Advertisment

ଝରାଫୁଲ ମୃତ୍ୟୁ ଘଟଣା: ଧରାପଡ଼ିଲା ଆଉ ଜଣେ ଅଭିଯୁକ୍ତ

ଯାଜପୁର(ଓଡ଼ିଶା ରିପୋର୍ଟର):ରମାଦେବୀ କଲେଜ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଆଉ ଜଣଙ୍କୁ ଗିରଫ କରିଛି ଯାଜପୁର ପୁଲିସ। ଭୁବନେଶ୍ୱର ସୁନ୍ଦରପଦାର ଅମରେଶ ରାଉତ ଗିରଫ କରାଯାଇଛି।  ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ସହଯୋଗ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ହେଲେ ଏଯାଏଁ ରାକେଶର ଆଉ ଜଣେ ସହଯୋଗୀ ଶକ୍ତିଶେଖରଙ୍କୁ ଧରିପାରି ନାହିଁ ପୁଲିସ। ଏହି ଶକ୍ତିଶେଖର ହିଁ ଝରାଫୁଲ ମୃତ ଦେହକୁ ସ୍କୁଟିରେ ବୋହିବାରେ ସହାୟତା କରିଥିଲା। ସୂଚନାଯୋଗ୍ୟ, ଭୁବନେଶ୍ୱରରେ ସିନ୍ ରିକ୍ରିଏସନ୍ ବେଳେ ରାକେଶ ସ୍ୱାଇଁ  […]

author-image
Tapas Behera
ଅଦ୍ୟତନ ହୋଇଛି
ଝରାଫୁଲ ମୃତ୍ୟୁ ଘଟଣା: ଧରାପଡ଼ିଲା ଆଉ ଜଣେ ଅଭିଯୁକ୍ତ

jharaphula1-1

ଯାଜପୁର(ଓଡ଼ିଶା ରିପୋର୍ଟର):ରମାଦେବୀ କଲେଜ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଆଉ ଜଣଙ୍କୁ ଗିରଫ କରିଛି ଯାଜପୁର ପୁଲିସ। ଭୁବନେଶ୍ୱର ସୁନ୍ଦରପଦାର ଅମରେଶ ରାଉତ ଗିରଫ କରାଯାଇଛି।  ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ସହଯୋଗ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ହେଲେ ଏଯାଏଁ ରାକେଶର ଆଉ ଜଣେ ସହଯୋଗୀ ଶକ୍ତିଶେଖରଙ୍କୁ ଧରିପାରି ନାହିଁ ପୁଲିସ। ଏହି ଶକ୍ତିଶେଖର ହିଁ ଝରାଫୁଲ ମୃତ ଦେହକୁ ସ୍କୁଟିରେ ବୋହିବାରେ ସହାୟତା କରିଥିଲା।

Advertisment

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ସିନ୍ ରିକ୍ରିଏସନ୍ ବେଳେ ରାକେଶ ସ୍ୱାଇଁ  ସ୍କୁଟର ସଂପର୍କରେ ସୂଚନା ଦେଇଥିଲା। ତା’ପରେ ଭୁବନେଶ୍ୱର ନିକଟ ସୁନ୍ଦରପଦା ଅଞ୍ଚଳରୁ ଏକ ବୁଦା ମୂଳରୁ ସ୍କୁଟରଟିକୁ ଜବତ କରାଯାଇଥିଲା।

ଏହି ସ୍କୁଟରରେ ଝରାଫୁଲଙ୍କ ମୃତଦେହକୁ ଭୁବନେଶ୍ୱରରୁ ନେଇ ଯାଜପୁର କୁଆଖିଆ ନିକଟରେ ରାକେଶ ଓ ତାଙ୍କ ସହଯୋଗୀ ଫିଙ୍ଗିଥିଲେ। ସିସିଟିଭି ଫୁଟେଜରେ ଏହି ଦୃଶ୍ୟ କଏଦ ହୋଇଥିଲା। କିନ୍ତୁ ଏଯାଏ ରାକେଶର ସହଯୋଗୀ ଶକ୍ତିଶେଖର ପୁଲିସ୍‌ ହାତରେ ପଡ଼ି ନାହିଁ। ଝରାଫୁଲଙ୍କ ମୃତଦେହକୁ ସ୍କୁଟରରେ ବୋହି ନେଇ ବାଟରେ ଫିଙ୍ଗିବାରେ ଶକ୍ତିଶେଖର ରାକେଶଙ୍କୁ ସହଯୋଗ କରିଥିଲା।

Advertisment
Jharaphula Murder Case Jharaphula Death Case