Advertisment

ୟୁ-ଟ୍ୟୁବ୍‌ରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଯାଜପୁରର ବୁଲେଟ ରାଣୀ

ଯାଜପୁର (ଗୁଲାମ ଗସ୍): ଆଜିର ଦିନରେ ପୁରୁଷ ତୁଳନାରେ ନାରୀ ବି କିଛି କମ୍ ନୁହନ୍ତି। ଯାହା ପୁରୁଷ ମାନେ କରିପାରୁନାହାନ୍ତି, ତାହା ମହିଳାମାନେ କରି ଦେଖାଉଛନ୍ତି। ଆଜି ଆମେ ଏମିତି ଜଣେ ମହିଳାଙ୍କ କଥା କହିବାକୁ ଯାଉଛୁ, ଯିଏ ସମାଜ ସେବା ତ କରୁଛନ୍ତି, କିନ୍ତୁ ତା’ଠାରୁ ଅନେକ ଦୁଃସାହସିକ କାମ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି। ଗାଁରେ ରହୁଥିବା ଏହି ମହିଳା ଜଣଙ୍କର ଘୋଡ଼ା ଚଢ଼ିବା ଠାରୁ ଆରମ୍ଭ କରି ବଡ଼ ବଡ଼ […]

ଅଦ୍ୟତନ ହୋଇଛି
ୟୁ-ଟ୍ୟୁବ୍‌ରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଯାଜପୁରର ବୁଲେଟ ରାଣୀ

monalisa

Advertisment

ଯାଜପୁର (ଗୁଲାମ ଗସ୍): ଆଜିର ଦିନରେ ପୁରୁଷ ତୁଳନାରେ ନାରୀ ବି କିଛି କମ୍ ନୁହନ୍ତି। ଯାହା ପୁରୁଷ ମାନେ କରିପାରୁନାହାନ୍ତି, ତାହା ମହିଳାମାନେ କରି ଦେଖାଉଛନ୍ତି। ଆଜି ଆମେ ଏମିତି ଜଣେ ମହିଳାଙ୍କ କଥା କହିବାକୁ ଯାଉଛୁ, ଯିଏ ସମାଜ ସେବା ତ କରୁଛନ୍ତି, କିନ୍ତୁ ତା’ଠାରୁ ଅନେକ ଦୁଃସାହସିକ କାମ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି।

Advertisment

ଗାଁରେ ରହୁଥିବା ଏହି ମହିଳା ଜଣଙ୍କର ଘୋଡ଼ା ଚଢ଼ିବା ଠାରୁ ଆରମ୍ଭ କରି ବଡ଼ ବଡ଼ ଟ୍ରକ୍ ଓ ଟ୍ରାକ୍ଟର ଚଲାଇବା ଭଳି ଦୁଃସାହାସିକ କାରନାମାର ଭିଡିଓ ଏବେ ରାଜ୍ୟବ୍ୟାପି ଚର୍ଚ୍ଚା ହୋଇଛି। ସେହି ମହିଳା ଜଣକ ହେଉଛନ୍ତି ଯାଜପୁର ବ୍ଲକ ଜହଳ ଗ୍ରାମର ମୋନାଲିସା ଭଦ୍ର। ଦୁଃସାହସିକ କାର୍ଯ୍ୟକ୍ରମର ଭିଡିଓ ଗୁଡିକୁ ସୁଟ କରି ୟୁଟୁବରେ ଅପଲୋଡ୍ କରି ମାସକୁ ଲକ୍ଷାଧିକ ଟଙ୍କା ମଧ୍ୟ ରୋଜଗାର କରିପାରୁଛନ୍ତି।

ଯାଜପୁରବ୍ଲକ ବେରୁଦା ପଞ୍ଚାୟତ ଜହଳ ଗ୍ରାମର ବଦ୍ରି ନାରାୟଣଙ୍କ ପତ୍ନୀ ହେଉଛନ୍ତି ମୋନାଲିସା ଭଦ୍ର। ଜଣେ ଗୃହିଣୀ ହେବା ସତ୍ତ୍ୱେ ସେ ଘୋଡ଼ା ଚଢ଼ିବା ଠାରୁ ଆରମ୍ଭ କରି ଟ୍ରକ, ବସ ଓ ଟ୍ରାକ୍ଟର ଚଲାଇ ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି। ଏହି କାର‌୍ୟ୍ୟ ପଛରେ ତାଙ୍କ ସ୍ୱାମୀ ଓ ଶାଶୁ ଶ୍ୱଶୁରଙ୍କ ରହିଛି ପ୍ରେରଣା। ଘର କାମ କରିବା ସହିତ ସେ କରୁଥିବା ଏଭଳି ଦୁଃସାହସିକ କାର‌୍ୟ୍ୟର ଭିଡିଓକୁ ୟୁଟ୍ୟୁବରେ ଅପଲୋଡ କରି ମାସକୁ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିପାରୁଛନ୍ତି। ଏହି ସମସ୍ତ କାମକୁ ତାଙ୍କ ସ୍ୱାମୀ ବଦ୍ରି ନାରାୟଣ ହିଁ ପରିଚାଳନା କରିଥାନ୍ତି।

Advertisment

ପଶୁ ପକ୍ଷୀଙ୍କୁ ଭଲ ପାଇବା ସହିତ ସେମାନଙ୍କୁ ଖାଇବାକୁ ଦେବାର ଭିଡିଓ ସୁଟ କରି ୨୦୧୩ ମସିହାରେ ପ୍ରଥମେ ୟୁଟ୍ୟୁବରେ ଅପଲୋଡ କରିବା ପରେ ଭଲ ରେସପନ୍ସ ଆସିବାରୁ ପରେ ସେ ବୁଲେଟ ଚଲେଇବା ଠାରୁ ଆରମ୍ଭ କରି ଘୋଡ଼ା ଚଡିବା ଓ ବଡ଼ ବଡ଼ ଗାଡ଼ି ଚଲାଇ ସେସବୁ ଭିଡିଓକୁ ୟୁଟୁବରେ ଅପଲୋଡ କରୁଛନ୍ତି। ୟୁଟ୍ୟୁବରେ ତାଙ୍କର ୨୨ ଲକ୍ଷରୁ ଊର୍ଦ୍ଧ ଭ୍ୟୁୟର ରହିଛନ୍ତି। ତାଙ୍କର ଏହି କାମ ମହିଳାମାନଙ୍କୁ ଘରୁ ପଦାକୁ ବାହାରି ପୁରୁଷଙ୍କ ସମକକ୍ଷ ହୋଇ ପାରିବେ ବୋଲି ମୋନାଲିସା କହିଛନ୍ତି।

ଏ ନେଇ ମୋନାଲିସା କହିଛନ୍ତି, ମୁଁ ପଶୁପକ୍ଷୀକୁ ବହୁତ ଭଲ ପାଏ ଏବଂ ସେମାନଙ୍କୁ ଖାଇବାକୁ ଦେବା ସହ ସେମାନଙ୍କ ସେବା କରିବାକୁ ପସନ୍ତ କରେ । ୨୦୧୩ରେ ଯେତେବେଳେ ଆମର ୟୁଟ୍ୟୁବ୍ ଚାନେଲ ଖୋଲିଲା, ମୁଁ ମାଙ୍କଡମାନଙ୍କୁ ଖାଇବାକୁ ଦେବା ଆରମ୍ଭ କଲେ। ଧୀରେ ମୁଁ ବୁଲେଟ୍, ଟ୍ରାକ୍ଟର, ଟ୍ରଲର ଓ ଟ୍ରକ୍ ଚଳାଇବା ଆରମ୍ଭ କଲି। ଏବେ ମୁଁ ଘୋଡ଼ା ଚଢ଼ିବା ଆରମ୍ଭ କରିଛି।

ସେହିପରି ମୋନାଲିସାଙ୍କ ସ୍ୱାମୀ କହିଛନ୍ତି, ମୁଁ ଯେତେବେଳେ ମୁମ୍ବାଇରୁ ଫେରିଲି, ଦେଖିଲି ଯେ ମୋ ସ୍ତ୍ରୀ ଛାତ ଉପରେ ମାଙ୍ଗଡମାନଙ୍କୁ ଖାଇବାକୁ ଦେଉଛନ୍ତି। ମୁଁ ତା’ର ଏକ ଭିଡିଓ ରେକର୍ଡ କରିଥିଲି ଏବଂ ଏହାକୁ ଏଡିଟ୍ କରି ୟୁଟ୍ୟୁବରେ ଛାଡ଼ିଲି । ୟୁଟ୍ୟୁବରେ ମଧ୍ୟ ଆମକୁ ଭଲ ରେସପନ୍ସ ମିଳିଲା।

ଗ୍ରାମାଞ୍ଚଳରେ ରହୁଥିବା ଜଣେ ସାଧାରଣ ଘରର ବୋହୁ ଘରର ସମସ୍ତ କାମ କରିବା ସହ ସମୟ ବାହାର କରି ଏଭଳି ଦୁଃସାହସିକ କାର‌୍ୟ୍ୟ କରିପାରୁଥିବାରୁ ସବୁଆଡୁ ତାଙ୍କ ପାଇଁ ପ୍ରଶଂସା କରାଯାଉଛି। ମୋନାଲିସାଙ୍କ ଏଭଳି କାମରେ ପରିବାର ଠାରୁ ଆରମ୍ଭ କରି ଗ୍ରାମବାସୀମାନେ ଖୁସି ହେବା ସହ ଗର୍ବ ଅନୁଭବ କରୁଛନ୍ତି। ମୋନାଲିସା ଆଗକୁ ଆହୁରି ଉନ୍ନତି କରନ୍ତୁ ବୋଲି ପରିବାର ଓ ଗ୍ରାମବାସୀମାନେ କାମନା କରିଛନ୍ତି।

Odia Offbeat Inspiration Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe