Advertisment

ଏବେ ବି ବଦଳିନି ନଗଡ଼ାର ଚିତ୍ର

ଯାଜପୁର (ଅଭୟ କୁମାର ପତି) ବହୁ ଚର୍ଚ୍ଚିତ ଯାଜପୁରର ନଗଡ଼ା । ଦିନେ ଅପପୁଷ୍ଟିର ଅଞ୍ଚଳ ଭାବେ ପରିଚୟ ପାଇଥିବା ନଗଡ଼ାର ଚିତ୍ର ବଦଳିଛି ସତ। ମାତ୍ର ସମସ୍ତଙ୍କ ପାଖରେ ପହଞ୍ଚିନି  ମୌଳିକ ସୁବିଧା । ତଳ ନଗଡା ପର୍ଯ୍ୟନ୍ତ ରାସ୍ତା ର୍ନିମାଣ କରାଯାଇଛି । ପାନୀୟ ଜଳ, ପକ୍କା ଘର ଅନେକଙ୍କ ପାଖରେ ପହଞ୍ଚିଛି। ହେଲେ ଏବେ ମଧ୍ୟ ଏମାନଙ୍କ ମଧ୍ୟରୁ ଅଧିକାଂଶ ଏହିସବୁ ଯୋଜନାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ଅପହଞ୍ଚ ଇଲାକାର ମାନ୍ୟତା […]

author-image
Tapas Behera
ଅଦ୍ୟତନ ହୋଇଛି
ଏବେ ବି ବଦଳିନି ନଗଡ଼ାର ଚିତ୍ର

JMM

ଯାଜପୁର (ଅଭୟ କୁମାର ପତି) ବହୁ ଚର୍ଚ୍ଚିତ ଯାଜପୁରର ନଗଡ଼ା । ଦିନେ ଅପପୁଷ୍ଟିର ଅଞ୍ଚଳ ଭାବେ ପରିଚୟ ପାଇଥିବା ନଗଡ଼ାର ଚିତ୍ର ବଦଳିଛି ସତ। ମାତ୍ର ସମସ୍ତଙ୍କ ପାଖରେ ପହଞ୍ଚିନି  ମୌଳିକ ସୁବିଧା । ତଳ ନଗଡା ପର୍ଯ୍ୟନ୍ତ ରାସ୍ତା ର୍ନିମାଣ କରାଯାଇଛି । ପାନୀୟ ଜଳ, ପକ୍କା ଘର ଅନେକଙ୍କ ପାଖରେ ପହଞ୍ଚିଛି। ହେଲେ ଏବେ ମଧ୍ୟ ଏମାନଙ୍କ ମଧ୍ୟରୁ ଅଧିକାଂଶ ଏହିସବୁ ଯୋଜନାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ଅପହଞ୍ଚ ଇଲାକାର ମାନ୍ୟତା ପାଇବାର ଘଟଣାକୁ ଆଉ କେଇଟା ଦିନପରେ ପାଞ୍ଚ ବର୍ଷ ପୁରିବାକୁ ଯାଉଛି।

Advertisment

ତେବେ ଏହାରି ଭିତରେ ନଗଡ଼ାର ଚିତ୍ର କିଛିଟା ବଦଳି ଥିଲେ ମଧ୍ୟ ଏବେ ବି ବିକାଶର ଦୌଡ଼ରେ ସାମିଲ ହୋଇପାରିନି। ଭୋକର ଭୁଗଳ ଆଉ ଅପପୃଷ୍ଟିର ଇଲାକାକୁ ଗମନା ଗମନ ପାଇଁ ରାସ୍ତା ନିର୍ମାଣ  ବିଦ୍ୟୁତ, ପାନୀୟ ଜଳ, ଶିକ୍ଷା, ଆତ୍ମର୍ନିଭରଶୀଳତା ଆଦି ଅନେକ କାର୍ଯ୍ୟର ଯୋଜନା ଏମାନଙ୍କ ହାତ ପାହାନ୍ତାରେ ପହଞ୍ଚିଛି ସତ ହେଲେ ଏବେ ମଧ୍ୟ ଅନେକ ବଞ୍ଚିତ। ସରକାରୀ ବାବୁମାନେ ବିଭିନ୍ନ ସମୟରେ ଗାଁକୁ ଆସିଛନ୍ତି । ୬୮ ପରିବାରର ଆର୍ଥିକ, ମାନସିକ ଏବଂ ଭୌଗଳିକ ପରିସ୍ଥିତିରେ ସୁଧାର ଆଣିବାକୁ ଚେଷ୍ଟା ବି ଜାରି ରଖିଛନ୍ତି ।  କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏମାନଙ୍କ ଭାଗ୍ୟ ପରିବର୍ତ୍ତନ କରିବାକୁ ଯୋଜନା ପରେ ଯୋଜନା ବି ଚାଲିଛି ।ଚାଷୀ କିନ୍ତୁ ଅଭାବୀ ବିକ୍ରିର ସମ୍ମୁଖିନ ହେଉଛନ୍ତି ।

ତେଣୁ ପ୍ରଶାସନ ଗାଁ ଲୋକଙ୍କ ଦୁଃଖ ଦୂର ପାଇଁ ଆନ୍ତରିକତା ଦେଖାନ୍ତୁ ବୋଲି ଅନୁରୋଧ କରାଯାଇଛି।  ସେପଟେ ଯେଉଁମାନଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚି ନାହିଁ ବୋଲି ଅଭିଯୋଗ ଆସିଛି ସେଥିପ୍ରତି ଦୃଷ୍ଟି ଦେଇ ସେ ସବୁର ସମାଧାନ ପାଇଁ ଦୃଷ୍ଟି ଦିଆଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଛି ।

Advertisment