Advertisment

ମାଛ ବିକାଳି ଉପରେ ମାଡ଼ିଗଲା ଗ୍ୟାସ ବୋଝେଇ ଟ୍ୟାଙ୍କର

ଆଜି ସକାଳେ ଅନାଦି ମାଛ ବିକ୍ରି କରିବା ପାଇଁ ସାଇକେଲରେ ଯାଜପୁର ରୋଡ ମାର୍କେଟକୁ ଯାଉଥିବା ବେଳେ ଗ୍ୟାସ ବୋଝେଇ ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇଥିଲା।

ଅଦ୍ୟତନ ହୋଇଛି
Road accident

Road accident

Advertisment

ମାଛ ବିକାଳି ଉପରେ ମାଡ଼ିଗଲା ଗ୍ୟାସ ବୋଝେଇ ଟ୍ୟାଙ୍କର। ଘଟଣାସ୍ଥଳରେ ମାଛ ବିକାଳିଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ଯାଜପୁର ରୋଡ ଥାନା ଅନ୍ତର୍ଗତ ଗଣେଷବଜାର ଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତ ମାଛ ବିକାଳି ଜଣଙ୍କ ହେଲେ ଅନାଦି ମଳିକ। ତାଙ୍କ ଘର ଯାଜପୁର ଜିଲ୍ଲାର ନେଳିବାରୀ ଗାଁରେ।

Advertisment

ଆଜି ସକାଳେ ଅନାଦି ମାଛ ବିକ୍ରି କରିବା ପାଇଁ ସାଇକେଲରେ ଯାଜପୁର ରୋଡ ମାର୍କେଟକୁ ଆସୁଥିଲେ। ଏହି ସମୟରେ ଗଣେଶ ବଜାଇ ଛକରେ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର ଦ୍ରୁତଗତିରେ ଆସି ଅନାଦିଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଅନାଦିଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ ପହଞ୍ଚି ଦୁର୍ଘଟଣାଗସ୍ତ ଗାଡ଼ିକୁ ଜବତ କରିବା ସହ ଗାଡ଼ି ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ଏହାସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Roadaccident Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe