Advertisment

ମାମୁ ଘରୁ ଆସୁଥିଲେ ଭୋଜି ଖାଇ; ମଝି ନଈରେ ଡଙ୍ଗା ବୁଡ଼ିଗଲା, ଦୁଇ ନାବାଳିକା ନିଖୋଜ

ମାମୁ ଘରୁ ନିଜ ଘରକୁ ଫେରୁଥିଲେ। ଗାଁରେ ଭୋଜି ହେଉଥିଲା।

author-image
Niranjan Mishra
ଅଦ୍ୟତନ ହୋଇଛି
two minors are missing

two minors are missing

ମାମୁ ଘରୁ ନିଜ ଘରକୁ ଫେରୁଥିଲେ। ଗାଁରେ ଭୋଜି ହେଉଥିଲା। ଭୋଜି ଖାଇ ପୁଣି ମାମୁ ଘରକୁ ଫେରିବା ଯୋଜନା ଥିଲା। ହେଲେ କିଏ ଜାଣିଥିଲା ନଦୀ ମଝିରେ ଡଙ୍ଗା ବୁଡ଼ି ଯିବ ବୋଲି। ଡଙ୍ଗା ବୁଡ଼ି ଯିବା ଯୋଗୁ ଡଙ୍ଗାରେ ଘରକୁ ଫେରୁଥିବା ୨ ନାବାଳିକା ନିଖୋଜ ହୋଇଯାଇଛନ୍ତି। ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ତନ୍ତୀଘାଇ ନଦୀର ସଂଖୁଆ ଗଦେଇପୁର ଠାରେ ଆଜି ଏହି ଦୁଃଖଦ ଘଟଣା ଘଟିଛି। ନିଖୋଜ ନାବାଳିକାମାନେ ହେଲେ ଗଦେଇପୁର ଗ୍ରାମର ଇନ୍ଦ୍ରମଣି ପାତ୍ରଙ୍କ ଝିଅ ସଙ୍ଘମିତ୍ରା (୧୩) ଓ ଗୁଡଲି (୯)।

Advertisment

ଆଜି ଦିନ ପ୍ରାୟ ସାଢ଼େ ୯ଟା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ଡଙ୍ଗାରେ ନାଉରୀଆ ସମେତ ଅନ୍ୟ ୪ ଜଣ ଥିଲେ। ଚାରିଜଣଙ୍କ ମଧ୍ୟରେ ୨ ଜଣ ମୁମୁ ଘର ଲୋକ ଓ ଏହି ଦୁଇ ନାବାଳିକା ଆସୁଥିଲେ।

ନଦୀ ପାର ସମୟରେ ଡଙ୍ଗା ବୁଡି ଯିବାରୁ ସମସ୍ତେ ପାଣିରେ ବୁଡି ଯାଇଥିଲେ। ତେବେ ନାଉରିଆ ୨ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୨ ନାବାଳିକା ପାଣି ସ୍ରୋତରେ ଭାସିଯାଇଥିଲେ। ପରେ ସେମାନଙ୍କୁ ଯେତେ ଖୋଜିଥିଲେ ହେଁ ଠାବ କରିପାରି ନ ଥିଲା ନାଉରିଆ। ଘଟଣା ଜାଣିବା ପରେ ସ୍ଥାନୀୟ ଲୋକେ ମଧ୍ୟ ଖୋଜାଖୋଜି କରିଥିଲେ। ହେଲେ ସେମାନେ ନିଖୋଜଙ୍କୁ ଠାବ କରିବାରେ ବିଫଳ ହେବା ପରେ ବରୀ ଓ ଯାଜପୁର ଦମକଳ ବାହିନୀକୁ ଖବର ଦେଇଥିଲେ।

Advertisment

ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି ଚଳାଇଥିଲେ ହେଁ ନିଖୋଜ ୨ ଭଉଣୀଙ୍କ ପତ୍ତା ମିଳିପାରିନାହିଁ। ସେପଟେ ଘଟଣାସ୍ଥଳରେ ବରୀ ଓ ଯାଜପୁର ସଦର ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। ଅଘଟଣ ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

Missing Child Jajpur River Drowning