Advertisment

ମାଟି ତଳୁ ଯୁବତୀଙ୍କ ଶବ ବାହାର କଲା ଜେସିବି

ଯାଜପୁର(ଓଡ଼ିଶା ରିପୋର୍ଟର) ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।  ମାଟି ତଳୁ ମୃତଦେହ ଉଦ୍ଧାର କରିଛି ପୁଲିସ।  ଏହି ଅଭାବନୀୟ ଘଟଣା ଘଟଛି ଯାଜପୁର ଜିଲ୍ଲା ଧର୍ମଶାଳା  ଥାନା ଓସିସି କଲୋନିରେ । ସୂଚନା ଅନୁସାରେ ରବିବାର ଏହି ଯୁବତୀଙ୍କ ମୃତ୍ୟୁ ଘଟିଥିଲା । ପରିବାର ଲୋକେ କାହାକୁ କିଛି ନ ଜଣାଇ ଗାଁ ଶ୍ମଶାନରେ ଶବକୁ ପୋତି ଦେଇଥିଲେ। ଏହି ଖବର ପୁଲିସ ପାଖରେ ପହଞ୍ଚିଥିଲା ।  ହଠାତ ଯୁବତୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି […]

ମାଟି ତଳୁ ଯୁବତୀଙ୍କ ଶବ ବାହାର କଲା ଜେସିବି

5bn

Advertisment

ଯାଜପୁର(ଓଡ଼ିଶା ରିପୋର୍ଟର) ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।  ମାଟି ତଳୁ ମୃତଦେହ ଉଦ୍ଧାର କରିଛି ପୁଲିସ।  ଏହି ଅଭାବନୀୟ ଘଟଣା ଘଟଛି ଯାଜପୁର ଜିଲ୍ଲା ଧର୍ମଶାଳା  ଥାନା ଓସିସି କଲୋନିରେ । ସୂଚନା ଅନୁସାରେ ରବିବାର ଏହି ଯୁବତୀଙ୍କ ମୃତ୍ୟୁ ଘଟିଥିଲା । ପରିବାର ଲୋକେ କାହାକୁ କିଛି ନ ଜଣାଇ ଗାଁ ଶ୍ମଶାନରେ ଶବକୁ ପୋତି ଦେଇଥିଲେ।

Advertisment

ଏହି ଖବର ପୁଲିସ ପାଖରେ ପହଞ୍ଚିଥିଲା ।  ହଠାତ ଯୁବତୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଗତକାଲି ପୁଲିସ ମୃତ ଯୁବତୀଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ପଚରା ଉଚରା କରିଥିଲା  । ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେସିବି ମେସିନରେ ମାଟି ଖୋଳି ଶବ ଉଦ୍ଧାର କରିଛି ପୁଲିସ।  ମୃତକ ଜଣକ ହେଉଛନ୍ତି ୨୨ବର୍ଷୀୟ ଉପାସନା ଜେନା ।

ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ଲାଗି ଯାଜପୁର ମେଡିକାଲକୁ ପଠାଇବା ସହ  ତଦନ୍ତ ଜାରିରଖିଛି । ତେବେ  ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଏସଡିପିଓ ସୂଚନା ଦେଇଥିବା ବେଳେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe