ମାଟି ତଳୁ ଯୁବତୀଙ୍କ ଶବ ବାହାର କଲା ଜେସିବି

ଯାଜପୁର(ଓଡ଼ିଶା ରିପୋର୍ଟର) ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।  ମାଟି ତଳୁ ମୃତଦେହ ଉଦ୍ଧାର କରିଛି ପୁଲିସ।  ଏହି ଅଭାବନୀୟ ଘଟଣା ଘଟଛି ଯାଜପୁର ଜିଲ୍ଲା ଧର୍ମଶାଳା  ଥାନା ଓସିସି କଲୋନିରେ । ସୂଚନା ଅନୁସାରେ ରବିବାର ଏହି ଯୁବତୀଙ୍କ ମୃତ୍ୟୁ ଘଟିଥିଲା । ପରିବାର ଲୋକେ କାହାକୁ କିଛି ନ ଜଣାଇ ଗାଁ ଶ୍ମଶାନରେ ଶବକୁ ପୋତି ଦେଇଥିଲେ। ଏହି ଖବର ପୁଲିସ ପାଖରେ ପହଞ୍ଚିଥିଲା ।  ହଠାତ ଯୁବତୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି […]

5bn

Tapas Behera
  • Published: Tuesday, 01 June 2021
  • , Updated: 01 June 2021, 04:42 PM IST

ଯାଜପୁର(ଓଡ଼ିଶା ରିପୋର୍ଟର) ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।  ମାଟି ତଳୁ ମୃତଦେହ ଉଦ୍ଧାର କରିଛି ପୁଲିସ।  ଏହି ଅଭାବନୀୟ ଘଟଣା ଘଟଛି ଯାଜପୁର ଜିଲ୍ଲା ଧର୍ମଶାଳା  ଥାନା ଓସିସି କଲୋନିରେ । ସୂଚନା ଅନୁସାରେ ରବିବାର ଏହି ଯୁବତୀଙ୍କ ମୃତ୍ୟୁ ଘଟିଥିଲା । ପରିବାର ଲୋକେ କାହାକୁ କିଛି ନ ଜଣାଇ ଗାଁ ଶ୍ମଶାନରେ ଶବକୁ ପୋତି ଦେଇଥିଲେ।

ଏହି ଖବର ପୁଲିସ ପାଖରେ ପହଞ୍ଚିଥିଲା ।  ହଠାତ ଯୁବତୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଗତକାଲି ପୁଲିସ ମୃତ ଯୁବତୀଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ପଚରା ଉଚରା କରିଥିଲା  । ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେସିବି ମେସିନରେ ମାଟି ଖୋଳି ଶବ ଉଦ୍ଧାର କରିଛି ପୁଲିସ।  ମୃତକ ଜଣକ ହେଉଛନ୍ତି ୨୨ବର୍ଷୀୟ ଉପାସନା ଜେନା ।

ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ଲାଗି ଯାଜପୁର ମେଡିକାଲକୁ ପଠାଇବା ସହ  ତଦନ୍ତ ଜାରିରଖିଛି । ତେବେ  ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଏସଡିପିଓ ସୂଚନା ଦେଇଥିବା ବେଳେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି।

Related story