Advertisment

ପାରିବାରିକ କଳହର କରୁଣ ପରିଣତି, ଭାଉଜକୁ ହାଣିଦେଲା ଦିଅର

ଜମି ବାଡ଼ି ବିବାଦକୁ ନେଇ ଦୀର୍ଘ ଦିନ ଧରି ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା।

author-image
Tapaswini Nayak
JajPur

JajPur

ପାରିବାରିକ କଳହର କରୁଣ ପରିଣତି। ଜଣେ ମହିଳାଙ୍କୁ ତାଙ୍କ ଦିଅର ମାରଣାସ୍ତ୍ରରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ କପାଷ୍ଟିକିରି ଗାଁରେ। ମୃତ ମହିଳା ଜଣଙ୍କ ହେଲେ ଗୌରାଙ୍ଗ ନାୟକଙ୍କ ପତ୍ନୀ ଅନିତା ନାୟକ। ହତ୍ୟାକାଣ୍ଡ ପରେ ଜୟନ୍ତ ନାୟକ ଫେରାର ହୋଇଯାଇଛନ୍ତି।

Advertisment

ଆଜି ସକାଳୁ ଅନିତା ଘର ବାହାରେ ଝାଡ଼ୁ ମାରୁଥିଲେ। ଏହି ସମୟରେ ଦିଅର ଜୟନ୍ତ ‌ଅନିତାଙ୍କୁ ଘର ଭିତରକୁ ଟେକି ନେଇଥିଲେ। ପରେ କଟୁରି ଓ ଶାବଳରେ ଆକ୍ରମଣ କରିଥିଲେ। ଏନେଇ ଅନିତାଙ୍କ ସ୍ୱାମୀ ଓ ପୁଅ ପଡ଼ୋଶୀ ଲୋକଙ୍କୁ ଡାକ ପକାଇଥିଲେ ସୁଦ୍ଧା କେହି ଆସିନଥିଲେ।

ଜୟନ୍ତ ଅନିତାଙ୍କୁ ହତ୍ୟା କରିବା ପରେ ଘୋଷାଡି ଆଣି ଦାଣ୍ଡ ରାସ୍ତାରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ। ବୈରୀ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛନ୍ତି। ଏହାସହ ହତ୍ୟାକାଣ୍ଡର ବ୍ୟବହୃତ ମାରାଣସ୍ତ୍ରକୁ ପୁଲିସ ଜବତ କରାଯାଇଛି।

Advertisment

ଜମି ବାଡ଼ି ବିବାଦକୁ ନେଇ ଦୀର୍ଘ ଦିନ ଧରି ଦୁଇ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା। ଏହି କାରଣ ପାଇଁ ଅନିତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

Odisha Police Murder Jajpur