Advertisment

ଟଙ୍କା ହେଲା କାଳ; ମା’କୁ ଜୀଅନ୍ତା ଜାଳି ଦେଲା ପୁଅ

ଯିଏ ପେଟ ଚିରି ଜନ୍ମ ଦେଇଥିଲା, ତାକୁ ହିଁ ଜୀଅନ୍ତା ଜାଳିଦେଲା ପୁଅ। ମା’ ଛଟପଟ ହୋଇ ମରିଯିବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି ନୃଶଂସ ପୁଅ।

ଅଦ୍ୟତନ ହୋଇଛି
spot

spot

Advertisment

ଟଙ୍କା ପାଇଁ ମା’ ହେଲା ପର । ଯିଏ ପେଟ ଚିରି ଜନ୍ମ ଦେଇଥିଲା, ତାକୁ ହିଁ ଜୀଅନ୍ତା ଜାଳିଦେଲା ପୁଅ। ମା’ ଛଟପଟ ହୋଇ ମରିଯିବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି ନୃଶଂସ ପୁଅ। ଏପରି ଏକ ଛାତିଥରା ଘଟଣା ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଜାଫରପୁର ଗ୍ରାମରେ ଘଟିଛି।

Advertisment

ମୃତ ମହିଳାଜଣକ ହେଲେ ଜାଫରପୁର ପଞ୍ଚାୟତ ଜଗବନ୍ଧୁ ମାଲିକଙ୍କ ସ୍ତ୍ରୀ ସଞ୍ଜୁଲତା ମାଲିକ । ତାଙ୍କୁ ହତ୍ୟା କରି ବଡ଼ ପୁଅ ବିପିନ ଫେରାର ହୋଇ ଯାଇଥିବା ଜଣାଯାଇଛି।

ବିପିନ ଦେଢ ବର୍ଷ ହେଲା ଅନ୍ୟ ଜାତିରେ ବିବାହ କରିଥିବାରୁ ପାରିବାରିକ କଳହ ଲାଗି ରହିଥିଲା। ପ୍ରଥମେ ଅଲଗା ରହୁଥିବା ବିପିନ କିଛି ଦିନ ହେବ ପତ୍ନୀ ସହ ଆସି ଘରେ ରହୁଥିଲେ। ଏହାପରେ ସେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ମା’ଙ୍କୁ ଦେଢ ଲକ୍ଷ ଟଙ୍କା ମାଗିଥିଲେ। ମାତ୍ର ଏଥିନିମନ୍ତେ ତାଙ୍କ ମା’ ମନା କରି ଦେବାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା।

Advertisment

ଗତ ରାତିରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ବିପିନ ନିଜ ମା’ଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ହୁତୁହୁତୁ ହୋଇ ଜଳୁଥିବା ସଞ୍ଜୁଲତା ବଞ୍ଚାଇବାକୁ ଆର୍ତ୍ତ ଚିତ୍କାର କରିଥିଲେ। ପାଖପଡ଼ୋଶୀ ପହଞ୍ଚିଥିଲେ ବି ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇ ପାରି ନ ଥିଲେ। ନିଆଁରେ ପୋଡ଼ି ହୋଇ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟ ହୋଇଥିଲା। ଏହାଦେଖି ଘଟଣାସ୍ଥଳରୁ ବିପିନ ଓ ତାଙ୍କ ପତ୍ନୀ ଫେରାର ହୋଇ ଯାଇଛନ୍ତି।

ଖବର ପାଇ ଆଜି ପୁଲିସ୍‌ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି। ଏଥିସହ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରି ସାରିବା ପରେ ମୃତଦେହକୁ ବ୍ୟବଚ୍ଛଦ ପାଇଁ ପଠାଯିବ ବୋଲି ଜଣାଯାଇଛି।

ଏନେଇ ମୃତ ସଞ୍ଜୁଲତାଙ୍କ ଭାଇ ଥାନାରେ ଅଭିଯୋଗ କରିଥିବା ବେଳେ ବିପିନ, ତାଙ୍କ ପତ୍ନୀ ଓ ଆଉ ଜଣେ ମିଶି ତାଙ୍କ ଭଉଣୀଙ୍କୁ ପୋଡ଼ି ମାରି ଦେଇଥିବା ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ମଙ୍ଗଳପୁର ଥାନାଧିକାରୀ।

Deadbody Family Dispute Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe