ଯାଜପୁର(ଓଡ଼ିଶା ରିପୋର୍ଟର) ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମାଟି ତଳୁ ମୃତଦେହ ଉଦ୍ଧାର କରିଛି ପୁଲିସ। ଏହି ଅଭାବନୀୟ ଘଟଣା ଘଟଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଓସିସି କଲୋନିରେ । ସୂଚନା ଅନୁସାରେ ରବିବାର ଏହି ଯୁବତୀଙ୍କ ମୃତ୍ୟୁ ଘଟିଥିଲା । ପରିବାର ଲୋକେ କାହାକୁ କିଛି ନ ଜଣାଇ ଗାଁ ଶ୍ମଶାନରେ ଶବକୁ ପୋତି ଦେଇଥିଲେ।
ଏହି ଖବର ପୁଲିସ ପାଖରେ ପହଞ୍ଚିଥିଲା । ହଠାତ ଯୁବତୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଗତକାଲି ପୁଲିସ ମୃତ ଯୁବତୀଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ପଚରା ଉଚରା କରିଥିଲା । ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେସିବି ମେସିନରେ ମାଟି ଖୋଳି ଶବ ଉଦ୍ଧାର କରିଛି ପୁଲିସ। ମୃତକ ଜଣକ ହେଉଛନ୍ତି ୨୨ବର୍ଷୀୟ ଉପାସନା ଜେନା ।
ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ଲାଗି ଯାଜପୁର ମେଡିକାଲକୁ ପଠାଇବା ସହ ତଦନ୍ତ ଜାରିରଖିଛି । ତେବେ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଏସଡିପିଓ ସୂଚନା ଦେଇଥିବା ବେଳେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଶୁକ୍ରବାର 'ଲଲ'ଙ୍କ ବିରୋଧରେ FIR ଦେଇଥିଲେ; ଆଜି ଖାଲି ଥରୁଛନ୍ତି
ଶୁକ୍ରବାର ବବିଙ୍କ ଭାଇ ଲଲଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିବା ପରିବା ବ୍ୟବସାୟୀଙ୍କ ୟୁ-ଟର୍ଣ୍ଣ। ବବିଙ୍କୁ ଭେଟିବା ପରେ ବଦଳାଇଲେ ମତ। କହିଲେ କାଲି ସବୁ ମିଛ କହିଥିଲି।
Accident
ପୋଖରୀରେ ବୁଡ଼ିଗଲେ ଭାଇଭଉଣୀ
ସେମାନେ କେମିତି ବୁଡ଼ିଲେ କେହି ଜାଣି ନାହାନ୍ତି। ଛୁଆ ଦୁଇଟି ନମିଳିବାରୁ ଖୋଜାଖୋଜି କଲା ପରେ ପୋଖରୀରୁ ମିଳିଥିଲେ।
Crime
ଦାନ୍ତ ଡାକ୍ତର କରୁଥିଲେ ବ୍ରାଉନସୁଗର ବେପାର, ଗିରଫ କଲା ପୁଲିସ
ଗତକାଲି ସନ୍ଧ୍ୟାରେ ଦୁଇ ଜଣ ଯୁବକ ବ୍ରାଉନସୁଗର ସହିତ ଧରାପଡ଼ିବା ପରେ ଦାନ୍ତ ଡାକ୍ତରଙ୍କ ନାଁ ସାମ୍ନାକୁ ଆସିଥିଲା।
Crime
ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ କିରାଣି
କିରାଣି ମହେଶ୍ୱର ସାମଲଙ୍କର ଯାଜପୁର ଜିଲ୍ଲାରେ ଥିବା ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
Accident
ବାଇକ-ଟ୍ୟାଙ୍କର ଧକ୍କା:୨ ମୃତ, ଗର୍ଭବତୀ ଗୁରୁତର
ମୃତାହତମାନେ ସାନ ବରୁହାଁ ଗାଁର। ସେମାନେ ବାଇକରେ ଡାକ୍ତରଖାନା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।