ରାନୀ ସହିଦଙ୍କ ବାସଭବନକୁ ଯାଇ ଶଶାଙ୍କଙ୍କ ପତ୍ନୀ, ମା, ଭଉଣୀ, ଭାଇଙ୍କ ସହ ଆଲେଚନା କରି ତାଙ୍କ ଦୁଃଖରେ ସମଦୁଃଖି ହୋଇଥିଲେ । ଶଶାଙ୍କଙ୍କ ମୃତ୍ୟୁ ପରେ ପରିବାର […]

ଅଦ୍ୟତନ ହୋଇଛି
ସହିଦ ଶଶାଙ୍କ ଘରେ ରାନୀ ପଣ୍ଡା , ଲୁହ ଢ଼ାଳି ନିବେଦନ କଲେ

700

Advertisment

ଯାଜପୁର(ଓଡ଼ିଶା ରିପୋର୍ଟର): ନିକଟରେ ଲଦାଖ ସୀମାରେ ସହିଦ ହୋଇଥିଲେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗ୍ରାମର ଯବାନ ଶଶାଙ୍କ ଶେଖର ସାମଲଙ୍କ ଘରେ ଆଜି ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ପହଞ୍ଚି ଥିଲେ। ପରିବାରବର୍ଗଙ୍କୁ ଭେଟି ସମବଦେନା ଜଣାଇଛନ୍ତି ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା । ରାନୀ ସହିଦଙ୍କ ବାସଭବନକୁ ଯାଇ ଶଶାଙ୍କଙ୍କ ପତ୍ନୀ, ମା, ଭଉଣୀ, ଭାଇଙ୍କ ସହ ଆଲେଚନା କରି ତାଙ୍କ ଦୁଃଖରେ ସମଦୁଃଖି ହୋଇଥିଲେ । ଶଶାଙ୍କଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ଯେଉଁ ଦାରୁଣ ଆଘାତ ଲାଗିଛି ଏହି ସମୟରେ ତାଙ୍କୁ ଭଗବାନ ସହାୟ ହୁଅନ୍ତୁ ବୋଲି କାମନା କରିଥିଲେ ।

Advertisment

[caption id="attachment_623164" align="alignnone" width="650"]publive-image ସହିଦଙ୍କ ଘରେ ରାନୀ ପଣ୍ଡା।[/caption]

ଏଥିସହ ଏହି ପରିବାରକୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇଦେବାକୁ ରାନୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି । ରାନୀ କହିଛନ୍ତି ଯେ, ତାଙ୍କ ପରିବାରରେ ଆଜି ଶୋକାକୋଳ ଅବସ୍ଥା। ଏମିତି ଏକ ଦୁଃଖଦ ସମୟରେ ମୁଁ ଯଦି ତାଙ୍କ ପରିବାର ପାଖରେ ଛିଡ଼ା ନ ହେଉଛି ତେବେ ମଣିଷ ଜନ୍ମ ପାଇ କିଛି ଲାଭ ନାହିଁ। ସେଇ ଯବାନଙ୍କ ପାଇଁ ସାରା ଓଡ଼ିଶାବାସୀ ଶାନ୍ତିରେ ଶୋଇପାରୁଛନ୍ତି । ଆଜି ତାଙ୍କ ପରିବାରକୁ ଭେଟିଲି। କୁନି ପିଲାଟିର ଯେଉଁ ବାପ ବାପ ଡାକ ସମୟରେ ଜଣେ ବାପ ଛେଉଣ୍ଡ ହୋଇଯିବ ଜଣେ ମା’ର ପୁଅ ଚାଲିଯିବ , ସ୍ତ୍ରୀର ସ୍ୱାମୀ ଚାଲିଯିବା, ଜଣେ ଭଉଣୀର ଭାଇ ଚାଲିଯିବାର ଦୁଃଖ ଠାରୁ ଆଉ କିଛି ବଳି ନାହିଁ ବୋଲି ସେ କହିଛନ୍ତି।

Advertisment

ଏହି ଦାରୁଣ ଦୁଃଖ ସୟମରେ ଇଶ୍ୱର ତାଙ୍କ ପ୍ରତି ସଦୟ ହୁଅନ୍ତୁ ବୋଲି ରାନୀ କହିଛନ୍ତି। ସେପଟେ  ରୋଜଗାରିଆ ପୁଅ ଅସମୟରେ ଛାଡି ଚାଲିଯିବା ପରେ ପରିବାରରେ ଯେମିତି ଘୋଟିଯାଇଛି କଳା ବାଦଲ। ୨ ବର୍ଷର ପୁଅ କିଛି ବୁଝିପାରୁନଥିଲେବି ତା ଆଖି କିନ୍ତୁ ଖୋଜୁଛି କେତେବେଳେ ତା ବାପା ସବୁଥର ଭଳି ଆସି ତାକୁ କୋଳକୁ ଟେକିନେବେ। ସହିଦ୍ ଯବାନ ଶଶାଙ୍କଙ୍କ ମରଶରୀର ପଞ୍ଚଭୂତରେ ଲୀନ ହୋଇଯାଇଛି ସତ କିନ୍ତୁ ତା ସହିତ ନିରବି ଯାଇଛି ଯାଜପୁର ଧର୍ମଶାଳା ବ୍ଲକର କ୍ଷେତ୍ରପାଳ ଗାଁ । ସଭିଏଁ ଝୁରୁଛନ୍ତି ବୀର ଯବାନଙ୍କୁ।

୯ ବର୍ଷ ଧରି ଭାରତୀୟ ସ୍ଥଳସେନାରେ କାର୍ଯ୍ୟରତ ଥିଲେ ଶଶାଙ୍କ । ଆସନ୍ତା ମାର୍ଚ୍ଚ ମାସରେ ଘରକୁ ଫେରିବେ ବୋଲି କହିଥିଲେ । ଏନେଇ ଛୁଟି ବି ମଂଜୁର ହୋଇଥିଲା । କିନ୍ତୁ ବିଧିର ବିଧାନ ବଡ ବିଚିତ୍ର । ଲଦାଖରେ ଡ୍ୟୁଟିରେ ଥିବା ବେଳେ ସେ ସହିଦ ହୋଇଥିଲେ। ଗାଁକୁ ଆସିଲା ଶଶାଙ୍କଙ୍କ ପାର୍ଥିବ ଶରୀର । ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିବାବେଳେ ସହିଦଙ୍କ ପରିବାର ପ୍ରତି ସମବେଦନାର ସୁଅ ଛୁଟୁଛି । ମନ ଭିତରେ ଅନେକ ଦୁଖ, କୋହ ଥିଲେବି ଦେଶ ମାତୃକା ପାଇଁ ପ୍ରାଣବଳି ଦେଇଥିବାରୁ ପରିବାରଲୋକେ ଗର୍ବ ଅନୁଭବ କରୁଛନ୍ତି । ସରକାର ଏହି ପରିବାରକୁ ସ୍ୱତନ୍ତ୍ର ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe