tbn1
ଯାଜପୁର:(ଓଡ଼ିଶା ରିପୋର୍ଟର) ପାଣିକୋଇଲି-ଯାଜପୁର ରୋଡ୍ ରାସ୍ତାର ଚାନ୍ଦପୁର ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇଟି ସ୍କୁଟିକୁ ଧକ୍କା ଦେଲା ଟ୍ରକ୍। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ୫ ଜଣ ଗୁରୁତର ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତା ମହିଳା ହେଉଛନ୍ତି ରାନୀ ବର୍ନୱାଲ। ରାନୀଙ୍କ ସ୍ୱାମୀ ପ୍ରିୟଙ୍କ ବର୍ନୱାଲ ଟାଟାଷ୍ଟିଲ୍ କାରଖାନାର କର୍ମଚାରୀ ଅଛନ୍ତି। ଏହି ଦମ୍ପତ୍ତି ତାଙ୍କ ସମ୍ପର୍କୀୟଙ୍କ ପରିବାର ସହିତ ପୃଥକ ପୃଥକ ଦୁଇଟି ସ୍କୁଟିରେ କୁସୁମା ବୁଲି ଯାଇଥିଲେ। ଯାଜପୁର ଟାଉନରୁ କୁସୁମା ପରିଦର୍ଶନ କରି ଯାଜପୁର ରୋଡକୁ ଫେରୁଥିଲେ। ଘରକୁ ଫେରିବା ବାଟରେ ବିପରୀତ ଦୀଗରୁ ଆସୁଥିବା ଏକ ଟ୍ରକ୍ ଭାରସାମ୍ୟ ହରାଇ ଡିଭାଇଡର ଅତିକ୍ରମ କରି ସ୍କୁଟି ଦୁଇଟି ଉପରେ ମାଡିଯାଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/02/tbn1.jpg)