Advertisment

ମା’ ସାଜିଲା ପିଶାଚିନୀ, ନିଜ ଛୁଆକୁ ଦେଲା ଚେଙ୍କ

ମା’ର ହୃଦୟ ସିନା ଛୁଆର ଯନ୍ତ୍ରଣାର ତରଳିଲାନି କିନ୍ତୁ ପାଖ ପଡ଼ୋଶୀ ଏହା ଦେଖି ସହି ପାରି ନଥିଲେ। କାହିଁକି ଛୁଆଟିକୁ ଚେଙ୍କ ଦେଉଛ ବୋଲି ବିରୋଧ କରିଥିଲେ।

ଅଦ୍ୟତନ ହୋଇଛି
Jajpur

Jajpur

Advertisment

ମା’ ପାଖରେ ଛୁଆ ସବୁବେଳେ ନିଜକୁ ସୁରକ୍ଷିତ ମଣିଥାଏ। କୌଣସି ବିପଦ ତା’ପାଖକୁ ଆସି ନଥାଏ। ମା’ ନିଜ ପଣତ କାନିରେ ନିଜ ଛୁଆକୁ ସବୁବେଳେ ଢାଙ୍କି  ରଖିଥାଏ।  ସେହି ମା’ ପିଶାଚିନୀ ସାଜି ନିଜର ୪ବର୍ଷର ଶିଶୁ ପୁତ୍ରକୁ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳରେ।

Advertisment

କାଇମାଟିଆ ଗାଁର ରଶ୍ମି ମହାପାତ୍ର ନିଜର ତିନି ବର୍ଷର ପୁଅ ସହ ଛତିଆ ଅଞ୍ଚଳରେ ଭଡ଼ାରେ ରହୁଥିଲେ। ବିଭିନ୍ନ ସମୟରେ ରଶ୍ନି ତାଙ୍କ ପୁଅକୁ ମାଡପିଟ୍‌ କରୁଥିଲେ। ପାଖ ପୋଡ଼ଶୀ ଏହାକୁ ଦେଖୁଥିଲେ। ରବିବାର ରଶ୍ମି ଶିଶୁପୁତ୍ରଟି ଚେଙ୍କ ଦେଇଥିଲେ। ପିଲାଟି ଯନ୍ତ୍ରଣାର ଛଟପଟ ହେଉଥିଲା। ମା’ର ହୃଦୟ ସିନା ଛୁଆର ଯନ୍ତ୍ରଣାର ତରଳିଲାନି କିନ୍ତୁ ପାଖ ପଡ଼ୋଶୀ ଏହା ଦେଖି ସହି ପାରି ନଥିଲେ। କାହିଁକି ଛୁଆଟିକୁ ଚେଙ୍କ ଦେଉଛ ବୋଲି ବିରୋଧ କରିଥିଲେ। ଏହାସହ ସରପଞ୍ଚଙ୍କୁ ଅବଗତ କରାଇଥିଲେ। ଶିଶୁ ସୁରକ୍ଷା ୟୁନିଟ ପହଞ୍ଚି ଶିଶୁ ପୁତ୍ରକୁ ଉଦ୍ଧାର କରି ନିଜ ହେପାଜତକୁ ନେଇଛନ୍ତି। ଏ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶିଶୁ ସୁରକ୍ଷା ୟୁନିଟ ସଦସ୍ୟ ମିହିର କୁମାର ଜେନା କହିଛନ୍ତି।

ସେ କହିଛନ୍ତି, ପିଲାଟିକୁ ପ୍ରବଳ ମାଡ଼ ମରାଯାଇଛି। ତାହାର ଦେହ ସାରା ଚିହ୍ନ ରହିଛି। ପିଲାଟି ଦେଖିଲେ ଆଖିରୁ ଲୁହ ଆସିଯିବ। ଗ୍ରାମବାସୀ ଓ ସରପଞ୍ଚଙ୍କ ସହାୟତାରେ ଆମେ ନିଜ ହେପାଜତକୁ ନେଇଛୁ। ପିଲାଟିକୁ ପ୍ରଥମେ ଚିକିତ୍ସା କରାଯିବ।

Advertisment
Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe