Advertisment

ସାମାନ୍ୟ ବଚସାରୁ ଜଘନ୍ୟ କାଣ୍ଡ; ଟ୍ରକ୍‌ ଚଢ଼ାଇ ଦେଲା ସମ୍ପର୍କୀୟ ଭାଇ

ଯାଜପୁର(ଗୁଲାମ ଗସ): ସାମାନ୍ୟ ଜମିଜମା ଗଣ୍ଡଗୋଳରୁ ଘଟିଗଲା ଜଘନ୍ୟ କାଣ୍ଡ । ସମ୍ପର୍କୀୟ ଭାଇକୁ ଟ୍ରକ୍‌  ଚଢ଼ାଇ ମାରିଦେଲା ଅଭିଯୁକ୍ତ। ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିଛି। ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ ଗତକାଲି ଘଟିଛି ।  ମୃତକ ହେଲେ ରଥ ମଳିକଙ୍କ ପୁଅ ଅକ୍ଷୟ ମଳିକ । ଅକ୍ଷୟ ମଳିକଙ୍କର ନିଜ ସାନ ବାପା ପୁଅ ସୁଶାନ୍ତ ମଳିକଙ୍କ ସହ  […]

ଅଦ୍ୟତନ ହୋଇଛି
ସାମାନ୍ୟ ବଚସାରୁ ଜଘନ୍ୟ କାଣ୍ଡ; ଟ୍ରକ୍‌ ଚଢ଼ାଇ ଦେଲା ସମ୍ପର୍କୀୟ ଭାଇ

truck

Advertisment

ଯାଜପୁର(ଗୁଲାମ ଗସ): ସାମାନ୍ୟ ଜମିଜମା ଗଣ୍ଡଗୋଳରୁ ଘଟିଗଲା ଜଘନ୍ୟ କାଣ୍ଡ । ସମ୍ପର୍କୀୟ ଭାଇକୁ ଟ୍ରକ୍‌  ଚଢ଼ାଇ ମାରିଦେଲା ଅଭିଯୁକ୍ତ। ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିଛି। ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ ଗତକାଲି ଘଟିଛି ।  ମୃତକ ହେଲେ ରଥ ମଳିକଙ୍କ ପୁଅ ଅକ୍ଷୟ ମଳିକ ।

Advertisment

ଅକ୍ଷୟ ମଳିକଙ୍କର ନିଜ ସାନ ବାପା ପୁଅ ସୁଶାନ୍ତ ମଳିକଙ୍କ ସହ  ଜମିଜମା ବିବାଦକୁ ନେଇ କିଛି ଦିନ ତଳେ ଝଗଡା ହୋଇଥିଲା ।  ଏଥିରେ ଉତ୍ତ୍ୟକ୍ତ ସୁଶାନ୍ତ ରାସ୍ତାରୁ ସବୁଦିନ ପାଇଁ ଅକ୍ଷୟଙ୍କୁ ହଟାଇଇବାକୁ  ଯୋଜନା ପ୍ରସ୍ତୁତ କରିଥିଲା  ।  ପେଶାରେ ସୁଶାନ୍ତ ଜଣେ ଟ୍ରକ ଡ୍ରାଇଭର ହୋଇଥିବାରୁ ଟ୍ରକ ଚଢ଼ାଇ ମାରିବା ପରେ ତାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲା ।

[caption id="attachment_720505" align="aligncenter" width="650"]police ପୁଲିସ୍‌ ଘଟଣାର ତଦନ୍ତ କରୁଛି।[/caption]

Advertisment

ଯୋଜନା ମୁତାବକ, ଗତ କାଲି ରାତିରେ ସୁଶାନ୍ତ ମଦ୍ୟପାନ କରି ଟ୍ରକ ନେଇ ଅକ୍ଷୟଙ୍କ ଘର ସମ୍ମୁଖରେ ରଖିଥିଲା। ଏହାପରେ ଅକ୍ଷୟଙ୍କୁ ଘରୁ ବାହାରିବାକୁ ଡାକିଥିଲା। କିଛି ସମୟ ପରେ ଅକ୍ଷୟ ପଡ଼ିଆରେ ବୁଲୁଥିବା ଦେଖି ସମସ୍ତଙ୍କ ସାମନାରେ ତାଙ୍କ ଉପରେ ଟ୍ରକ ମଡ଼ାଇ ଦେଇଥିଲା ସୁଶାନ୍ତ । ଏହାପରେ ଗାଡ଼ି ସହ ଫେରାର ହୋଇଯାଇଥିଲା।

ଗୁରୁତର ଅବସ୍ଥାରେ ଅକ୍ଷୟଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରା ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇ ଜେନାପୁର ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଥିଲା। ମୃତ ଅକ୍ଷୟଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌  ମାମଲା ରୁଜୁ କରିବା ସହ ସୁଶାନ୍ତଙ୍କୁ ଗିରଫ କରିଛି।  ହତ୍ୟାକାଣ୍ଡରେ ଵ୍ୟଵହାର କରାଯାଇଥିବା ଟ୍ରକକୁ ପୁଲିସ୍‌ ଜବତ କରିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe