Advertisment

ପଞ୍ଚାୟତ ନିର୍ବାଚନ ପ୍ରଚାରରେ ଶିକ୍ଷକ, ଭିଡିଓ ଭାଇରାଲ୍

ଯାଜପୁର (ସଞ୍ଜୀବ ନାୟକ): ପଞ୍ଚାୟତ ନିର୍ବାଚନରେ ସରକାରୀ କର୍ମଚାରୀଙ୍କ ସାମିଲ୍ ହେବାର ଭିଡିଓ ଭାଇରାଲ୍ ହୋଇଛି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଅସନପୁର ପଞ୍ଚାୟତରେ। ଏହି ପଞ୍ଚାୟତରେ ୨ ଜଣ ଶିକ୍ଷକ ନିର୍ବାଚନ ପ୍ରଚାର କରୁଥିବାର ଭିଡିଓ ଭାଇରାଲ ହୋଇଛି। ଦୁଇ ଶିକ୍ଷକ ଜଣଙ୍କ ହେଲେ ସୁଜିତ୍ କୁମାର ଦାଶ ଓ ଅଶୋକ ଦାସ। ସୁଜିତ୍ କୁମାର ଦାଶ ଯାଜପୁର ଦଶରଥପୁର ବ୍ଲକ ଗାରେଡେଶ୍ୱର ଏମ.ଇ. ସ୍କୁଲର ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ସେହିପରି […]

ପଞ୍ଚାୟତ ନିର୍ବାଚନ ପ୍ରଚାରରେ ଶିକ୍ଷକ, ଭିଡିଓ ଭାଇରାଲ୍

jajpur

Advertisment

ଯାଜପୁର (ସଞ୍ଜୀବ ନାୟକ): ପଞ୍ଚାୟତ ନିର୍ବାଚନରେ ସରକାରୀ କର୍ମଚାରୀଙ୍କ ସାମିଲ୍ ହେବାର ଭିଡିଓ ଭାଇରାଲ୍ ହୋଇଛି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଅସନପୁର ପଞ୍ଚାୟତରେ। ଏହି ପଞ୍ଚାୟତରେ ୨ ଜଣ ଶିକ୍ଷକ ନିର୍ବାଚନ ପ୍ରଚାର କରୁଥିବାର ଭିଡିଓ ଭାଇରାଲ ହୋଇଛି। ଦୁଇ ଶିକ୍ଷକ ଜଣଙ୍କ ହେଲେ ସୁଜିତ୍ କୁମାର ଦାଶ ଓ ଅଶୋକ ଦାସ।

Advertisment

ସୁଜିତ୍ କୁମାର ଦାଶ ଯାଜପୁର ଦଶରଥପୁର ବ୍ଲକ ଗାରେଡେଶ୍ୱର ଏମ.ଇ. ସ୍କୁଲର ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ସେହିପରି ଅଶୋକ ଦାସ ମଧୁପୁର ସ୍କୁଲର ଶିକ୍ଷକ ବୋଲି ଜଣାପଡିଛି। ପାଞ୍ଚ ଦିନ ତଳେ ଅସନପୁର ପଞ୍ଚାୟତରେ ସରକାରୀ ଦଳ ମୁଖ୍ୟ ସଚେତକ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଦଳୀୟ ର୍ନିବାଚନୀ ସଭା କରୁଥିଲେ। ଏହି ସମୟରେ ଦୁଇ ଶିକ୍ଷକ ମହୋଦୟ ଆଇନକୁ ଖାତିର ନ କରି ସଭାରେ ଉପସ୍ଥିତ ରହି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିବା ଅଭିଯୋଗ ହୋଇଛି। ଆଉ ଏହାର ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି।

ସେହିପରି ବରୀ ବ୍ଲକ ବାଲିବିଲ ପଂଚାୟତରେ ଭେଟନାରୀ ଏମଭିୟୁ ଆଟେଣ୍ଡାଣ୍ଟ ସୁଜତ ସାମଲ ମଧ୍ୟ ବରୀ ବିଧାୟିକାଙ୍କ ସ୍ୱାମୀଙ୍କ ସହ ପ୍ରଚାର ବେଳେ ଉପସ୍ଥିତ ଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ତେବେ ଏନେଇ ଯାଜପୁର ଜିଲ୍ଲାପାଳ କହିଛନ୍ତି, ନିବାର୍ଚନ ପାଇଁ ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ ରହିଛି ଯେ ଯେଉଁମାନେ ଏଭଳି ଆଇନ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କୁ ତୁରନ୍ତ ସସପେଣ୍ଡ କରାଯିବ। ଏହା ପରେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ଆରମ୍ଭ କରାଯିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe