ପେଟ୍ରୋଲ ପକାଇ ଟଙ୍କା ଲୁଟୁଥିଲେ, ଧରା ପଡ଼ିଗଲେ

ଯାଜପୁର( ଓଡ଼ିଶା ରିପୋର୍ଟର): ପେଟ୍ରୋଲ ପମ୍ପରେ ତେଲ ପକାଇଲେ। ଏହାପରେ ଟଙ୍କା ନ ଦେଇ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ ଉଦ୍ୟମ କଲେ। ଶେଷରେ ପୁଲିସ୍‌ ପହଞ୍ଚି କାବୁ କରି ୨ ଜଣଙ୍କୁ ଥାନାକୁ ନେଲା। ଏପରି ଘଟଣା ଗତ ରାତିରେ ଯାଜପୁର ଜିଲ୍ଲା ବରୀ ଥାନା ପେଟ୍ରୋଲ ପମ୍ପରେ  ଘଟିଛି। ଶୁକ୍ରବାର ରାତି ପ୍ରାୟ ୧୦ଟାରେ ୨ ଦୁର୍ବୃତ୍ତ ବାଇକ୍‌ରେ ଆସି ବରୀ ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ । ଏହାପରେ ଟଙ୍କା ନ ଦେଇ  ପେଟ୍ରୋଲ […]

petrol

Niharika Rout
  • Published: Saturday, 13 February 2021
  • , Updated: 13 February 2021, 12:18 PM IST

ଯାଜପୁର( ଓଡ଼ିଶା ରିପୋର୍ଟର): ପେଟ୍ରୋଲ ପମ୍ପରେ ତେଲ ପକାଇଲେ। ଏହାପରେ ଟଙ୍କା ନ ଦେଇ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ ଉଦ୍ୟମ କଲେ। ଶେଷରେ ପୁଲିସ୍‌ ପହଞ୍ଚି କାବୁ କରି ୨ ଜଣଙ୍କୁ ଥାନାକୁ ନେଲା। ଏପରି ଘଟଣା ଗତ ରାତିରେ ଯାଜପୁର ଜିଲ୍ଲା ବରୀ ଥାନା ପେଟ୍ରୋଲ ପମ୍ପରେ  ଘଟିଛି।

ଶୁକ୍ରବାର ରାତି ପ୍ରାୟ ୧୦ଟାରେ ୨ ଦୁର୍ବୃତ୍ତ ବାଇକ୍‌ରେ ଆସି ବରୀ ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ । ଏହାପରେ ଟଙ୍କା ନ ଦେଇ  ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଲୁଟ ଉଦ୍ୟମ କରିଥିଲେ । କର୍ମଚାରୀ ବିରୋଧ କରିବାରୁ ସେମାନଙ୍କୁ ଆକ୍ରମଣ କରିଥିଲେ ୨ ଦୁର୍ବୃତ୍ତ ।   ଖବର ପାଇ ପୁଲିସ୍‌ ପେଟ୍ରୋଲ ପମ୍ପରେ ପହଞ୍ଚି ୨ ଜଣଙ୍କୁ  କାବୁ କରିବା ସହ ସେମାନଙ୍କ ବାଇକ୍‌ ଜବତ କରିଛି।  ଲୁଟେରାମାନେ ଢେଙ୍କାନାଳ ଜିଲ୍ଲା ଗଁଦିଆ ଅଞ୍ଚଳର ବୋଲି ଜଣାପଡିଛି ।

Related story