Advertisment

ଡାକ୍ତରଙ୍କୁ ପ୍ରେମ ଜାଲରେ ଫସାଇଥିଲେ ମେକାନିକ, ୮ ଦିନ ବି ତିଷ୍ଠିଲାନି ବିବାହ

ଫେସବୁକ୍‌ରୁ ପରସ୍ପରକୁ ଜାଣିଲେ। ଧୀରେ ଧୀରେ ନମ୍ବର ଦିଆନିଆ ବି ହୋଇଗଲା। ଏହାପରେ ମେସେଞ୍ଜରଠୁ ଆରମ୍ଭ କରି ହ୍ୱାଟସ୍‌ ଆପ୍‌ ଚାଟ୍‌ରେ ଚାଲିଲା ପ୍ରେମଗପ।

ଅଦ୍ୟତନ ହୋଇଛି
Holding Hands

Holding Hands

Advertisment

ଫେସବୁକ୍‌ରୁ ଆରମ୍ଭ ହେଲା ଚିହ୍ନା ପରିଚୟ । ଧୀରେ ଧୀରେ ନମ୍ବର ଦିଆନିଆ ବି ହେଲେ। ଏହାପରେ ମେସେଞ୍ଜରଠୁ ଆରମ୍ଭ କରି ହ୍ୱାଟସ୍‌ ଆପ୍‌ ଚାଟ୍‌ରେ ଚାଲିଲା ପ୍ରେମ ଗପ। ଯୁବକଙ୍କ ଘର ଯାଜପୁରରେ ହୋଇଥିବା ବେଳେ ଯୁବତୀଙ୍କ ଘର ସୁଦୂର ତ୍ରିପୁରାରେ। ଯୁବତୀଜଣକ ଡାକ୍ତର ହୋଇଥିବା ବେଳେ ଯୁବକଜଣକ ନିଜକୁ ଇଞ୍ଜିନିୟର ବୋଲି ମିଥ୍ୟା ପରିଚୟ ଦେଇ ପ୍ରେମ ଗାଡ଼ି ଗଡ଼ାଇ ଚାଲିଥିଲେ।

Advertisment

ଯୁବକଙ୍କ ପ୍ରେମରେ ପାଗଳ ଯୁବତୀଜଣକ ପ୍ରାୟ ୧୦ ଦିନ ତଳେ ଘରେ କାହାକୁ କିଛି ନକହି ସୁଦୂର ତ୍ରିପୁରାରୁ ଯାଜପୁରକୁ ଚାଲି ଆସିଥିଲେ ଉକ୍ତ ଯୁବକଙ୍କ ପାଖକୁ। ଏଠାରେ ଉଭୟଙ୍କର କୋର୍ଟ ମ୍ୟାରେଜ ହୋଇଥିଲା। ମାତ୍ର ବିବାହର ୮ ଦିନ ମଧ୍ୟରେ ଯୁବକଙ୍କ ଅସଲ ମୁଖା ଖୋଲିଯାଇଥିଲା। ଆଉ ଯୁବତୀ ଜଣକ ପୁଣି ଥରେ ଘର ବାହୁଡ଼ା ହୋଇଛନ୍ତି। ଯୁବକଜଣକ ନିଜକୁ ଇଞ୍ଜିନିୟର ବୋଲି କହିଥିବା ବେଳେ ସେ ଏକ ଗ୍ୟାରେଜରେ ମେକାନିକ ଭାବେ କାମ କରୁଥିବା ଯୁବତୀ ଜଣକ ଜାଣିବାକୁ ପାଇଲେ। ସେହିପରି ଉଭୟଙ୍କ ଧର୍ମ ମଧ୍ୟ ଅଲଗା। ଯୁବକ ଜଣକ ସେ ବିଷୟରେ ତାଙ୍କୁ ଲୁଚାଇଥିଲେ। ଏସବୁ ଜାଣିବା ପରେ ଯୁବତୀ ଜଣଙ୍କ ନିଜ ଘର ଲୋକଙ୍କୁ ଯୋଗାଯୋଗ କରି ସବୁ କଥା କହିଥିଲେ। 

ଯୁବତୀଙ୍କ ପରିବାର ଲୋକେ ଘଟଣା ସଂପର୍କରେ ତ୍ରିପୁରା ପୁଲିସ୍‌କୁ ଜଣାଇଥିଲେ। ତ୍ରିପୁରା ପୁଲିସ୍ ଯାଜପୁର ପୁଲିସ୍‌ ସହ ଯୋଗାଯୋଗ କରିଥିଲା। ଯାଜପୁର ପୁଲିସ୍ ଯୁବତୀଙ୍କୁ ଉଦ୍ଧାର କରି କୋର୍ଟକୁ ନେଇଥିଲା। ସେଠାରେ ଯୁବତୀଜଣକ ନିଜ ଇଚ୍ଛାରେ ପିତାମାତାଙ୍କ ପାଖକୁ ଫେରି ଯିବାକୁ ଚାହୁଁଥିବା ଜଣାଇଥିଲେ। ଗତକାଲି ତ୍ରିପୁରା ପୁଲିସ୍‌ ପହଞ୍ଚିବା ପରେ ଯାଜପୁର ଥାନା ପୁଲିସ୍‌ ଯୁବତୀଙ୍କୁ ସେମାନଙ୍କୁ ହସ୍ତାନ୍ତର କରିଥିଲା।

Advertisment

ଅନ୍ୟପକ୍ଷରେ ସମ୍ପୃକ୍ତ ଯୁବକ ଫେରାର ହୋଇଯାଇଛି। ପୁଲିସ୍ ତାକୁ ଖୋଜାଖୋଜି କରୁଛି। 

Registry Marriage Marriage Cheat Love Cheating Husband
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe