Advertisment

ଭୟଙ୍କର ବଜ୍ରପାତ: ଭାଙ୍ଗିଲା ବନ୍ଦେ ଭାରତର ସାମ୍ନା ଗ୍ଲାସ, ଜଳିଗଲା ବିଦ୍ୟୁତ ତାର!

ଟ୍ରେନ୍‌ଟି ଯାଜପୁର ବୈତରଣୀ ରୋଡ୍‌ ଷ୍ଟେସନ୍‌ ଅତିକ୍ରମ କରିବା ପରେ ବୈତରଣୀ ନଦୀ ଉପରେ ହୋଇଥିବା ବ୍ରିଜ୍‌ ଉପରେ ଦ୍ରୁତ ଗତିରେ ଆଗକୁ ମାଡ଼ି ଚାଲିଥିଲା। ଠିକ୍‌ ସେହି ସମୟରେ ହୋଇଥିଲା ଏକ ଭୟଙ୍କର ବଜ୍ରପାତ।

author-image
Manoranjan Sial
ଅଦ୍ୟତନ ହୋଇଛି
Vande Bharat Express

Vande Bharat Express

କାଳବୈଶାଖୀ ପ୍ରଭାବରେ ହୋଇଛି ଭୟଙ୍କର ବଜ୍ରପାତ! କ୍ଷଣକ ଭିତରେ ଜଳିଗଲା ରେଳୱେ ବିଦ୍ୟୁତ ତାର। ଏଥିରୁ ବର୍ତ୍ତି ପାରିଲା ନାହିଁ ପୁରୀ-ହାୱାଡା ବନ୍ଦେ ଭାରତ ଏକ୍ସପ୍ରେସ୍‌। ଲୋକ ପାଇଲଟ୍‌ ସାମ୍ନା ଗ୍ଲାସ୍‌ ଭାଙ୍ଗି ଯାଇଛି। ଏଥିସହ ଅନେକ ବଗିରେ ଗ୍ଲାସ ଫାଟିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଯାଜପୁର ଜିଲ୍ଲାର ବୈଜରଣୀ ବ୍ରିଜ୍‌ ଉପରେ ଛିଡ଼ା ହୋଇଛି।

Advertisment

ନିର୍ଦ୍ଧାରିତ ସମୟରେ ପୁରୀରୁ ହାୱାଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ବନ୍ଦେ ଭାରତ ଏକ୍ସପ୍ରେସ। ଟ୍ରେନ୍‌ଟି ଯାଜପୁର ରୋଡ୍‌ ଷ୍ଟେସନ୍‌ ଅତିକ୍ରମ କରିବା ପରେ ବୈତରଣୀ ନଦୀ ଉପରେ ହୋଇଥିବା ବ୍ରିଜ୍‌ ଉପରେ ଦ୍ରୁତ ଗତିରେ ଆଗକୁ ମାଡ଼ି ଚାଲିଥିଲା। ଠିକ୍‌ ସେହି ସମୟରେ ହୋଇଥିଲା ଏକ ଭୟଙ୍କର ବଜ୍ରପାତ। ଯାହାଫଳରେ ରେଳୱେ ବିଦ୍ୟୁତ୍‌ ତାର ଜଳିଯାଇଥିବା ବେଳେ ଶଙ୍ଖ ଗୁଡ଼ିକ ଭାଙ୍ଗି ଯାଇଛି। ଟ୍ରେନ୍‌ ଇଞ୍ଜିନ୍‌ର ସମ୍ନା କାଚ ଓ ଅନେକ ବଗିର କାଚ ଫାଟି ଯାଇଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଟ୍ରେନ୍‌କୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିବା ଜଣେ ଯାତ୍ରୀ ଅଭିଯୋଗ କରିଛନ୍ତି। କହିବାକୁ ଗଲେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ବନ୍ଦେ ଭାରତ ଏକ୍ସପ୍ରେସ୍‌। ଟ୍ରେନ୍‌ ଭିତରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ଟ୍ରେନ୍‌ଟି ଅପରାହ୍ନ ପ୍ରାୟ ୪.୩୫ ମିନିଟ୍‌ରେ ବ୍ରିଜ୍‌ ଉପରେ ଅଟକି ରହିଛି। 

ଖବର ପାଇଁ ରେଳ ବିଭାଗର ବରିଷ୍ଠ ଅଧିକାରୀ ଓ ମେଣ୍ଟେନାନ୍ସ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଛି। ବିଦ୍ୟୁତ ସରବରାହ ସ୍ୱଭାବିକ କରିବା ପାଇଁ ଉଦ୍ୟମ ଚାଲିଛି। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ମରାମତି କାର୍ଯ୍ୟ ସରିଯିବ ବୋଲି ପୂର୍ବତନ ରେଳପଥ ସିପିଆଓ ବିଶ୍ୱଜିତ ସାହୁ କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ଆଜି ଅପରାହ୍ନରେ କାଳବୈଶାଖୀରେ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି ମାରିଥିଲା। ଯାହାଫଳରେ ଗ୍ରାମାଞ୍ଚଳରେ ବଡ଼ବଡ଼ ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି। ଅନେକ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି।

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ

Jajpur Vande Bharat Express