Advertisment

୫୦ ଫୁଟ ଖାଦାନ ଭିତରକୁ ଖସିଲା ପୋକଲିନ୍ ମେସିନ୍, ଭିତରେ ଥିବା ୨ ଶ୍ରମିକଙ୍କ ଜୀବନ ଚାଲିଗଲା

ଯାଜପୁର ଲୁଣିବର ଖାଦାନରେ ଖାଦାନରେ ଅଘଟଣ।

ଅଦ୍ୟତନ ହୋଇଛି
The porcelain machine fell 50 feet into the ditch

The porcelain machine fell 50 feet into the ditch

Advertisment

ଯାଜପୁର ଲୁଣିବର ଖାଦାନରେ ଅଘଟଣ। ଖାଦାନ ଉପରୁ ୫୦ ଫୁଟ ତଳକୁ ପୋକଲିନ ମେସିନ ଖସିବାରୁ ଏଥିରେ ଥିବା ଅପରେଟର ଓ ହେଲପରର ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଘଟଣା ଘଟିଥିବା ବେଳେ ଆଜି ସକାଳେ ଏହା ଜଣାପଡ଼ିଥିଲା। ମୃତମାନେ ହେଲେ ତେଲକୋଇ ଅଞ୍ଚଳର ପୋକଲିନ୍ ମେସିନ୍ ଅପରେଟର ଶାନ୍ତନୁ ଖିଲାର (୨୮) ଓ ଜେନାପୁର ଥାନା ଗେଙ୍ଗୁଟିଆ ଅଞ୍ଚଳର ହେଲ୍ପର ଅପୁ ରାଉତ(୧୭)।

Advertisment

ସୂଚନା ମୁତାବକ, ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଲୁଣିବର ଖାଦାନରେ ଗତକାଲି ଏକ ପୋକ୍ଲିନ ମେସିନ ଦ୍ୱାରା ପଥର ତାଡ଼ିବା କାମ ଚାଲିଥିବା ବେଳେ ମେସିନ ଖାଦାନର ୫୦ ଫୁଟ ତଳକୁ ଖସିପିଡ଼ିଥିଲା। ଫଳରେ ପୋକ୍ଲିନ ମେସିନ ଅପରେଟର ଓ ହେଲ୍ପର ଗୁରୁତର ଆହତ ହୋଇଥିଲେ। ଖଣିରେ ଉପସ୍ଥିତ ଲୋକେ ସେମାନଙ୍କୁ ଉଦ୍ଧାର କରି ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିଲେ।

ସେଠାରେ ଡାକ୍ତର ଅପରେଟରଙ୍କୁ ମୃତ ଘୋଷଣା କରିଥିବା ବେଳେ ହେଲ୍ପରକୁ କଟକ ସ୍ଥାନାନ୍ତର କରାଯାଇଥିଲା। କଟକରେ ଚିକିତ୍ସା ବେଳେ ହେଲ୍ପରଙ୍କ ମୃତ୍ୟୁ ହୋଇଥିବା ଆଜି ଜଣାପଡିଛି। ଖବର ପାଇବା ପରେ ଜେନାପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅପରପଟେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠା ଯାଇଛି। ତେବେ କାହାର ଭୁଲ ଯୋଗୁ ଏତେବଡ଼ ଅଘଟଣ ଘଟିଲା ଜଣାପଡ଼ିନି। ହେଲପର ଜଣକ ନାବାଳକ ହୋଇଥିବା ବେଳେ ତାଙ୍କୁ କିପରି ବିପଦପୂର୍ଣ୍ଣ କାମରେ ନିଯୁକ୍ତ କରାଯାଇଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment
ditchଖାଦନ ଭିତରେ ଅଘଟଣର ତଦନ୍ତ କରୁଛି ପୁଲିସ
Accident Jajpur Unnatural Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe