ଅଦୈତ୍ୟଙ୍କ ଦୁଃଖ ଦେଖିପାରୁ ନି ପ୍ରଶାସନ

ଯାଜପୁର(ଅଭୟ ପତି) : ମାତ୍ର ଦଶ ବର୍ଷ ବୟସରୁ ସେ ଦିବ୍ୟାଙ୍ଗ। ଉଠିବାର ଶକ୍ତି ନାହିଁ, ଅନ୍ୟର ସାହାରା ବିନା ଉଠିବସି ପାରୁନାହାନ୍ତି । ହେଲେ ତାଙ୍କୁ ଏଯାଏଁ କୌଣସି ସରକାରୀ ସହୟତା ମିଳିପାରି ନାହିଁ । ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ଗୋଳେଇପୁର ପଞ୍ଚାୟତ ମିର୍ଜାପୁରଗାଁରେ ଅବହେଳିତ ଭିନ୍ନକ୍ଷମ ଯୁବକ ଅଦୈତ ମଳିକଙ୍କ ଘର । ବାପା ମାଙ୍କ ଏକମାତ୍ର ପୁଅ ଅଦୈତ୍ୟ। ବୟସ ୩୨ ।  ହେଲେ ଏ ବୟସରେ ଭିନ୍ନକ୍ଷମ ହୋଇ ବେସାହାରା ହୋଇପଡିଛନ୍ତି […]

6hm

6hm

Tapas Behera
  • Published: Saturday, 07 August 2021
  • Updated: 07 August 2021, 05:18 PM IST

Sports

Latest News

ଯାଜପୁର(ଅଭୟ ପତି) : ମାତ୍ର ଦଶ ବର୍ଷ ବୟସରୁ ସେ ଦିବ୍ୟାଙ୍ଗ। ଉଠିବାର ଶକ୍ତି ନାହିଁ, ଅନ୍ୟର ସାହାରା ବିନା ଉଠିବସି ପାରୁନାହାନ୍ତି । ହେଲେ ତାଙ୍କୁ ଏଯାଏଁ କୌଣସି ସରକାରୀ ସହୟତା ମିଳିପାରି ନାହିଁ ।

ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ଗୋଳେଇପୁର ପଞ୍ଚାୟତ ମିର୍ଜାପୁରଗାଁରେ ଅବହେଳିତ ଭିନ୍ନକ୍ଷମ ଯୁବକ ଅଦୈତ ମଳିକଙ୍କ ଘର । ବାପା ମାଙ୍କ ଏକମାତ୍ର ପୁଅ ଅଦୈତ୍ୟ। ବୟସ ୩୨ ।  ହେଲେ ଏ ବୟସରେ ଭିନ୍ନକ୍ଷମ ହୋଇ ବେସାହାରା ହୋଇପଡିଛନ୍ତି । ପରିବାର ବୋଝ ମୁଣ୍ଡାଇବା ପରିବର୍ତ୍ତେ ନିଜେ ପରିବାର ବୋଝ ପାଲିଟି ଯାଇଛନ୍ତି । ବାପା ରବିନ୍ଦ୍ର ଜଣେ ଦିନ ମଜୁରିଆ । ଅଦୈତ୍ୟକୁ ୧୦ ବର୍ଷ ବୟସ ହୋଇଥିଲା ବେଳେ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ । ପୁଅକୁ ଭଲ କରିବାକୁ ଧାର, କରଜ କରି ତାକୁ ମେଡିକାଲରେ ଭର୍ତ୍ତିକରି କରିଥିଲେ ।

ଡାକ୍ତର ରୋଗ ଜାଣି ନପାରି ଫେରାଇ ଦେଲେ । ଫଳରେ ଭିନ୍ନକ୍ଷମ ହୋଇଗଲେ ଅଦୈତ୍ୟ । ବିଛଣା ଛାଡିଯିବାର ଶକ୍ତି ନାହିଁ । ଏଭଳି ଅବସ୍ଥା ସହ ଏବେ ଲିଭର ସମସ୍ୟା ସହ ପାଇଲସ ରୋଗରେ ମଧ୍ୟ ସେ ପୀଡ଼ିତ । ଆଖିକୁ ଭଲଭାବେ ଦେଖାଯାଉନି । ହେଲେ ସରକାରୀ ସହାୟତା କହିଲେ ମିଳୁଛି କେବଳ ଭତ୍ତା । ବାରମ୍ବାର ଅନୁରୋଧ ସୱେ ଏବେ ସୁଦ୍ଧା ତାଙ୍କୁ ମିଳୁନି ହୁଇଲ ଚେୟାର କି ଅନ୍ତୋର୍ଦୟ କାର୍ଡ । ଭତ୍ତା ସହ ୫ କେଜି ଚାଉଳରେ କେମିତି ଚଳିବ ଅଦୈତ୍ୟ । ଆବାସ ଯୋଜନା ମଧ୍ୟ ଅପହଞ୍ଚ ।

ଅଦୈତ୍ୟକୁ ହୁଇଲ ଚେୟାର, ଆବାସ ଯୋଜନାରେ ଘର ଅନ୍ତୋଦୟ କାର୍ଡ ସହ ଚିକିସ୍ଥା କରିବାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି । ସେପଟେ ଖୁବ୍ ଶୀଘ୍ର ଏଥିପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ । ତେବେ ଆଗାମୀ ସମୟରେ ପ୍ରଶାସନ ପକ୍ଷରୁ କି ପ୍ରକାର ପଦକ୍ଷେପ ନିଆଯାଉଛି, ତାହା କେବଳ ଦେଖିବାକୁ ବାକିରହିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story