ଯାଜପୁର(ଅଭୟପତି): ନଗଡ଼ା ନେଉଛି କରୋନା ଟିକା । ଯୁବଠୁ ବୟସ୍କ, ପୁରୁଷଠୁ ମହିଳା । ଜଣଙ୍କ ପରେ ଜଣଙ୍କ ଦେହରେ ଲାଗୁଛି କୋଭିଡ୍ କବଚ । ଅପପୁଷ୍ଟିର ଅପଯଶ ଅର୍ଜନ କରିଥିବା ନଗଡ଼ାରେ ଅବଶ୍ୟ ଆଜି ଯାଏଁ ଛୁଇଁନି କରୋନା। କିନ୍ତୁ ବିଶ୍ୱାସ, ଅନ୍ଧବିଶ୍ୱାସ ଆଉ ପ୍ରଶାସନିକ କଳର ଅଣଦେଖାକୁ ନେଇ ଓଟିଭିରେ ଖବର ପ୍ରସାରଣ ପରେ ଚେତା ପଶିଛି ଜିଲ୍ଲା ପ୍ରଶାସନ। ଆଉ ତଳ, ମଝି ଏବଂ ଉପର ନଗଡ଼ାବାସୀଙ୍କ ପାଇଁ ଆଜିଠୁ ଆରମ୍ଭ ହୋଇଛି ଟିକାକରଣ ଅଭିଯାନ । ନଗଡ଼ା ଅଞ୍ଚଳର ୬ଟି ଗାଁର ହଜାରେରୁ ଅଧିକ ଲୋକଙ୍କୁ କୋଭିଡ୍ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଆଜି ପ୍ରଥମ ଦିନରେ କେବଳ ୧୭୬ ଜଣଙ୍କୁ ଦିଆଯାଇଛି । ପ୍ରଥମେ ଭୟ ଆଉ ସଙ୍କୋଚ କରୁଥିଲେ ଲୋକେ । ପରବର୍ତ୍ତୀ ସମୟରେ ସ୍ୱତଃପ୍ରବୃତ୍ତ ଭାବେ ନଗଡ଼ାବାସୀ ଟିକା ନେଉଥିବା ଦେଖିବାକୁ ମିଳିଛି । ନଗଡ଼ାରେ କେବଳ ଟିକା ନୁହେଁ, ସାନିଟାଇଜର ସହ ସାନିଟାରି ନ୍ୟାପକିନ୍ ସ୍ୱେଛାସେବୀ ସଂସ୍ଥା ପକ୍ଷରୁ ବଣ୍ଟନ କରାଯାଉଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଶୁକ୍ରବାର 'ଲଲ'ଙ୍କ ବିରୋଧରେ FIR ଦେଇଥିଲେ; ଆଜି ଖାଲି ଥରୁଛନ୍ତି
ଶୁକ୍ରବାର ବବିଙ୍କ ଭାଇ ଲଲଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିବା ପରିବା ବ୍ୟବସାୟୀଙ୍କ ୟୁ-ଟର୍ଣ୍ଣ। ବବିଙ୍କୁ ଭେଟିବା ପରେ ବଦଳାଇଲେ ମତ। କହିଲେ କାଲି ସବୁ ମିଛ କହିଥିଲି।
Accident
ପୋଖରୀରେ ବୁଡ଼ିଗଲେ ଭାଇଭଉଣୀ
ସେମାନେ କେମିତି ବୁଡ଼ିଲେ କେହି ଜାଣି ନାହାନ୍ତି। ଛୁଆ ଦୁଇଟି ନମିଳିବାରୁ ଖୋଜାଖୋଜି କଲା ପରେ ପୋଖରୀରୁ ମିଳିଥିଲେ।
Crime
ଦାନ୍ତ ଡାକ୍ତର କରୁଥିଲେ ବ୍ରାଉନସୁଗର ବେପାର, ଗିରଫ କଲା ପୁଲିସ
ଗତକାଲି ସନ୍ଧ୍ୟାରେ ଦୁଇ ଜଣ ଯୁବକ ବ୍ରାଉନସୁଗର ସହିତ ଧରାପଡ଼ିବା ପରେ ଦାନ୍ତ ଡାକ୍ତରଙ୍କ ନାଁ ସାମ୍ନାକୁ ଆସିଥିଲା।
Crime
ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ କିରାଣି
କିରାଣି ମହେଶ୍ୱର ସାମଲଙ୍କର ଯାଜପୁର ଜିଲ୍ଲାରେ ଥିବା ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
Accident
ବାଇକ-ଟ୍ୟାଙ୍କର ଧକ୍କା:୨ ମୃତ, ଗର୍ଭବତୀ ଗୁରୁତର
ମୃତାହତମାନେ ସାନ ବରୁହାଁ ଗାଁର। ସେମାନେ ବାଇକରେ ଡାକ୍ତରଖାନା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।