Advertisment

ପେଟ୍ରୋଲ ପମ୍ପ ଡକାୟତି ପୂର୍ବରୁ ଧରାପଡ଼ିଲେ ଦୁର୍ବୃତ୍ତ, ୨ ବନ୍ଧୁକ ସହ ଛୁରୀ ଜବତ

ବନ୍ଧୁକ ଓ ଛୁରୀ ଦେଖାଇ ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟ ଯୋଜନା କରୁଥିଲେ ଡକାୟତ ଦଳ।

ଅଦ୍ୟତନ ହୋଇଛି
5 criminal arrested

5 criminal arrested

Advertisment

ବନ୍ଧୁକ ଓ ଛୁରୀ ଦେଖାଇ ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟ ଯୋଜନା କରୁଥିଲେ ଡକାୟତ ଦଳ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରି ଏହି ଡକାୟତମାନଙ୍କୁ ଧରିଛି। ସେମାନଙ୍କ ଠାରୁ ୨ ଦେଶୀ ବନ୍ଧୁକ, ବହୁ ସଂଖ୍ୟକ ଗୁଳି, ଛୁରୀ, ମୋବାଇଲ ଫୋନ୍ ଜବତ କରିଛି ପୁଲିସ। ଯାଜପୁର ଜିଲ୍ଲା ଛତିଆ ସ୍ଥିତ ଏକ ପେଟ୍ରୋଲ ପମ୍ପରୁ ଏମାନେ ଡକାୟତି ଯୋଜନା କରୁଥିଲେ। ଆଜି ଏନେଇ ଡକାୟତମାନଙ୍କୁ ଗିରଫ କରାଯାଇଥିବା ବୈରୀ ପୁଲିସ ସୂଚନା ଦେଇଛି।

Advertisment

ଯାଜପୁର ଏସ୍‌ଡିଓ ସଞ୍ଜୟ ପଟ୍ଟନାୟକ ପ୍ରେସ୍ ମିଟ୍ କରି କହିଛନ୍ତି, ଗିରଫ ଅଭିଯୁକ୍ତମାନେ ଯାଜପୁର, କଟକ, କେନ୍ଦ୍ରାପଡ଼ାର ବୋଲି ଜଣାପଡିଛି। ଏମାନଙ୍କ ନାମରେ ପୂର୍ବରୁ ବହୁ ମାମଲା ରହିଛି। ଜଣେ ଦୁର୍ବୃତ୍ତ ବିଭିନ୍ନ ଜିଲ୍ଲାରେ କ୍ରାଇମ୍‌ କରୁଥିବା ରେକର୍ଡ ଯାଞ୍ଚ ବେଳେ ମିଳିଛି। ଚଢ଼ଉ ବେଳେ କିଛି ଡକାୟତ ଖସି ଯାଇଥିଲେ। ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି। ଅଭିଯୁକ୍ତମାନେ ଦେଶୀ ବନ୍ଧୁକ କେଉଁଠୁ ଆଣିଲେ ଓ ଏହା କେଉଁଠି ତିଆରି ହୋଇଛି ତାହା ଜାଣିବା ନିମନ୍ତେ ତଦନ୍ତ ଜାରି ରହିଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

Robbery
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe