Advertisment

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ସୌମ୍ୟ ରଞ୍ଜନ

ଯାଜପୁର: ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଲଟୁପୁର ପଞ୍ଚାୟତର ସୌମ୍ୟ ରଞ୍ଜନ ରାଉତ। ୩୦ କେଜି ଓଜନ ବହନ କରି ଦୀର୍ଘ ସମୟ ଚକ୍ରାୟନ କରିବାରୁ ସେ ଏହି ରେକର୍ଡ଼ କରିପାରିଛନ୍ତି। ୨୪ ବର୍ଷୀୟ ସୌମ୍ୟ କଲେଜରେ ପାଠ ପଢ଼ୁଛନ୍ତି। ପାଠ ପଢ଼ିବା ସହିତ ଯୋଗ, ବ୍ୟାୟାମ ପ୍ରତି ରୁଚି ରଖନ୍ତି। ଏବେ ସେ ଯାଜପୁର ଜିଲ୍ଲା ସାମାଜିକ ସଂଗଠନ ‘ଉଦ୍ଧାର’ ଫାଉଣ୍ଡେସନ ଶାଖାର ସଭାପତି ଭାବେ କାମ […]

ଅଦ୍ୟତନ ହୋଇଛି
ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ସୌମ୍ୟ ରଞ୍ଜନ

india-record

Advertisment

ଯାଜପୁର: ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଲଟୁପୁର ପଞ୍ଚାୟତର ସୌମ୍ୟ ରଞ୍ଜନ ରାଉତ। ୩୦ କେଜି ଓଜନ ବହନ କରି ଦୀର୍ଘ ସମୟ ଚକ୍ରାୟନ କରିବାରୁ ସେ ଏହି ରେକର୍ଡ଼ କରିପାରିଛନ୍ତି। ୨୪ ବର୍ଷୀୟ ସୌମ୍ୟ କଲେଜରେ ପାଠ ପଢ଼ୁଛନ୍ତି। ପାଠ ପଢ଼ିବା ସହିତ ଯୋଗ, ବ୍ୟାୟାମ ପ୍ରତି ରୁଚି ରଖନ୍ତି। ଏବେ ସେ ଯାଜପୁର ଜିଲ୍ଲା ସାମାଜିକ ସଂଗଠନ 'ଉଦ୍ଧାର' ଫାଉଣ୍ଡେସନ ଶାଖାର ସଭାପତି ଭାବେ କାମ କରୁଛନ୍ତି।

Advertisment

ପାଲଟପୁର ପଞ୍ଚାୟତ ମୁରାରୀପୁରର ବାସିନ୍ଦା ମନୋରଞ୍ଜନ ରାଉତ ଓ ରଞ୍ଜିତା ରାଉତଙ୍କ ପୁଅ ହେଉଛନ୍ତି ସୌମ୍ୟ। ଗରିବ ପରିବାରରେ ଜନ୍ମିତ ସୌମ୍ୟ ଏହି ରେକର୍ଡ କରିବା ପରେ କହିଛନ୍ତି, ଦୃଢ ମନବଳ ଯୋଗୁଁ ସେ ଆଜି ଏପରି ରେକର୍ଡ କରି ପାରିଛନ୍ତି। ସୌମ୍ୟ ଏହି ରେକର୍ଡ କରିବା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ତାଙ୍କୁ ପ୍ରଶଂସା କରିବା ସହିତ ଆଶୀର୍ବାଦନ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe