ଯାଜପୁର (ଅଭୟ ପତି):ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଷଠିପୁର ବ୍ରଜନଗରଠାରେ ଭୁଶୁଡିଲା ନିର୍ମାଣାଧିନ ବ୍ରିଜ। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୫ଟାରେ ଡିବିଏଲ୍ ଠିକା ସଂସ୍ଥା ଦ୍ୱାରା ନିର୍ମାଣ ହେଉଥିବା ଏହି ବ୍ରିଜ୍ ଟି କୌଣସି କାରଣ ବଶତଃ ଭୁଶୁଡି ପଡ଼ିଥିଲା ।
ତେବେ ଏହି ଦୁର୍ଘଟଣାରେ କେହି ବ୍ୟକ୍ତି ଆହତ ହୋଇ ନଥିବା ବେଳେ ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ ଠିକା ସଂସ୍ଥାର କେହି କର୍ମଚାରୀ ଉପସ୍ଥିତ ନଥିବା ଜଣାପଡିଛି। ତେବେ ଏହି ନିର୍ମାଣାଧିନ ବ୍ରିଜ ଭୁଶୁଡ଼ିବା ପ୍ରଥମ ଘଟଣା ନୁହଁ। ପୂର୍ବରୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତାଲାପଦରରେ ବିଜୁ ସେତୁ, ଭୁବନେଶ୍ୱରର ବମିଖାଲ ଓଭରବ୍ରିଜ୍ ଏମିତି ଅନେକ ବ୍ରିଜ ଭୁଶୁଡ଼ିବାର ନଜିର ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଶୁକ୍ରବାର 'ଲଲ'ଙ୍କ ବିରୋଧରେ FIR ଦେଇଥିଲେ; ଆଜି ଖାଲି ଥରୁଛନ୍ତି
ଶୁକ୍ରବାର ବବିଙ୍କ ଭାଇ ଲଲଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିବା ପରିବା ବ୍ୟବସାୟୀଙ୍କ ୟୁ-ଟର୍ଣ୍ଣ। ବବିଙ୍କୁ ଭେଟିବା ପରେ ବଦଳାଇଲେ ମତ। କହିଲେ କାଲି ସବୁ ମିଛ କହିଥିଲି।
Accident
ପୋଖରୀରେ ବୁଡ଼ିଗଲେ ଭାଇଭଉଣୀ
ସେମାନେ କେମିତି ବୁଡ଼ିଲେ କେହି ଜାଣି ନାହାନ୍ତି। ଛୁଆ ଦୁଇଟି ନମିଳିବାରୁ ଖୋଜାଖୋଜି କଲା ପରେ ପୋଖରୀରୁ ମିଳିଥିଲେ।
Crime
ଦାନ୍ତ ଡାକ୍ତର କରୁଥିଲେ ବ୍ରାଉନସୁଗର ବେପାର, ଗିରଫ କଲା ପୁଲିସ
ଗତକାଲି ସନ୍ଧ୍ୟାରେ ଦୁଇ ଜଣ ଯୁବକ ବ୍ରାଉନସୁଗର ସହିତ ଧରାପଡ଼ିବା ପରେ ଦାନ୍ତ ଡାକ୍ତରଙ୍କ ନାଁ ସାମ୍ନାକୁ ଆସିଥିଲା।
Crime
ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ କିରାଣି
କିରାଣି ମହେଶ୍ୱର ସାମଲଙ୍କର ଯାଜପୁର ଜିଲ୍ଲାରେ ଥିବା ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
Accident
ବାଇକ-ଟ୍ୟାଙ୍କର ଧକ୍କା:୨ ମୃତ, ଗର୍ଭବତୀ ଗୁରୁତର
ମୃତାହତମାନେ ସାନ ବରୁହାଁ ଗାଁର। ସେମାନେ ବାଇକରେ ଡାକ୍ତରଖାନା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।