biraja-temple
ଯାଜପୁର (ସଞ୍ଜୀବ ନାୟକ): କରୋନା ପାଇଁ ଚଳିତ ବର୍ଷ ଦୁଗା ପୂଜାରେ ବିନା ଶ୍ରଦ୍ଧାଳୁରେ ଗଡ଼ିବ ମା ବିରଜାଙ୍କ ରଥ। ୯ ଦିନ ବ୍ୟାପି ଅନୁଷ୍ଠିତ ଏହି ରଥଯାତ୍ରାରେ ସେବାୟତ ପୁଲିସଙ୍କ ଦ୍ୱାରା ରଥ ଟଣା ପର୍ବ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଜିଲ୍ଲା ପ୍ରଶାସନ ଓ ମନ୍ଦିର ସେବାୟତମାନଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।
କୋଭିଡ କଟକଣା ଲାଗି ଶ୍ରଦ୍ଧାଳୁଙ୍କ ମନ୍ଦିର ଦର୍ଶନ ଓ ରଥ ଟଣାକୁ ଦୁଇଟି ପର୍ଯ୍ୟାୟରେ ଭାଗ କରାଯାଇଛି। ଆସନ୍ତା ୬ତାରିଖ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ମନ୍ଦିର ଚାରିପଟେ ୧୪୪ ଧାରା ଲାଗୁ ହେବ। ପ୍ରତ୍ୟେକ ଦିନ ସକାଳରୁ ଅପରାହ୍ନ ୨ଟା ଯାଏ ଶ୍ରଦ୍ଧାଳୁ ଦର୍ଶନ କରିବେ। କିନ୍ତୁ ରଥକୁ ଦୂରରୁ ଦର୍ଶନ କରିବେ।
ଆଉ ତା’ପରେ ସକାଳ ୫ଟା ପର୍ଯ୍ୟନ୍ତ ୧୪୪ କଟକଣା ବଳବତ୍ତର ରହିବ ବୋଲି ଯାଜପୁର ଜିଲ୍ଲାପାଳ କହିଛନ୍ତି। ଆଜି ସିଂହଧ୍ୱଜ ରଥର ଅଧିବାସ ଓ ଆସନ୍ତା କାଲି ପ୍ରତିଷ୍ଠା ଓ ସନ୍ଧ୍ୟାରେ ରଥ ଟଣା ହେବ। ରଥ ଉପରେ ଭୋଗ ଅର୍ପଣ ପାଇଁ ଭକ୍ତମାନଙ୍କୁ ଅନୁମତି ମିଳିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।
ସୂଚନାଯୋଗ୍ୟ, କରୋନା ପାଇଁ ଚଳିତ ବର୍ଷ ବିନା ଭକ୍ତରେ ପୁରୀ ରଥଯାତ୍ରା ସମ୍ପନ୍ନ ହୋଇଥିଲା। ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କୁ ରଥ ଟାଣିବା ଉପରେ ରୋକ୍ ଲଗାଯାଇଥିଲା। ସେହିପରି ରାଜ୍ୟ ସରକାର ପାର୍ବଣ ସମୟରେ ଜନଗହଳି ନକରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/10/biraja-temple.jpg)