Advertisment

ନଦୀକୁ ଡେଇଁ ପଡ଼ିଲା ମା’, ଝୁରି ହେଉଛନ୍ତି ୨ ଶିଶୁ

୪ ମାସ ତଳେ ବାପା ଛାଡ଼ି କେଉଁଆଡ଼େ ପଳାଇଥିଲେ। ଏବେ ନଦୀକୁ ଡେଇଁ ମା’ ଆଖି ବୁଜିବା ପରେ ଛୁଆ ୨ଟି କୁଆଡ଼େ ଯିବେ ସେମାନଙ୍କୁ ବୁଦ୍ଧିବାଟ ଦିଶୁନି।

ଅଦ୍ୟତନ ହୋଇଛି
Drown

Drown

Advertisment

୪ ମାସ ତଳେ ବାପା ଛାଡ଼ି କେଉଁଆଡ଼େ ପଳାଇଥିଲେ। ଏହାପରେ ମା’ ପଣତ କାନି ଆଢ଼ୁଆଳରେ ରହୁଥିଲେ ୨ ଶିଶୁ। ଏବେ ନଦୀକୁ ଡେଇଁ ମା’ ଆଖି ବୁଜିବା ପରେ ଛୁଆ ୨ଟି କୁଆଡ଼େ ଯିବେ ସେମାନଙ୍କୁ ବୁଦ୍ଧିବାଟ ଦିଶୁନି। ଏପରି ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଧୀନ ମସୁଦପୁର ଅଞ୍ଚଳରେ ଘଟିଛି। ମୃତା ମହିଳାଜଣକ ହେଲେ କୁନି ମୁଣ୍ଡା ।

Advertisment

କୁନି ମୁଣ୍ଡାଙ୍କୁ ତାଙ୍କ ସ୍ୱାମୀ ଛାଡ଼ି ଚାଲି ଯିବା ପରଠୁ ପ୍ରାୟ ୪ ମାସ ହେବ ନିଜର ୨ ପିଲାଙ୍କ ସହ ଏକାକୀ ରହୁଥିଲେ କୁନି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ୮ ବର୍ଷ ଓ ଜଣଙ୍କୁ ୫ ବର୍ଷ। ମୁଲ ଲାଗି କୁନି ଯାହା ରୋଜଗାର କରି ଆଣୁଥିଲେ ସେଥିରେ କଷ୍ଟେମଷ୍ଟେ ୩ ପ୍ରାଣୀ କୁଟୁମ୍ବ ଚଳି ଯାଉଥିଲେ। ମା’ ପାଖରେ ଅଳି ଅଝଟ କରି ନିଜକୁ ବୁଝାଇ ନେଉଥିଲେ ୨ ଛୁଆ। ହେଲେ ସେତିକି ସୁଖ ବି ଦଇବ ସହିଲାନି।

ଗତକାଲି ସନ୍ଧ୍ୟାରେ କୁନି ଖରସ୍ରୋତା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ମାତ୍ର ହଠାତ୍‌ ସେ ସାହାପୁର ବ୍ରିଜ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ପାଣିକୋଇଲି ପୁଲିସକୁ ଖବର ଦେଇଥିଲେ । ପାଣିକୋଇଲି ପୁଲିସ୍‌ ଓ ବରୀ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି କରୁଥିବା ବେଳେ ଗତକାଲି ନିଖୋଜ ମହିଳାଙ୍କର ସନ୍ଧାନ ମିଳି ପାରି ନ ଥିଲା। l ଆଜି ସକାଳେ ପୁଣି ଥରେ ଖୋଜାଖୋଜି ଆରମ୍ଭ କରିବା ପରେ ଅଗ୍ନିଶମ କର୍ମଚାରୀ କୁନିଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି। ତେବେ କୁନିଙ୍କ ନଦୀକୁ ଡେଇଁବା କାରଣ ଜଣାପଡ଼ିନି ।

Advertisment

ମା’ ମୃତଦେହକୁ ଦେଖି ପିଲା ଦୁହେଁ ଅବାକ ହୋଇ ଯାଇଥିବା ବେଳେ କାହାକୁ ସାହା କରି ବଞ୍ଚିବେ କିଛି ବୁଝି ପାରୁ ନାହାନ୍ତି। ଏବେ ପିଲା ୨ ଜଣ କେଉଁଠି ରହିବେ, ସେମାନଙ୍କ ମୁହଁରେ କିଏ ଦାନା ଦେବ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ତୁରନ୍ତ ସରକାର ସେମାନଙ୍କ ଥଇଥାନ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Mother Jajpur River Orphan Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe