Advertisment

ଝୁଲି ପଡ଼ିଲେ ନର୍ସିଂ ଛାତ୍ରୀ! କାରଣ ଅସ୍ପଷ୍ଟ

ଭଦ୍ରକ ଜିଲ୍ଲା ଧୂସୁରୀ ଅଞ୍ଚଳର ନନ୍ଦ କିଶୋର ସାହୁଙ୍କ ଝିଅ ନିବେଦିତା ସାହୁ ଜାଭିୟର ନର୍ସିଂ କଲେଜରେ ପାଠ ପଢ଼ୁଥିଲେ। ସେ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ହଷ୍ଟେଲ୍‌ରେ ରହୁଥିଲେ। ଆଜି ସେ ଘରୁ କଲେଜ ଆସିଥିଲେ।

Jajpur

Jajpur

Advertisment

ହଷ୍ଟେଲ୍‌ରେ ଝୁଲି ପଡ଼ିଲେ ନର୍ସିଂ ଛାତ୍ରୀ! କିନ୍ତୁ ବର୍ତ୍ତମାନ ସୁଦ୍ଧାର କାରଣ ଅସ୍ପଷ୍ଟ ରହିଛି। ଆଜି ଏପରି ଦୁଃଖଦ ଖବର ଯାଜପୁରରୁ ଆସିଛି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

Advertisment

ଭଦ୍ରକ ଜିଲ୍ଲା ଧୂସୁରୀ ଅଞ୍ଚଳର ନନ୍ଦ କିଶୋର ସାହୁଙ୍କ ଝିଅ ନିବେଦିତା ସାହୁ ଜାଭିୟର ନର୍ସିଂ କଲେଜରେ ପାଠ ପଢ଼ୁଥିଲେ। ସେ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ହଷ୍ଟେଲ୍‌ରେ ରହୁଥିଲେ। ଆଜି ସେ ଘରୁ କଲେଜ ଆସିଥିଲେ। ମାତ୍ର କ୍ଲାସ୍‌ କରିନଥିଲେ। ଦେହ ଅସୁସ୍ଥ ରହିଥିବା କହି ରୁମ୍‌କୁ ପଳାଇ ଯାଇଥିଲେ। ରୁମ୍‌ରେ ଏକାକୀ ରୁମ୍‌ରେ ରହିଥିଲେ। ଅପରାହ୍ନରେ କ୍ଲାସ୍‌ ସରିବା ପରେ ଅନ୍ୟ ଛାତ୍ରୀମାନେ ରୁମ୍‌କୁ ଫେରିଥିଲେ। ସେତେବେଳେ ରୁମ୍‌ର କବାଟ ଭିତର ପାର୍ଶ୍ୱରୁ ବନ୍ଦ ରହିଥିଲେ।

ଯେତେ ଡାକିଥିଲେ ମଧ୍ୟ ନିବେଦିତା କବାଟ ଖୋଲିନଥିଲେ। ପରେ ହଷ୍ଟେଲ୍‌ ୱାଡେନ୍‌ ଲୋକ ଲଗାଇ କବାଟ ଖୋଲିଥିଲେ। ସେତେବେଳେ ନିବେଦିତା ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ପରେ ତାଙ୍କୁ ସଙ୍ଗେ ସଙ୍ଗେ ଓହ୍ଲାଇ ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ପର୍ଯ୍ୟାୟରେ ପୁଲିସ କଲେଜ ଯାଇ ସହପାଠୀ ଓ ହଷ୍ଟେଲ୍‌ କର୍ମଚାରୀଙ୍କୁ ପଚରାଉଚରା କରିଛି। ଏପରିକି ଛାତ୍ରୀଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।

ରିପୋର୍ଟ-ଯାଜପୁରରୁ ଜନ୍ମେଜୟ ଦାଶ

Suicide Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe