Advertisment

ସାହାରା ଖୋଜୁଛନ୍ତି ଭାଇ ଓ ଭଉଣୀ

୪ ବର୍ଷ ତଳେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ ଗରାମିଆ ଗାଁର ମୁଣ୍ଡା ସାହିର ଦିବାକର ମୁଣ୍ଡାଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ପୁଅ ଓ ଝିଅଙ୍କ ବୋଝ ପଡ଼ିଥିଲେ ପତ୍ନୀ ରଇବାରୀ ମୁଣ୍ଡାଙ୍କ ଉପରେ।

ଅଦ୍ୟତନ ହୋଇଛି
Jajpur

Jajpur

Advertisment

୪ ବର୍ଷ ତଳେ ବାପାଙ୍କୁ ହରାଇଥିଲେ। ଆଉ ଏବେ ଅଫେରା ପଥରେ ଚାଲିଗଲେ ମାଆ। ଦୁନିଆକୁ ଭଲ କରି ଦେଖିନଥିବା ଭାଇ ଓ ଭଉଣୀ ଅନାଥ ହୋଇଗଲେ। ବାପା-ମାଆଙ୍କ ଦେହାନ୍ତ ପରେ କାହା ପାଖରେ କଳି କରିବେ ଭାଇ ଓ ଭଉଣୀ? ଆଉ କାହା ପାଖରେ କହିବେ ମନର ବେଦନା? କାହା ସାହାରାରେ ଜୀବନ ଜିଇଁବେ ଭାଇଭଉଣୀ।

Advertisment

୪ ବର୍ଷ ତଳେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ ଗରାମିଆ ଗାଁର ମୁଣ୍ଡା ସାହିର ଦିବାକର ମୁଣ୍ଡାଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ପୁଅ ଓ ଝିଅଙ୍କ ବୋଝ ପଡ଼ିଥିଲେ ପତ୍ନୀ ରଇବାରୀ ମୁଣ୍ଡାଙ୍କ ଉପରେ। କାମ ଦାମ କରି ଦୁଇ ପିଲାଙ୍କ ଭାଗ୍ୟ ଗଢ଼ୁଥିଲେ। ତେଲ ଲୁଣ ସଂସାର ଭିତରୁ ଯାହା ସଞ୍ଚୟ କରୁଥିଲେ, ସେଥିରେ ଦୁଇ ପିଲାଙ୍କୁ ପାଠ ପଢ଼ାଉ ଥିଲେ। ଝିଅ ଦଶମ ଶ୍ରେଣୀରେ ପାଠ ପଢୁଥିବା ବେଳେ ପୁଅ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ। ହେଲେ ଅଚାନକ ରଇବାରୀଙ୍କ ମୁଣ୍ଡ ଉପରେ ଛିଡ଼ି ପଡ଼ିଲା ଆକାଶ।

୧୦ରୁ ୧୨ ଦିନ ତଳେ ରୋଗ ଯନ୍ତ୍ରଣାରେ ପଡ଼ିଲେ ରଇବାରୀ। ରୋଗୀଣା ମାଆଙ୍କୁ ମେଡ଼ିକାଲ୍‌ ନେଇଥିଲେ ଭାଇ ଓ ଭଉଣୀ। ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେଇଥିଲେ। ଔଷଧ ଖାଇ ଘରେ ଶୋଇଥିବା ବେଳେ ଆଖି ବୁଜିଲେ ରଇବାରୀ। ବାପାଙ୍କ ପରେ ମାଆଙ୍କ ହାତ ଉଠିଯିବାରୁ ଭାଙ୍ଗି ପଡ଼ିଥିଲେ ବିନତୀ ଓ ତାଙ୍କ ଭାଇ ଆକାଶ କୁମାର ମୁଣ୍ଡା। ଧାର ଉଧାର ମାଗିଜାଚି ଶୁଦ୍ଧିକ୍ରିୟା କରିଥିଲେ। ହେଲେ ଏବେ ଖାଇବେ କଣ? ବଞ୍ଚିବେ କେମିତି? ଦୁନିଆକୁ ଭଲ କରି ଦେଖିନଥିବା ବନତୀ ଓ ଆକାଶ ଏ ଦୁନିଆରେ ରହିବେ କେମିତି? ଏମିତି ନାନା ଦୁଃଖ ଓ ଯନ୍ତ୍ରଣାରେ ଭାଇଭଉଣୀ ଘାଣ୍ଟି ହେଉଥିବା ବେଳେ ସହଯୋଗର ହାତ ପଢ଼ାଇଥିଲେ ପଡ଼ୋଶୀ। ଗାଁ ଲୋକେ ପାଳି କରି ଖାଇବାକୁ ଦେଉଛନ୍ତି। ହେଲେ କେତେ ଦିନ?

Advertisment

ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର କହିଛନ୍ତି, ସରକାରୀ ଯୋଜନାରେ ପିଲାମାନଙ୍କୁ ଥଇଥାନ କରାଯିବ। ଏଥିସହ ପିଲାଙ୍କ ପାଠ ପଢ଼ିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ କର କହିଛନ୍ତି।

ରିପୋର୍ଟ-ଯାଜପୁରରୁ ଜନ୍ମେଜୟ ଦାଶ

Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe