Advertisment

ସାପ କାମୁଡ଼ିଲା ବୋଲି ସାପକୁ କାମୁଡ଼ି ମାରି ଦେଲେ

ଯାଜପୁର (ଅଭୟ ପତି): ସାପ କାମୁଡ଼ି ଦେଲା। ତେଣୁ ସାପକୁ କାମୁଡ଼ି ମାରି ଦେଲେ ଜଣେ ବ୍ୟକ୍ତି। କିନ୍ତୁ ତାଙ୍କର କିଛି ହୋଇନି। ବିଶ୍ୱାସ ହେଉ ନଥିଲେ ବି ଘଟଣାଟି ସତ। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ୍‌ ହେଉଛି। ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ଦାନଗଦି ବ୍ଳକ୍‌ ଅନ୍ତର୍ଗତ ଶାଳିଜଙ୍ଗା ପଞ୍ଚାୟତର ଗମ୍ଭାରୀପାଟିଆ ଗାଁରେ। ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ଚାଷ ଜମିରୁ ଫେରିବା ବାଟରେ ଗାଁରେ କିଶୋର ବଦରା (୪୫)ଙ୍କୁ ଏକ ଚିତି […]

ଅଦ୍ୟତନ ହୋଇଛି
ସାପ କାମୁଡ଼ିଲା ବୋଲି ସାପକୁ କାମୁଡ଼ି ମାରି ଦେଲେ

Snake

Advertisment

ଯାଜପୁର (ଅଭୟ ପତି): ସାପ କାମୁଡ଼ି ଦେଲା। ତେଣୁ ସାପକୁ କାମୁଡ଼ି ମାରି ଦେଲେ ଜଣେ ବ୍ୟକ୍ତି। କିନ୍ତୁ ତାଙ୍କର କିଛି ହୋଇନି। ବିଶ୍ୱାସ ହେଉ ନଥିଲେ ବି ଘଟଣାଟି ସତ। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ୍‌ ହେଉଛି।

Advertisment

ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ଦାନଗଦି ବ୍ଳକ୍‌ ଅନ୍ତର୍ଗତ ଶାଳିଜଙ୍ଗା ପଞ୍ଚାୟତର ଗମ୍ଭାରୀପାଟିଆ ଗାଁରେ। ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ଚାଷ ଜମିରୁ ଫେରିବା ବାଟରେ ଗାଁରେ କିଶୋର ବଦରା (୪୫)ଙ୍କୁ ଏକ ଚିତି ସାପ କାମୁଡ଼ି ଦେଇଥିଲା। ସାପଟି ତାଙ୍କ ଡାହାଣ ଗୋଡ଼କୁ କାମୁଡ଼ି ଦେଇଥିଲା।

ଏହା ପରେ କିଶୋର ପ୍ରତିଶୋଧ ପରାୟଣ ହୋଇଯାଇଥିଲେ। ସେ ସାପଟିକୁ ଧରି କାମୁଡ଼ି କାମୁଡ଼ି ମାରିବା ସହିତ ରକ୍ତ ପିଇ ଦେଇଥିଲେ। ମଲା ସାପଟିକୁ ସେ ଧରି ଘରକୁ ଫେରିଥିଲେ ଓ ତାଙ୍କ ସ୍ତ୍ରୀଙ୍କୁ ସବୁ କଥା କହିଥିଲେ।

Advertisment

ଗାଁ ଲୋକେ ତାଙ୍କୁ ଡାକ୍ତରଖାନା ଯିବା ପାଇଁ କହିଥିଲେ। ତେବେ ଡାକ୍ତରଖାନା ନ ଯାଇ ସେ ସ୍ଥାନୀୟ ଗୁଣିଆଙ୍କ ପାଖକୁ ଯାଇ ଝଡ଼ାଫୁଙ୍କା କରିଥିଲେ। ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି।

କିଶୋର ବଦରା କହିଛନ୍ତି, ସାପଟି କାମୁଡ଼ି ଦେବା ପରେ ମୁଁ ତାକୁ ଧରି ପକାଇଥିଲି। ଟର୍ଚ୍ଚ ମାରି ଦେଖିଲା ପରେ ଜାଣିଲି ସେଇଟା ଗୋଟିଏ ଚିତି ସାପ। ଏହା ପରେ ତାକୁ କାମୁଡ଼ି ମାରି ଦେଇଥିଲି। ତା’ ରକ୍ତ ବି ପିଇ ଦେଇଥିଲି। ତା’ପରେ ଘରକୁ ଯାଇଥିଲି। ଏବେ ସୁସ୍ଥ ଅଛି। ଆଉ କିଛି ହୋଇନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe