/odisha-reporter/media/post_attachments/uploads/2021/02/petrol-2.jpg)
petrol
ଯାଜପୁର( ଓଡ଼ିଶା ରିପୋର୍ଟର): ପେଟ୍ରୋଲ ପମ୍ପରେ ତେଲ ପକାଇଲେ। ଏହାପରେ ଟଙ୍କା ନ ଦେଇ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ ଉଦ୍ୟମ କଲେ। ଶେଷରେ ପୁଲିସ୍ ପହଞ୍ଚି କାବୁ କରି ୨ ଜଣଙ୍କୁ ଥାନାକୁ ନେଲା। ଏପରି ଘଟଣା ଗତ ରାତିରେ ଯାଜପୁର ଜିଲ୍ଲା ବରୀ ଥାନା ପେଟ୍ରୋଲ ପମ୍ପରେ ଘଟିଛି।
Advertisment
ଶୁକ୍ରବାର ରାତି ପ୍ରାୟ ୧୦ଟାରେ ୨ ଦୁର୍ବୃତ୍ତ ବାଇକ୍ରେ ଆସି ବରୀ ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ । ଏହାପରେ ଟଙ୍କା ନ ଦେଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଲୁଟ ଉଦ୍ୟମ କରିଥିଲେ । କର୍ମଚାରୀ ବିରୋଧ କରିବାରୁ ସେମାନଙ୍କୁ ଆକ୍ରମଣ କରିଥିଲେ ୨ ଦୁର୍ବୃତ୍ତ । ଖବର ପାଇ ପୁଲିସ୍ ପେଟ୍ରୋଲ ପମ୍ପରେ ପହଞ୍ଚି ୨ ଜଣଙ୍କୁ କାବୁ କରିବା ସହ ସେମାନଙ୍କ ବାଇକ୍ ଜବତ କରିଛି। ଲୁଟେରାମାନେ ଢେଙ୍କାନାଳ ଜିଲ୍ଲା ଗଁଦିଆ ଅଞ୍ଚଳର ବୋଲି ଜଣାପଡିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
