Advertisment

ପିଲାର ସ୍ୱପ୍ନ ଦେଖାଇ ଠକିଦେଲେ ଭଣ୍ଡବାବା, ଏବେ ପୁଲିସ ପଞ୍ଝାରେ

ଘରେ ଆୟୋଜନ ହେଲା ପୂଜା। ଗୋଟେ କି ଦୁଇଟି ନୁହେଁ, ୭ ଥର ଭଣ୍ଡବାବା ପୂଜା କଲେ। ଏଥିସହ କିଛି ଜଡ଼ିବୁଟି ଖାଇବାକୁ ମଧ୍ୟ ଦେଇଥିଲେ। ପୂଜା ବାବଦକୁ ବିଭିନ୍ନ କିସ୍ତିରେ ବାବା ୩ ଲକ୍ଷ ୯୦ ହଜାର ଟଙ୍କା ନେଇଥିଲେ। ହେଲେ ପିଲାପିଲି ହେଲା ନାହିଁ।

ଅଦ୍ୟତନ ହୋଇଛି
Jajpur Baba

Jajpur Baba

Advertisment

ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତିର ସ୍ୱପ୍ନ ଦେଖାଇଲେ ଭଣ୍ଡବାବା। ଆଉ ଭଣ୍ଡବାବାଙ୍କ କଥାରେ ପଡ଼ି ପୂଜାର୍ଚ୍ଚନା କଲେ ଦମ୍ପତି। ପୂଜାର୍ଚ୍ଚନା ପାଇଁ ଭଣ୍ଡବାବା ବିଭିନ୍ନ କିସ୍ତିରେ ୩ ଲକ୍ଷରୁ ଅଧିକ ଟଙ୍କା ନେଲେ। ହେଲେ ଦମ୍ପତିଙ୍କର କୌଣସି ପିଲାପିଲି ହେଲା ନାହିଁ। ଏ ନେଇ ପଚାରିବାରୁ ବାବା ଧମକାଇଲେ। ମନ୍ତ୍ରତନ୍ତ୍ର କରି ଅନିଷ୍ଟ କରିଦେବାକୁ ଧମକ ଦେଲେ। ଶେଷରେ ନିରୂପାୟ ଦମ୍ପତି ଥାନାର ଦ୍ୱାରସ୍ଥ ହେଲେ। ଏମିତି ଏକ ଘଟଣା ଘଟିଛି କଟକ ସହରରେ। 

Advertisment

ମିଳିଥିବା ସୂଚନା ଅନୁସାରେ କଟକ ଝାଞ୍ଜିରିମଙ୍ଗଳା ଅଞ୍ଚଳର ଏକ ଦମ୍ପତିଙ୍କର ପିଲାପିଲି ନାହାନ୍ତି। ସେଥିପାଇଁ ସ୍ୱାମୀ ଓ ସ୍ତ୍ରୀ ସର୍ବଦା ଚିନ୍ତିତ ରହୁଛନ୍ତି।ଏହାରି ଭିତରେ ଉଭୟ ଭଣ୍ଡବାବା ସିଦ୍ଧେଶ୍ୱର ସାମନ୍ତରାୟଙ୍କ ହାବୁଡ଼ରେ ପଡ଼ିଥିଲେ। ପୂଜାର୍ଚ୍ଚନା ଓ ମନ୍ତ୍ରତନ୍ତ୍ର କଲେ ପିଲା ହେବ ବୋଲି ସିଦ୍ଧେଶ୍ୱର ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ କଥାକୁ ବିଶ୍ୱାସ କରି ପୂଜା ପାଇଁ ରାଜି ହୋଇଥିଲେ ଏହି ଦମ୍ପତି।

ଘରେ ଆୟୋଜନ ହେଲା ପୂଜା। ଗୋଟେ କି ଦୁଇଟି ନୁହେଁ, ୭ ଥର ଭଣ୍ଡବାବା କଲେ ପୂଜା। ଏଥିସହ କିଛି ଜଡ଼ିବୁଟି ମଧ୍ୟ ଖାଇବାକୁ ଦେଇଥିଲେ। ପୂଜା ବାବଦକୁ ବିଭିନ୍ନ କିସ୍ତିରେ ଭଣ୍ଡବାବା ୩ ଲକ୍ଷ ୯୦ ହଜାର ଟଙ୍କା ନେଇଥିଲେ। ହେଲେ ଏହି ଦମ୍ପତିଙ୍କର ପିଲାପିଲି ହେଲା ନାହିଁ। ଏହା ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମନରେ ସନ୍ଦେହ ହୋଇଥିଲା। ତେଣୁ ବାବାଙ୍କ ପାଖରୁ ଦୂରେଇଯିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଭଣ୍ଡବାବା ଥିଲେ ନଛୋଡ଼ବନ୍ଧା। ବଡ଼ ଆକାରରେ ପୂଜା କରିବା ଟଙ୍କା ମାଗି ଚାଲିଲେ।

Advertisment

ଭଣ୍ଡବାବା ସିଦ୍ଧେଶ୍ୱର ସାମନ୍ତରାୟଙ୍କ ଚାଲ ବୁଝିପାରି ଟଙ୍କା ଦେବା ବନ୍ଦ କରିଦେଲେ ଏହି ଦମ୍ପତି। ଏହା ପରେ ଭଣ୍ଡବାବା ରାଗିଗଲେ। ଧମକ ଦେବା ଆରମ୍ଭ କଲେ। ମନ୍ତ୍ରତନ୍ତ୍ର ବଳରେ ଅନିଷ୍ଟ କରିବେ ବୋଲି କହିଲେ। ବହୁ କ୍ଷତି ହେବ ବୋଲି ଧମକ ଦେଲେ। ଯେଉଁଥିପାଇଁ ସ୍ୱାମୀ ଓ ସ୍ତ୍ରୀ ଭୟଭୀତ ହୋଇ ଯାଇଥିଲେ ଓ ଭଣ୍ଡବାବାଙ୍କ କବଳରୁ ମୁକ୍ତି ପାଇଁ ବାଟ ଖୋଜିଥିଲେ। 

ରବିବାର ସ୍ୱାମୀ ଓ ସ୍ତ୍ରୀ କଟକ ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗକୁ ଭିତ୍ତି କରି କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ପାଇଁ ଏକ ଟିମ୍‌ ଗଠନ ଗଠନ କରିଥିଲା। ତଦନ୍ତ ବେଳେ ଟଙ୍କା ଠକେଇ ହୋଇଥିବା ଜାଣିବାକୁ ପାଇଥିଲା ପୁଲିସ୍‌। ଏହା ପରେ ପୁଲିସ୍‌ ଯାଜପୁର ଧର୍ମଶାଳା ଅଞ୍ଚଳରୁ ସିଦ୍ଧେଶ୍ୱର ସାମନ୍ତରାୟଙ୍କୁ ଗିରଫ କରିଛି।

କଟକ ଜୋନ୍‌-୬ ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି, ପିଲା କରାଇଦେବାକୁ କହି ସିଦ୍ଧେଶ୍ୱର ସାମନ୍ତରାୟ ବହୁ ଲୋକଙ୍କୁ ଠକିଛନ୍ତି। ତାଙ୍କ ନାଁରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନାରେ ଗୋଟିଏ ମାମଲା ରହିଛି। ପିଲା କରାଇଦେବାକୁ କହି ସେଠାରେ ସେ ଜଣେ ଲୋକଙ୍କୁ ଠକିଥିଲା। ଅନ୍ୟ କେଉଁଠି ମାମଲା ରହିଛି, ତାହା ଉପରେ ତଦନ୍ତ ଚାଲିଛି। 

Cuttack Crime Cuttack Story Odisha Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe