Advertisment

ଥାନା ଆଇଆଇସିଙ୍କ ମାନସିକ ନିର୍ଯାତନା, ଏସ୍‌ପିଙ୍କୁ ଅଭିଯୋଗ କଲେ ଏସ୍‌ଆଇ

ଥାନା ଆଇଆଇସିଙ୍କ ମାନସିକ ନିର୍ଯାତନା ସହିନପାରି ଚାକିରିରୁ ଇସ୍ତଫା ଗ୍ରହଣ କରିବାକୁ ଜଣେ ପୁଲିସ ଏସ୍ଆଇଙ୍କ ଆବେଦନକୁ ନେଇ ଏବେ ଯାଜପୁର ଜିଲ୍ଲାରେ ଚର୍ଚ୍ଚା।

ଅଦ୍ୟତନ ହୋଇଛି
ASI

ASI

Advertisment

ଥାନା ଆଇଆଇସିଙ୍କ ମାନସିକ ନିର୍ଯାତନା ସହିନପାରି ଚାକିରିରୁ ଇସ୍ତଫା ଗ୍ରହଣ କରିବାକୁ ଜଣେ ପୁଲିସ ଏସ୍ଆଇଙ୍କ ଆବେଦନକୁ ନେଇ ଏବେ ଯାଜପୁର ଜିଲ୍ଲାରେ ଚର୍ଚ୍ଚା। ଆବେଦନକାରୀ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନାର ଏସ୍ଆଇ ରାଧାନାଥ ଦାସ। ସେ ଧର୍ମଶାଳା ଥାନାର ଅଧିକାରୀ ରାକେଶ କୁମାର ତ୍ରିପାଠୀଙ୍କ ବିରୋଧରେ ଏସ୍ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ଯେଉଁଥିରେ ସେ ଜଣାଇଛନ୍ତି, ଆଇଆଇସି ରାକେଶ ତ୍ରିପାଠୀ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ କର୍ମକ୍ଷେତ୍ରରେ ଅତ୍ୟଧିକ ଚାପ ଦେଉଛନ୍ତି। ମାନିସିକ ଅତ୍ୟାଚାର କରୁଛନ୍ତି। ଏପରିକି ମା’ ଅସୁସ୍ଥ ଥିବା ବେଳେ ତାଙ୍କୁ ଗାଁକୁ ବି ଯିବାକୁ ଅନୁମତି ଦିଆଯାଉନି। ଏଭଳି ସ୍ଥିତିରେ ତାଙ୍କୁ ଆଇଆଇ ରାକେଶ କୁମାର ତ୍ରିପାଠୀ ଅସୁବିଧାରେ ପକାଇବାକୁ ଧମକ ଦେଉଛନ୍ତି। ତେଣୁ ଚାକିରିରୁ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଉ ବୋଲି ନିବେଦନ କରି ଯାଜପୁର ଏସପିଙ୍କୁ ଲିଖିତ ଜଣାଇଛନ୍ତି ଏସଆଇ ରାଧାନାଥ ଦାସ।

ତେବେ ଅଭିଯୋଗ ସଂପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ଆଇଆଇସି ରାକେଶ କୁମାର ତ୍ରିପାଠୀ। ଅନ୍ୟପଟେ ଏସ୍‌ଆଇ ରାଧାନାଥ କହିଛନ୍ତି, ମୋର ବୁଢ଼ି ମା’ର ଗୋଡ଼ ଭାଙ୍ଗି ଯାଇଥିବାରୁ ସେ ଘରେ ଶଯ୍ୟାରେ ପଡ଼ି ରହିଛି। ଆମେ ପୁଅ ହୋଇ ତାହାର ସେବା କରିବା କ’ଣ କର୍ତ୍ତବ୍ୟ ନୁହେଁ। ହେଲେ ତୁମେ ଯାଇ ପାରିବନି, କେସ ଅଛି ବୁଝ ବୋଲି ଏହି ଆଇଆଇସି କହୁଛନ୍ତି। ମାନସୀକ ନିର୍ଯାତନା ଦେଉଛନ୍ତି। ସେପଟେ ଆଇଆଇସିମାନେ ଅତି କମ୍‌ରେ ୩ଟି ଗୁରୁତ୍ୱପୂର୍ଣ୍ଣ ମାମଲା ବୁଝିବା କଥା। ହେଲେ ଏହି ନିୟମ କାର୍ଯ୍ୟକାରୀ ହେଉନାହିଁ ବୋଲି ରାଧାନାଥ କହିଛନ୍ତି।

Advertisment
Odisha Police Mentally
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe