Advertisment

ଟିକା ନେଉଛି ନଗଡ଼ା

ଯାଜପୁର(ଅଭୟପତି): ନଗଡ଼ା ନେଉଛି କରୋନା ଟିକା । ଯୁବଠୁ ବୟସ୍କ, ପୁରୁଷଠୁ ମହିଳା । ଜଣଙ୍କ ପରେ ଜଣଙ୍କ ଦେହରେ ଲାଗୁଛି କୋଭିଡ୍ କବଚ । ଅପପୁଷ୍ଟିର ଅପଯଶ ଅର୍ଜନ କରିଥିବା ନଗଡ଼ାରେ ଅବଶ୍ୟ ଆଜି ଯାଏଁ ଛୁଇଁନି କରୋନା।  କିନ୍ତୁ ବିଶ୍ୱାସ, ଅନ୍ଧବିଶ୍ୱାସ ଆଉ ପ୍ରଶାସନିକ କଳର ଅଣଦେଖାକୁ ନେଇ ଓଟିଭିରେ ଖବର ପ୍ରସାରଣ ପରେ ଚେତା ପଶିଛି ଜିଲ୍ଲା ପ୍ରଶାସନ। ଆଉ ତଳ, ମଝି ଏବଂ ଉପର ନଗଡ଼ାବାସୀଙ୍କ ପାଇଁ ଆଜିଠୁ ଆରମ୍ଭ ହୋଇଛି […]

ଟିକା ନେଉଛି ନଗଡ଼ା

690

Advertisment

ଯାଜପୁର(ଅଭୟପତି): ନଗଡ଼ା ନେଉଛି କରୋନା ଟିକା । ଯୁବଠୁ ବୟସ୍କ, ପୁରୁଷଠୁ ମହିଳା । ଜଣଙ୍କ ପରେ ଜଣଙ୍କ ଦେହରେ ଲାଗୁଛି କୋଭିଡ୍ କବଚ । ଅପପୁଷ୍ଟିର ଅପଯଶ ଅର୍ଜନ କରିଥିବା ନଗଡ଼ାରେ ଅବଶ୍ୟ ଆଜି ଯାଏଁ ଛୁଇଁନି କରୋନା।  କିନ୍ତୁ ବିଶ୍ୱାସ, ଅନ୍ଧବିଶ୍ୱାସ ଆଉ ପ୍ରଶାସନିକ କଳର ଅଣଦେଖାକୁ ନେଇ ଓଟିଭିରେ ଖବର ପ୍ରସାରଣ ପରେ ଚେତା ପଶିଛି ଜିଲ୍ଲା ପ୍ରଶାସନ। ଆଉ ତଳ, ମଝି ଏବଂ ଉପର ନଗଡ଼ାବାସୀଙ୍କ ପାଇଁ ଆଜିଠୁ ଆରମ୍ଭ ହୋଇଛି ଟିକାକରଣ ଅଭିଯାନ । ନଗଡ଼ା ଅଞ୍ଚଳର ୬ଟି ଗାଁର ହଜାରେରୁ ଅଧିକ ଲୋକଙ୍କୁ କୋଭିଡ୍ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଆଜି ପ୍ରଥମ ଦିନରେ କେବଳ ୧୭୬ ଜଣଙ୍କୁ ଦିଆଯାଇଛି । ପ୍ରଥମେ ଭୟ ଆଉ ସଙ୍କୋଚ କରୁଥିଲେ ଲୋକେ । ପରବର୍ତ୍ତୀ ସମୟରେ ସ୍ୱତଃପ୍ରବୃତ୍ତ ଭାବେ ନଗଡ଼ାବାସୀ ଟିକା ନେଉଥିବା ଦେଖିବାକୁ ମିଳିଛି । ନଗଡ଼ାରେ କେବଳ ଟିକା ନୁହେଁ, ସାନିଟାଇଜର ସହ ସାନିଟାରି ନ୍ୟାପକିନ୍ ସ୍ୱେଛାସେବୀ ସଂସ୍ଥା ପକ୍ଷରୁ ବଣ୍ଟନ କରାଯାଉଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe