Advertisment

ମାଙ୍ଗଲୋର ବୋମା ବିସ୍ଫୋରଣର ଲିଙ୍କ୍ ଓଡ଼ିଶାରେ!

ଗତବର୍ଷ ସଂଘଟିତ ମାଙ୍ଗାଲୋର ବୋମା ବିସ୍ଫୋରଣ ମାମଲାରେ ଓଡ଼ିଶାରୁ ଯାଇଥିବା ପ୍ରି-ଆକ୍ଟିଭେଟେଡ୍ ସିମ୍‌କାର୍ଡକୁ ବ୍ୟବହାର କରି ନିଜ ଅପରାଧର ବ୍ଲୁ ପ୍ରିଣ୍ଟ ତିଆରି କରିଥିଲେ ଆତଙ୍କବାଦୀ।

author-image
Manoranjan Sial
STF

STF

ଗତବର୍ଷ ମାଙ୍ଗଲୋରରେ ହୋଇଥିବା ଭୟଙ୍କର ବୋମା ବିସ୍ଫୋରଣର ଲିଙ୍କ ଓଡ଼ିଶାରୁ ମିଳିଛି! କାରଣ ବୋମା ବିସ୍ଫୋରଣରେ ବ୍ୟବହୃତ ହୋଇଥିବା ପ୍ରି-ଆକ୍ଟିଭେଡ୍‌ ସିମ୍‌ଟି ଓଡ଼ିଶାରୁ ଯାଇଥିଲା। ଆଉ ଏହି ସିମ୍‌ କାର୍ଡଟି ଯୋଗାଇଥିଲା ଯାଜପୁର ଜିଲ୍ଲା ବରି ବ୍ଲକ ରାମଚନ୍ଦ୍ରପୁର ଭୁରୁଙ୍ଗା ଗାଁର ପ୍ରୀତମ କର। ଏସ୍‌ଟିଏଫ୍‌ ତାକୁ ଗିରଫ କରି ଖୋଳତାଢ଼ ଆରମ୍ଭ କରୁଛି।

Advertisment

ଏସ୍‌ଟିଏଫ୍‌ ଏସ୍‌ପିଙ୍କ କହିବା ଅନୁସାରେ ମୋବାଇଲ୍ ଓ ସିମ୍‌ କାର୍ଡ ଦୋକାନ କରିଥିବା ପ୍ରୀତମ ଅତି ଚତୁରତାର ସହ ସଂଗ୍ରହ କରିଥିଲା ପ୍ରି-ଆକ୍ଟିଭେଟେଡ୍‌ ସିମ୍ କାର୍ଡ। ଆଉ ପରବର୍ତ୍ତୀ ସମୟରେ OTP ଜେନେରେଟ୍ କରି ସେହି ସିମକୁ ଭାରତରେ ସକ୍ରିୟ ISI ଏଜେଣ୍ଟଙ୍କୁ ଦେଇଦେଉଥିଲା ଟଙ୍କା ବିନିମୟରେ। ବଡ଼ କଥା ହେଉଛି, ଗତବର୍ଷ ସଂଘଟିତ ମାଙ୍ଗାଲୋର ବୋମା ବିସ୍ଫୋରଣ ମାମଲାରେ ଓଡ଼ିଶାରୁ ଯାଇଥିବା ପ୍ରି-ଆକ୍ଟିଭେଟେଡ୍ ସିମ୍‌କାର୍ଡକୁ ବ୍ୟବହାର କରି ନିଜ ଅପରାଧର ବ୍ଲୁ ପ୍ରିଣ୍ଟ ତିଆରି କରିଥିଲେ ଆତଙ୍କବାଦୀ। ଆଉ ପ୍ରିତମ ହିଁ ଯୋଗାଇଥିଲା ସେହି ସିମ୍ କାର୍ଡ। ଏମିତି କି ନିଜ ଲିଙ୍କରେ ଥିବା ISI ଏଜେଣ୍ଟଙ୍କୁ ସେ ଦୁଇ ଦୁଇ ଥର ଭେଟିଥିଲା।

ଠିକ୍‌ ସେମିତି ଶନିବାର କଟକରେ ପର୍ଦ୍ଦାଫାସ ହୋଇଥିଲା ଆନ୍ତଃରାଜ୍ୟ ସିମ୍‌ କାର୍ଡ ରାକେଟର। ଗିରଫ ହୋଇଥିବା ୮ ଅଭିଯୁକ୍ତଙ୍କ ମଧ୍ୟରୁ ୭ ହେଉଛନ୍ତି ଏକ ପ୍ରତିଷ୍ଠିତ ଘରୋଇ ଟେଲିକମ୍‌ ସଂସ୍ଥାର କର୍ମଚାରୀ। ସେମାନଙ୍କଠାରୁ ଜବତ ହୋଇଥିଲା ୧୬ଟି ମୋବାଇଲ୍‌ ଓ ବିଭିନ୍ନ କମ୍ପାନୀର ୮୦୦ଟି ସିମ୍ କାର୍ଡ। ତା’ମଧ୍ୟରେ ଥିଲା ୩୧୧ଟି ପ୍ରି-ଆକ୍ଟିଭେଟେଡ୍‌ ସିମ୍। ଏଭଳି ଭାବେ ଘରୋଇ ଟେଲିକମ୍ କମ୍ପାନୀର ଅସାଧୁ କର୍ମଚାରୀଙ୍କୁ ହାତ କରି ପ୍ରି- ଆକ୍ଟିଭେଟେଡ୍ ସିମ୍ ରାକେଟ ଚଳାଉଛନ୍ତି ରାଜ୍ୟର କିଛି ଅଭିଯୁକ୍ତ।

Advertisment

ପ୍ରଥମେ ନିଜ କିଛି ଯୁବକଙ୍କୁ ରୋଜଗାରର ଲୋଭ ଦେଖାଇ ହ୍ୱାଟ୍ସଆପ୍‌ ଗ୍ରୁପ ତିଆରି କରନ୍ତି ଅଭିଯୁକ୍ତ। ଏହାପରେ ବିଭିନ୍ନ ଦୋକାନରେ ଗ୍ରାହକ ଦାଖଲ କରିଥିବା ଆବଶ୍ୟକ କାଗଜପତ୍ରକୁ ହାତେଇ ଏବଂ କୌଶଳକ୍ରମେ OTP ଜେନେରେଟ କରି ଆରମ୍ଭ କରନ୍ତି ପ୍ରି-ଆକଟିଭେଟେଡ ସିମ୍ କାର୍ଡର କ୍ରାଇମ୍‌ ସିଣ୍ଡିକେଟ। ଦେଶ, ବିଦେଶ ସହ ISI ଏଜେଣ୍ଟଙ୍କ ପାଖକୁ ପଠାଇ ସିମ୍ ପିଛା ହଜାରେରୁ ୩୦ ହଜାର ଟଙ୍କା ଯାଏଁ ପାଇଥାଆନ୍ତି। ଏହି ଲିଙ୍କରେ ପ୍ରୀତମକୁ ମିଶାଇ ଇତିମଧ୍ୟରେ ନୟାଗଡ଼ ଓ ଯାଜପୁର ଜିଲ୍ଲାରୁ ୫ଜଣ ଯୁବକଙ୍କୁ ଗିରଫ କରିସାରିଛି STF। ଆଗକୁ ଗିରଫଦାରୀ ସଂଖ୍ୟା ବଢ଼ିବ ବୋଲି STF ଏସପି କହିଛନ୍ତି।

Crime Jajpur STF